ରାସନ କାର୍ଡରେ ‘କୁକୁର’ ନେଉଥିଲା ରାସନ ସାମଗ୍ରୀ ! ଆଧାର କାର୍ଡରୁ ହେଲା ପର୍ଦ୍ଦାଫାସ୍

33

ଆଧାରକାର୍ଡର ବୈଧତାକୁ ନେଇ ଯେଉଁଠି ସାରା ଦେଶରେ ଚର୍ଚ୍ଚା ଜୋର ଧରିଛି, ସେଇଠି ଆଧାରକାର୍ଡ ସହ ଜଡିତ ଏଭଳି ଏକ ମାମଲା ସାମ୍ନାକୁ ଆସିଛି , ଯାହାକୁ ଶୁଣିବା ପାରେ ଆପଣଙ୍କ ହୋସ୍ ଉଡିଯିବ । ମଧ୍ୟ ପ୍ରଦେଶର ଧାରା ନାମକ ଜିଲ୍ଲାରେ ଜଣେ ବ୍ୟକ୍ତି କୁକର ନାଁରେ ରାସନ ଜିନିଷ ନେଉଥିଲା । ସେ ବି ପୁଣି ମାସେ ଛ ମାସେ ନୁହେଁ ପାଖାପାଖି ବର୍ଷେ ହେବ । ବଡ କଥା ହେଲା ଏସଂପର୍କରେ ଏଯାବତ କେହି ବି ଜାଣିପାରିନଥିଲେ । ତେବେ ଦୁର୍ଭାଗ୍ୟବଶତଃ ଆଧାର କାର୍ଡ କାରଣରୁ ଏବେ ଏହି ଘଟଣା ସାମ୍ନାକୁ ଆସିଛି ।

ମିଳିଥିବା ସୂଚନା ମୁତାବକ, ଧାର ଜିଲ୍ଲାର ଗୁଲରିପାଡାରେ ରହୁଥିବା ୬୦ ବର୍ଷୀୟ ନରସିଂହ ବୋଦର ନାମକ ଜଣେ ବ୍ୟକ୍ତି ବର୍ଷେ ହେବ କୁକୁର ନାଁରେ ରାସନ ସାମଗ୍ରୀ ନେଇଆସୁଥିଲେ । ତେବେ ଘଟଣାଟି ସେତେବେଳେ ଯାଇ ସାମ୍ନାକୁ ଆସିଥିଲା ଯେତେବେଳେ ତାଙ୍କୁ ତିନିଜଣଙ୍କର ଆଧାର ନମ୍ବର ମଗାଯାଇଥିଲା । ସୂଚନା ମୁତାବକ, ନରସିଂହ ତିନି ଜଣଙ୍କର ରାସନ ପାଇଁ ଯେତେବେଳେ ରାସନ ଦୋକାନରେ ପହଂଚିଥିଲେ । ସେତେବେଳେ ରାସନ ବିକ୍ରେତା ତାଙ୍କୁ ତିନିଜଣଙ୍କର ଆଧାର ନମ୍ବର ମାଗିଥିଲେ । ହେଲେ ଏହି ସମୟରେ ସେ କେବଳ ଦୁଇ ଜଣଙ୍କର ହିଁ ଆଧାର ନମ୍ବର ଦେଇଥିଲେ । ତୃତୀୟ ଜଣଙ୍କ ଦେଇପାରିନଥିଲେ । ଏବଂ ବହୁ ଶେଷରେ ସେ କହିଥିଲେ କି ତୃତୀୟ ଜଣକ ହେଲେ ତାଙ୍କ ଘରେ ଥିବା କୁକୁର । ଯାହାକୁ ସେ ନିଜ ପୁଅ ଭଳି ମାନନ୍ତି । ଏଥିପାଇଁ ସେ ତାଙ୍କ କୁକର ନାଁ ରାସନ କାର୍ଡରେ ରାଜୁ ନାମରେ ଦାଖଲ କରିଥିଲେ ।

ରାସନ ବିକ୍ରେତାଙ୍କ କହିବା କଥା ହେଲା, ଗ୍ରାମ ପଂଚାୟତ ତରଫରୁ ତିଆରି ହୋଇଥିବା ରାସନ କାର୍ଡ ବିନା କୌଣସି ଭେରିଫିକେସନ କରାଯାଇ ପ୍ରସ୍ତୁତ କରାଯାଇଥିଲା ଏବଂ ଯେଉଁଥିପାଇଁ ଏଭଳି ଘଟଣା ଘଟିଛି । ନରସିଂହ କୁକୁର ନାଁରେ ବର୍ଷେ ହେବ ରାସନ ଜିନିଷ ନେଉଥିଲେ । ସେ ଆହୁରୀ ମଧ୍ୟ କହିଛନ୍ତି କି, ସରକାରୀ ସେବାର ଲାଭ ଉଠାଉଥିବା ଏହି ବ୍ୟକ୍ତି ଜଣକର ପରିଚୟ ପାଇଁ ଆଧାର ନମ୍ବର ନିଆଯାଇଥିଲା । ଏହି ସମୟରେ ଯେତେବେଳେ ନରସିଂହଙ୍କଠାରୁ ପିଓଏସ ମେସିନରେ ରାସନ କାର୍ଡରେ ଦିଆଯାଇଥିବା ଲୋକଙ୍କର ଆଧାର ନମ୍ବର ଦେବାକୁ କୁହାଯାଇଥିଲା ସେତେବେଳେ ଏହି ଘଟଣାଟି ସାମ୍ନାକୁ ଆସିଥିଲା ।

ତେବେ କାର୍ଡରେ ଥିବା ପ୍ରତି ବ୍ୟକ୍ତିଙ୍କ ହିସାବରେ ନରସିଂହଙ୍କୁ ପ୍ରତି ମାସ ୫ କିଲୋ ଲେଖାଏଁ ରାସନ ମିଳୁଥିଲା । ଏହି ହିସାବରେ ତାଙ୍କ କୁକର ନାଁରେ ବି ବର୍ଷେ ଭିତରେ ୬୦ କିଲୋ ରାସନ ଦିଆଯାଇଛି । ତେବେ ଘଟଣାଟି ପ୍ରଘଟ ହେବା ପରେ ଏବେ ସରାକରୀ ବିଭାଗରେ ଆଲୋଡନ ଖେଳି ଯାଇଛି ।