ବ୍ୟାଙ୍କ ଦେଲା ସୂଚନା ! ଆଧାର ଲିଙ୍କ ହୋଇଥିଲେ ବି ବନ୍ଦ କରିଦିଆ ଯିବ ଗ୍ରାହକଙ୍କ ଆକାଉଂଟ

86

ଯଦି ଆପଣ ବ୍ୟାଙ୍କ ଆକାଉଂଟ ଖୋଲିବା ସମୟରେ ନିଜର ଆଧାର ନମ୍ବର ପୈଠ କରିଛନ୍ତି ତେବେ ଆପଣଙ୍କ ପାଇଁ ଏବେ ପୁଣି ଏକ ସମସ୍ୟା ସୃଷ୍ଟି ହୋଇଯାଇଛି ।

ୟୁଆଇଡିଆଇର କହିବା ମୁତାବକ, ଯଦି ଆପଣ ଆପଣଙ୍କର ବ୍ୟାଙ୍କ ଖାତା ଖୋଲିବା ସମୟରେ ହିଁ ଆପଣଙ୍କର ଆଧାର ଆଇଡି ଦେଇ ଖୋଲିଛନ୍ତି ତା ସତ୍ୱେ ବି ଆପଣଙ୍କୁ ୩୧ ମାର୍ଚ୍ଚରୁ ପୂର୍ବରୁ ଖାତା ସହ ଆଧାରକାର୍ଡ ନମ୍ବରକୁ ପୁଣି ଥରେ ଯୋଡିବାକୁ ହେବ ।  କାରଣ ନିର୍ଦ୍ଧାରିତ ସମୟ ମଧ୍ୟରେ ଆଧାର ସହ ଲିଙ୍କ ନହେବା କାରଣରୁ ଆପଣଙ୍କର ଖାତା ବନ୍ଦ ମଧ୍ୟ ହୋଇପାରେ । ଅନ୍ୟ ପକ୍ଷରେ ଖାତାକୁ ଆଧାର ସହ ଯୋଡିବା ପାଇଁ ଅନେକ ବ୍ୟାଙ୍କର ୱେବସାଇଟରେ ମଧ୍ୟରେ ସୁବିଧା ଦିଆଯାଇଛି ।

ସୂଚନା ମୁତାବକ, ବ୍ୟାଙ୍କ ଖାତାକୁ ଆଧାର ସହ ଲିଙ୍କ କରିବା ଏକ ପ୍ରକାରରେ ଜରୁରୀ ହୋଇପଡିଛି । ବ୍ୟାଙ୍କ ଅଧିକାରୀଙ୍କ ସୂଚନା ମୁତାବକ, ଯେଉଁ ଗ୍ରାହକମାନେ ନିଜର ଖାତାକୁ ଆଧାର ଆଇଡି ଦେଇ ଖୋଲିଛନ୍ତି ସେମାନଙ୍କୁ ମଧ୍ୟ ୩୧ ମାର୍ଚ୍ଚ ସୁଦ୍ଧା କୌଣସି ବି ଅବସ୍ଥାରେ ନିଜର ଖାତାକୁ ଆଧାର ନମ୍ବର ସହିତ ଲିଙ୍କ କରିବାକୁ ପଡିବ । ଏଥିପାଇଁ ବ୍ୟାଙ୍କ ପକ୍ଷରୁ ବି ଅନେକ ବିକଳ୍ପ ଦିଆଯାଇଛି । ତେବେ ସେଗୁଡିକ ସଂପର୍କରେ ଆମେ ନିମ୍ନରେ ଆଲୋଚନା କରିଛୁ ।

ଅନଲାଇନ୍ ଜରିଆରେ

• ବ୍ୟାଙ୍କର ଇଂଟରନେଟ୍ ବ୍ୟାଙ୍କିଂ ସର୍ଭିସରେ ଲଗଇନ୍ କରି ଅପଡେଟ୍ ଆଧାର କାର୍ଡ ଡିଟେଲ୍ସ ବିକଳ୍ପ ସର୍ଚ୍ଚ କରନ୍ତୁ ଏବଂ ସେଥିରେ କ୍ଲିକ୍ କରନ୍ତୁ

