ପୁଣି ହେବ ନୋଟବନ୍ଦୀ ! ଅଚଳ ହେବ ୫୦ ଏବଂ ୨୦୦ଟଙ୍କିଆ ନୂଆ ନୋଟ୍, କୌଣସି ବି ମୁହୂର୍ତ୍ତରେ ଆରବିଆଇ କରିପାରେ ଘୋଷଣା

52

ବିମୁଦ୍ରାକରଣ ଭଳି ଐତିହାସିକ ନିଷ୍ପତି ପରେ ପରେ ବଜାରକୁ ଆସିଥିଲା ନୂଆ ୫୦ ଏବଂ ୨୦୦ଟଙ୍କିଆ ନୋଟ୍ । ଏଥିସହିତ ୫୦୦ ଏବଂ ୨୦୦୦ଟଙ୍କିଆ ନୋଟ୍ ମଧ୍ୟ ଛପା ହୋଇଥିଲା । ମାତ୍ର ୫୦୦ ଏବଂ ୨ ହଜାର ନୋଟକୁ ନେଇ ଯେତିକି ସମସ୍ୟା ସୃଷ୍ଟି ହୋଇଛି । ତା’ଠାରୁ ବଳିଯାଇଛି ନୂଆ ୫୦ ଏବଂ ୨୦୦ଟଙ୍କିଆ ନୋଟ୍ । ତେଣୁ ଏଥିପାଇଁ ବ୍ୟାଙ୍କ ଯିବା ପୂର୍ବରୁଏହି ଖବରଟି ନିଶ୍ଚୟ ପଢନ୍ତୁ ।

ସୂଚନା ମୁତାବକ, ଖୁବ୍ ଶୀଘ୍ର ନୂଆ ୫୦ ଏବଂ ୨୦୦ଟଙ୍କିଆ ନୋଟ୍ ବନ୍ଦ ହୋଇପାରେ । କାରଣ ଦେଶରେ ଯେଭଳି ଭାବରେ ପରିସ୍ଥିତି ଉପୁଜିଛି ତାକୁ ଦୃଷ୍ଟିରେ ରଖି ଏକଥା ଅନୁମାନ କରାଯାଇପାରେ । ଅର୍ଥାତ୍ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ପକ୍ଷରୁ ଜାରି କରାଯାଇଥିବା ୫୦ ଟଙ୍କିଆ ନୂଆ ନୋଟରେ ଦୃଷ୍ଟିହୀନ ଲୋକଙ୍କ ପାଇଁ କୌଣସି ବି ଚିହ୍ନ ବା ସଙ୍କେତ ବା ଲିପି ତଥା ଈକ୍ସବସକ୍ଷକ୍ଷର କରାଯାଇନାହିଁ । ଯେଉଁଥିପାଇଁ ଦୁଇ ଜଣ ବରିଷ୍ଠ ନାଗରିକ ଏନେଇ ଉଚ୍ଚତମ ନ୍ୟାୟାଳୟରେ ଅଭିଯୋଗ ପତ୍ର ଦାଖଲ କରିଛନ୍ତି । କୋର୍ଟ ମଧ୍ୟ ଆରବିଆଇଠାରୁ ଏସଂପର୍କରେ ରିପୋର୍ଟ ତଲବ କରିବା ସହ ଅଦାଲତରେ ହାଜିର ହୋଇ ନିଜର ପକ୍ଷ ରଖିବାକୁ ନିର୍ଦ୍ଦେଶ ଦେଇଛି ।

ଅଭିଯୋଗକାରୀଙ୍କ କହିବା ମୁତାବକ, ଆରବିଆଇ ତରଫରୁ ଜାରି ହୋଇଥିବା ନୂଆ ୫୦ ଟଙ୍କିଆ ନୋଟରେ ଦୃଷ୍ଟିହୀନ ଲୋକଙ୍କ ପାଇଁ କୌଣସି ବି ସଙ୍କେତ ଦିଆଯାଇନାହିଁ । ଯାହାଦ୍ୱାରା ଦୃଷ୍ଟିହୀନ ଲୋକଙ୍କୁ ଟଙ୍କା ଚିହ୍ନିବାକୁ ଅନେକ ସମସ୍ୟାର ସମ୍ମାୁଖୀନ ହେବାକୁ ପଡୁଛି । ଯେବେକି ପୁରୁଣା ୫୦ ଟଙ୍କିଆ ନୋଟରେ ଦୃଷ୍ଟିହୀନଙ୍କ ପାଇଁ ନୋଟ ଚିହ୍ନିବା ଲାଗି ଈକ୍ସବସକ୍ଷକ୍ଷର ଲିପିର ବ୍ୟବହାର କରାଯାଇଛି ।

ଗତବର୍ଷ ନଭେମ୍ବର ମାସରେ ଅଭିଯୋଗକାରୀ ଏସଂକ୍ରାନ୍ତରେ ଦିଲ୍ଲୀ ହାଇକୋର୍ଟରେ ଏକ ଯାଚିକା ଦାଖଲ କରିଥିଲେ ଆଉ ସେହିଦିନ ହିଁ କୋର୍ଟ ରିଜର୍ଭ ବ୍ୟାଙ୍କର ଅଧିକାରୀଙ୍କୁ ହାଜିର ହେବାକୁ ନିର୍ଦ୍ଦେଶ ଦେଇଥିଲା । ଏଥିରେ ଆରବିଆଇ ମଧ୍ୟ ହାଜିର ହୋଇଥିଲା ଏବଂ ଏନେଇ ସମୟ ବି ମାଗିଥିଲା । ୩୧ ଜାନୁଆରୀ ୨୦୧୮କୁ ଦିଲ୍ଲୀ ଉଚ୍ଚନ୍ୟାୟାଳୟର ଡବଲ ବେଂଚ୍ ଏହି ମାମଲାଟିକୁ ଗୁରୁତର ବୋଲି ମନେକରିବା ସହିତ ଉଭୟ ରିଜର୍ଭ ବ୍ୟାଙ୍କ ଏବଂ କେନ୍ଦ୍ର ସରକାରଙ୍କୁ ଫେବୃଆରୀ ୧୬ ତାରିଖରେ ଅଦାଲତରେ ହାଜିର ହୋଇ ନିଜର ପକ୍ଷ ରଖିବାକୁ ନିର୍ଦ୍ଦେଶ ଦେଇଛି । ତେବେ ୧୬ ତାରିଖରେ ରିଜର୍ଭ ବ୍ୟାଙ୍କର ପକ୍ଷ ଶୁଣିବା ପରେ ଯାଇ ଆଗାମୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମିଳିଥିବା ସୂଚନାରୁ ଯାହା ଜଣାପଡିଛି ।

ସୌଜନ୍ୟ: ଅମର ଉଜାଲା