ବ୍ୟାଙ୍କକୁ ମୋବାଇଲ୍ ନମ୍ବର ନଦେଲେ ବହୁ ସେବା ବନ୍ଦ !

37

ବ୍ୟାଙ୍କ ସେବାରେ ପାରଦର୍ଶିତା ଆଣିବା ଲାଗି କେନ୍ଦ୍ର ସରକାର ଓ ରିଜର୍ଭ ବ୍ୟାଙ୍କ ମିଳିତ ଉଦ୍ୟମ ଆରମ୍ଭ କରିଛନ୍ତି । ଏହି କ୍ରମରେ ଯଦି ଆପଣ ବ୍ୟାଙ୍କକୁ ନିଜର ମୋବାଇଲ୍ ନମ୍ବର ଦେଇନାହାଁନ୍ତି ଅଥବା ଏସଏମଏସ୍ ଆଲର୍ଟ ପାଇଁ ଏହାକୁ ଆପଣ ନିଜର ଆକାଉଂଟ ସହିତ ସଂଯୋଗ କରି ନାହାଁନ୍ତି ତେବେ ଆଗାମୀ ଦିନରେ ବ୍ୟାଙ୍କ ପକ୍ଷରୁ ଆପଣଙ୍କୁ ଦିଆ ଯାଉଥିବା ଅନେକ ଅନଲାଇନ୍ ସେବାକୁ ବନ୍ଦ କରିଦିଆଯିବ ।

ଅନଲାଇନ୍ ବ୍ୟାଙ୍କିଂରେ ବ୍ୟାପକ ଜାଲିଆତି ହେଉଥିବା କାରଣରୁ ଏହାକୁ ଦୃଷ୍ଟିରେ ରଖି ଗ୍ରାହକଙ୍କୁ କୌଣସି ପ୍ରକାରର ଠକାମିରୁ ରକ୍ଷା କରିବା ଉଦ୍ଦେଶ୍ୟରେ ଉଭୟ ସରକାର ଏବଂ ଆରବିଆଇ ପକ୍ଷରୁ ଏପରି ପଦକ୍ଷେଦ ଆରମ୍ଭ କରାଯାଇଛି । ତେବେ ବ୍ୟାଙ୍କମାନଙ୍କୁ କହିବାନୁଯାୟୀ ଏବେବି ଅନେକ ଗ୍ରାହକ ସେମାନଙ୍କ ମୋବାଇଲ୍ ନମ୍ବରକୁ ଏସଏମଏସ ଆଲର୍ଟ ପାଇଁ ନିଜର ଆକାଉଂଟ୍ ସହିତ ଲିଙ୍କ କରାଇନାହାଁନ୍ତି ।

ଫଳରେ ସେମାନେ ଗ୍ରାହକଙ୍କୁ ଅନେକ ଗୁରୁତ୍ୱପୂର୍ଣ୍ଣ ସୂଚନା ପଠାଇ ପାରୁ ନାହାଁନ୍ତି । ଏପରି ସ୍ଥିତି ଜାରି ରହିଲେ ବ୍ୟାଙ୍କମାନେ ସେମାନଙ୍କ ଗ୍ରାହକଙ୍କୁ ଏଟିଏମ୍ ସୁବିଧା ଛାଡି ଅନ୍ୟ ସମସ୍ତ ଅନଲାଇନ୍ ସୁବିଧାରୁ ବାଦ୍ ଦେବାକୁ ପ୍ରସ୍ତୁତି ଚଳାଇଛନ୍ତି । ତେବେ ସୂଚନା ମୁତାବକ, ଅନଲାଇନ୍ ବ୍ୟାଙ୍କିଂ ଜାଲିଆତି ପାଇଁ ବ୍ୟାଙ୍କମାନେ ତୁରନ୍ତ ପଦକ୍ଷେପ ନେବାକୁ ଗତ ଗୁରୁବାର ଆରବିଆଇ ବିଭିନ୍ନ ବ୍ୟାଙ୍କମାନଙ୍କୁ ନିର୍ଦ୍ଦେଶ ଦେଇଛି ।

ସୌଜନ୍ୟ- ଏବିପି ନ୍ୟୁଜ୍