• ଏହାକୁ କ୍ଲିକ୍ କରିବା କ୍ଷଣି ସେଠାରେ ଅନ୍ୟ ଏକ ପେଜ ଖୋଲି ଥାଏ

• ସେଠାରେ ନିଜର ଆଧାର କାର୍ଡ ନମ୍ବର ଲେଖନ୍ତୁ ଏବଂ ତାକୁ ସବମିଟ୍ କରନ୍ତୁ

• ଏହାପରେ ଆପଣଙ୍କ ମୋବାଇଲ୍ ନମ୍ବରର ଶେଷ ଦୁଇଟି ନମ୍ବର ଏଠାରେ ଡିସପ୍ଲେ ହେବ ଆଧାର ନମ୍ବର ଅପଡେଟ୍ କରାଯାଇଛି, ଏହି ବାବଦରେ ଆପଣଙ୍କ ରେଜିଷ୍ଟର୍ସ ମୋବାଇଲ ନମ୍ବରରେ ମେସେଜ୍ ଆସିଯବ ।

ଏସଏମଏସ ଜରିଆରେ

• ଯଦି ଆପଣଙ୍କ ମୋବାଇଲ ନମ୍ବର ଏସବିଆଇରେ ରେଜିଷ୍ଟର ହୋଇଛି, ତେବେ ଏସଏମଏସ୍ ଜରିଆରେ ମଧ୍ୟ ଆପଣ ଆପଣଙ୍କ ଆଧାର ନମ୍ବରକୁ ଅପଡେଟ୍ କରିପାରିବେ ।

• ଏଥିପାଇଁ ଆପଣ ୫୬୭୬୭୬ରେ ଏସଏମଏସ୍ ପଠାଇବାକୁ ପଡିବ

• ଏସଏମଏସ ପଠାଇବାର ଶୈଳୀ କିଛି ଏଭଳି ରହିବା ଅତ୍ୟନ୍ତ ଆବଶ୍ୟକ- ୟୁଆଇଡି ସ୍ପେସ୍ ଆଧାର ନମ୍ବର ସ୍ପେସ୍ ଖାତା ନମ୍ବର

• ଯଦି ଆପଣଙ୍କ ଆଧାର ପୂର୍ବରୁ ହିଁ ଲିଙ୍କ ହୋଇଥାଏ ତେବେ ଆପଣଙ୍କୁ ଏହି ସୂଚନା ବ୍ୟାଙ୍କ ଏସଏମଏସ ମାଧ୍ୟମରେ ସୂଚିତ କରିଦେବ

ସେହିପରି ଯଦି କୌଣସି ସମସ୍ୟା ଥାଏ ତେବେ ଆପଣ ବ୍ୟାଙ୍କର କଷ୍ଟମର କେୟାର ହେଲ୍ପନାଇଲ୍ ସହ କଥା ହୋଇପାଇବେ ।

ଏଟିଏମ୍

• ଏହି ସୁବିଧା ଆପଣଙ୍କୁ ଏସବିଆଇ ବ୍ୟାଙ୍କର ଏଟିଏମରୁ ମିଳିବ

• ନିଜ ଏଟିଏମ କାର୍ଡ ସ୍ୱିପ୍ କରନ୍ତୁ ଏବଂ ପିନ୍ ନମ୍ବର ଦେବା ସହ ସେଠାରେ ଦର୍ଶାଯାଇଥିବା ‘ସର୍ଭିସ-ରେଜିଷ୍ଟେସନ’ ବିକଳ୍ପ ଉପରେ କ୍ଲିକ୍ କରନ୍ତୁ

• ଏହାପରେ ଆଧାର ରେଜିଷ୍ଟେସନ ଚୟନ କରନ୍ତୁ

• ଆପଣଙ୍କ ଆକାଉଂଟଟି କେଉଁ ବର୍ଗର ଅଟେ, ସେଠାରେ ଦର୍ଶାଯାଇଥିବା କୋଠରୀକୁ ଚୟନ କରନ୍ତୁ

• ଏହାପରେ ଆପଣଙ୍କୁ ଆଧାର ନମ୍ବର ଦେବାକୁ କୁହାଯିବ ଏବଂ ଆପଣ ସେଠାରେ ନିଜ ଆଧାର ନମ୍ବରକୁ ଅପଡେଟ୍ କରିପାରିବେ

