ମହାପ୍ରଭୁଙ୍କ ଘୋଷଯାତ୍ରା ଆଉ ମାତ୍ର ୮ ଦିନ ! ଉଠିଲା ତୃତୀୟ ଭୂଇଁ

31

ଆସନ୍ତା ୨୫ତାରିଖରେ ମହାପ୍ରଭୁଙ୍କ ଘୋଷଯାତ୍ରା । ଏଥିଲାଗି ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜୋର ଧରିଲାଣି । ଆଜି ଅନୁଷ୍ଠିତ ହେବ ରଥଯାତ୍ରା ପ୍ରସ୍ତୁତି ସମୀକ୍ଷା ବୈଠକ । ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପସ୍ଥିତ ରହିବେ ।
ଅନ୍ୟପକ୍ଷରେ ରଥଖଳାରେ ୭୦ ପ୍ରତିଶତ କାମ ସରି ଆସିଲାଣି ।

ଶୁକ୍ରବାର ଆଗ ଢମକ କଂଟା ପଡିବା ପରେ ତୃତୀୟ ଭୂଇଁ ଉଠିଛି । ଏହାପରେ ପୋଟଳ ଓରା, ପୋଟଳ ଖମ୍ବି ଏବଂ ପୋଟଳ ପାଳେଣି ଉଠାଯାଇଛି । ଆଗକୁ ବଡ଼ ପୋଟଳ ଉଠିବ ବୋଲି ଭୋଇ ସର୍ଦ୍ଦାର ସୂଚନା ଦେଇଛନ୍ତି ।

ସେପଟେ ଦୋଳବେଦି ପରିସରର ଅସ୍ଥାୟୀ କମାର ଚାଳିରେ କମାର ସେବକ ରଥ ଲୁହା ସାମଗ୍ରୀ ତିଆରି କରୁଥିବାବେଳେ ଚିତ୍ରକର ସେବକ ରଥ ରଙ୍ଗ କରୁଛନ୍ତି । ସେହିପରି ଶ୍ରୀମନ୍ଦିର ପ୍ରଶାସନ ନୂତନ କାର୍ଯ୍ୟାଳୟ ପରିସରରେ ପାଶ୍ୱ ଦେବାଦେବୀ, ଠେକରା ବାଡ଼, ହଂସ ପଟା ପ୍ରଭୃତିର ରଙ୍ଗ କାମ ମଧ୍ୟ ଚାଲିଛି ।