ବ୍ୟବସାୟ କରିବାକୁ ଟଙ୍କା ଦେଉଛନ୍ତି ରତନ ଟାଟା ! ହେଲେ ଆପଣଙ୍କୁ କରିବାକୁ ପଡିବ ମାତ୍ର ଗୋଟିଏ ଇ-ମେଲ୍

1,297

ଯଦି ଆପଣଙ୍କ ନିକଟରେ କୌଣସି ଭଲ ବିଜନେସ୍ ଆଇଡିଆ ରହିଛି ଆଉ ଆପଣ ତାକୁ ଆରମ୍ଭ କରିବାକୁ ଚାହୁଁଛନ୍ତି କିନ୍ତୁ ଏଥିପାଇଁ ଆପଣଙ୍କ ନିକଟରେ ଅର୍ଥର ଘୋର ଅଭାବ ରହିଛି ତେବେ  ଆଦୌ ଚିନ୍ତା କରନ୍ତୁ ନାହିଁ । କାହିଁକି ନା ବର୍ତ୍ତମାନ ସମୟରେ ବଜାରରେ ବ୍ୟାଙ୍କ, ବଡ ବଡ ଫାଇନାନ୍ସିଆଲ ଇଷ୍ଟିଚ୍ୟୁସନ ଏବଂ ବଡ ବଡ ଇନଭେଷ୍ଟର୍ସ ଭଲ ଆଇଡିଆ ଉପରେ ଟଙ୍କା ଲଗାଇବାକୁ ଆଦୌ ସଂକୋଚ କରୁନଥାନ୍ତି । ଆଉ ଯଦି ଇନଭେଷ୍ଟର ରତନ ଟାଟାଙ୍କ ଭଳି ବ୍ୟକ୍ତିତ୍ୱ ହୋଇଥିବେ ତେବେ ଜାଣି ନିଅନ୍ତୁ କି ଆପଣଙ୍କର ସବୁ ସମସ୍ୟାର ସମାଧାନ ହୋଇଗଲା ।

କହିବାକୁ ଗଲେ ଷ୍ଟାର୍ଟଅପରେ ଟଙ୍କା ନିବେଶ କରିବା ମାମଲାରେ ଉଦ୍ୟୋଗପତି ରତନ ଟାଟାଙ୍କ ହୃଦୟ ବିଶାଳ । ତାଙ୍କର ଅନେକ ଇନଭେସମେଂଟ ଏଭଳି ରହିଛି କି, ଯାହାକୁ ସେ ମାତ୍ର ଗୋଟିଏ ଇ-ମେଲରେ ହିଁ କରିଦେଇଛନ୍ତି । ୨୮ ଡିସେମ୍ବରକୁ ଏହି ମହାନ ବ୍ୟକ୍ତିତ୍ୱଙ୍କର ଥିଲା ୮୧ ତମ ଜନ୍ମ ଦିନ । ଆଉ ଏହି ଅବସରରେ ଆଜି ଆମେ ଆପଣଙ୍କୁ ତାଙ୍କର ଏଭଳି ହିଁ କିଛି ନିବେଶ ସଂପର୍କରେ ଆଲୋଚନା କରିଛୁ ।

ରତନ ଟାଟା ଏଯାବତ୍ ୩୦ରୁ ଅଧିକ ଷ୍ଟାର୍ଟଅପରେ ନିଜ ଟଙ୍କା ଲଗାଇସାରିଛନ୍ତି । ୨୦୧୫ରେ ସେ ଏକ ଫ୍ୟାସନ ପୋର୍ଟାଲରେ ଇନଭେଷ୍ଟ କରିଛନ୍ତି, ଖାସ କଥା ହେଲା କି, ସେମାନେ ଆଇଡିଆ(ବିଜନେସ୍ ଆଇଡିଆ)ଦେଖି ମାତ୍ର ଗୋଟିଏ ଇ-ମେଲରେ ହିଁ ଏଥିରେ ଟଙ୍କା ଲଗାଇଦେଇଥିଲେ ।