ବ୍ୟାଙ୍କ ଶାଖା ଜରିଆରେ

• ବ୍ୟାଙ୍କର କୌଣସି ବି ବ୍ରାଂଚକୁ ଯାଆନ୍ତୁ ଏବଂ ସାଥୀରେ ନିଜର ଆଧାର କାର୍ଡର ଫଟୋ କପି ମଧ୍ୟ ନିଅନ୍ତୁ

• ଏକ ଆପ୍ଲିକେସନ ଲେଖି ବ୍ୟାଙ୍କରେ ଦିଅନ୍ତୁ । ଏଥିସହିତ ଆଧାରର ଏକ କପି ମଧ୍ୟ ସେଥିରେ ସଂଯୋଗ କରି ଦିଅନ୍ତୁ

• ଏହାପରେ ବ୍ୟାଙ୍କ ଅଧିକାରୀ କିଛି ଜରୁରୀ ଯାଂଚ କରିବା ପରେ ଏହାକୁ ଆପଣଙ୍କ ଖାତା ସହ ଲିଙ୍କ୍ କରିଦେବେ

• ଏବଂ ନମ୍ବର ଅପଡେଟ୍ ହୋଇଯିବା ପରେ ଆପଣଙ୍କୁ ବ୍ୟାଙ୍କ୍ ଏସଏମଏସ୍ ମାଧ୍ୟମରେ ସୂଚିତ କରିଦେବ

କିପରି ଜାଣିବେ ଆପଣଙ୍କର ଖାତା ଆଧାର ସହ ଲିଙ୍କ ହୋଇଛି କି ନାହିଁ 

• ସର୍ବ ପ୍ରଥମେ ନିଜର ମୋବାଇଲ ଫୋନରୁ *99*99#  ଡାଏଲ କରନ୍ତୁ ।

• ଏବେ ଆପଣଙ୍କୁ ଏଠାରେ ୨ଟି ଅପସନ ନଜର ଆସିବ । ଯେଉଁଠିରେ ଗୋଟିଏ ହେଲା, ଆଧାର ଲିଙ୍କିଂ ଷ୍ଟେପ ଏବଂ ଅନ୍ୟଟି ହେଲା ପ୍ରଧାନମନ୍ତ୍ରୀ ଜନଧନ ଯୋଜନା  ଆକାଉଂଟ ଓଭରଡ୍ରାଫ୍ଡ ଷ୍ଟେପ ।

• ଏହାପରେ ଆପଣଙ୍କୁ ୧ ନମ୍ବର ଉପରେ କ୍ଲିକ କରି ତାକୁ ଏହି ନମ୍ବରରେ ପଠାଇବାକୁ ପଡିବ ।

• ଏହାପରେ ପୁଣି ଥରେ ଆପଣ ଏଠାରେ ୧୨ ଅଙ୍କ ନମ୍ବର ବିଶିଷ୍ଟ ସଂଖ୍ୟା ତଥା ନିଜର ଆଧାର ନମ୍ବରକୁ ଦାଖଲ କରିବାକୁ କୁହାଯିବ । ଯାହାକୁ ଆପଣଙ୍କୁ ମାନିବାକୁ ହେବ । ଆଧାର ନମ୍ବର ଦେବା ପରେ ନଜର ଆସୁଥିବା ଓକେ ଅପସନକୁ କ୍ଲିକ୍ କରିବାକୁ ହେବ ।

• ଏହାପରେ ଆପଣଙ୍କ ନିକଟକୁ ଏକ ମେସେଜ ଚାଲି ଆସିବ । ଯେଉଁଥିରୁ ଆପଣ ଜାଣିପାରିବେ କି ଆପଣଙ୍କ ବ୍ୟାଙ୍କ ଆକାଉଂଟ ଆଧାର ସହ ଲିଙ୍କ ହୋଇଛି କି ନାହିଁ ଏବଂ ଯଦି ହୋଇଛି ତ କେବେ ହୋଇଛି ।