ଲେନ୍ସକାର୍ଟ

ସନଗ୍ଲାସ. ଆଇଗ୍ଲାସ, ଲେନ୍ସ ଏବଂ ଅନ୍ୟାନ୍ୟ ଆଇଓୟାର ବିକ୍ରି କରୁଥିବା ଅନଲାଇନ ରିଟେଲର ଲେନ୍ସକାର୍ଟକୁ ଟାଟାଠାରୁ ୨୦୧୬ରେ ଫଣ୍ଡିଂ ମିଳିଥିଲା ।

ଏଲ୍ଟିରୋଜ ଏନର୍ଜି

ରତନ ଟାଟା ସର୍ବପ୍ରଥମେ ୨୦୧୪ରେ ଏଲ୍ଟରୋଜ ଏନର୍ଜିରେ ପୁଂଜି ନିବେଶ ଆରମ୍ଭ କରିଥିଲେ । ପବନ ଶକ୍ତି କ୍ଷେତ୍ରରେ କାମ କରୁଥିବା ଏହି କଂପାନୀର ସ୍ଥାପନା ମାସଚ୍ୟୁସେଟସ ଇଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିର ଛାତ୍ରମାନେ କରିଥିଲେ । ଏହିସବୁ ଛାତ୍ରମାନେ ୬୦୦ ମିଟର ତଥା ୨ହଜାର ଫୁଟ୍ ଉଚ୍ଚରେ ଜେନରେଟ ଲଗାଇ ବିଦ୍ୟୁତ୍ ଉତ୍ପାଦନ ଆରମ୍ଭ କରିଥିଲେ ।

ସ୍ନାପଡିଲ

ରତନ ଟାଟା ଇ-କମର୍ସ ସେକ୍ଟରେ ଟଙ୍କା ଲଗାଇବାକୁ ନେଇ ଖାସ୍ ଉତ୍ସାହିତ ଥିଲା ନଜର ଆସନ୍ତି । ସେ ସ୍ନାପଡିଲରେ ନିବେଶ କରିଛନ୍ତି, ହେଲେ ନିବେଶ କେତେ କରିଛନ୍ତି ତାହା ଏଯାବତ୍ ସ୍ପଷ୍ଟ ହୋଇନି ।

କାର ଦେଖୋ ଡଟ୍ କମ୍

ରତନ ଟାଟା ଅନଲାଇନ ଅଟୋ କ୍ଲାସିଫାଇଡ ସେବା ପ୍ରଦାନକାରୀ ସଂସ୍ଥା ତଥା କାର ଦେଖୋ ଡଟ୍ କମରେ ୨୦୧୫ରେ ଟଙ୍କା ନିବେଶ କରିଥିଲେ ।ତେବେ କାର ଦେଖୋ   ରତନ ଟାଟାଙ୍କ ତରଫରୁ ନିବେଶ ହୋଇଥିବା କଥା ତ ଖୁଲାସା କରିଥିଲା ହେଲେ କେତେ କରିଥିଲେ ତାହା ଏଯାବତ୍ ସ୍ପଷ୍ଟ ହୋଇନି ।

ପେଟିଏମ

ରତନ ଟାଟା ମୋବାଇଲ କମର୍ସ ତଥା ଏମ-କମର୍ସ ପ୍ଲାଟଫର୍ମ ପେଟିଏମରେ ୨୦୧୫ରେ ଟଙ୍କା ନିବେଶ କରିଥିଲେ । ତେବେ ଟାଟା ପେଟିଏମରେ କେତେ ପୁଂଜିନିବେଶ କରିଛି ତାହା ଏବେ ଜଣାପଡିନାହିଁ । ମିଳିଥିବା ସୂଚନା ମୁତାବକ, ଟାଟା କଂପାନୀ ଏଥିରେ ବ୍ୟକ୍ତିଗତ ସ୍ତରରେ ପୁଂଜିନିବେଶ କରିଛି ।

ସାଓମୀ

ଉଦ୍ୟୋଗ ଜଗତର ଦିଗଜ ରତନ ଟାଟା ଚୀନର ମୋବାଇଲ ହ୍ୟାଣ୍ଡସେଟ ତିଆରି କରୁଥିବା କଂପାନୀ xiaomiରେ ୨୦୧୫ରେ ପାର୍ଟନର୍ସିପ କିଣିଥିଲେ । ତେବେ xiaomiରେ ଜଣେ ଭାରତୀୟ ଭାବେ ରତନ ଟାଟା ପ୍ରଥମ ନିବେଶକାରୀ ।