ପୁଣିଥରେ ବୀରାପ୍ପାନ୍

67

ଏବେ ଚାଲିଛି ବାୟୋପିକର ଜମାନା । ଭିନ୍ନ ଭିନ୍ନ ରିୟଲ୍ କ୍ୟାରେକ୍ଟରକୁ ନେଇ ରୂପେଲି ପରଦାରେ ଦେଖିବାକୁ ମିଳୁଛି କିଛି ଫିଲ୍ମ । କେତେବେକେ କ୍ରିକେଟ ଜଗତର ତାରକାଙ୍କୁ ନେଇ ତ ପୁଣି କେତେବେଳେ ଟେନିସ୍ ଦୁନିଆକୁ ନେଇ । ଆହୁରି ମଧ୍ୟ ରୂପେଲି ପରଦାକୁ ଆସିଛି ଦସ୍ୟୁ ନାୟିକାଙ୍କ କାହାଣୀକୁ ନେଇ ମୁଭି ବ୍ୟାଣ୍ଡିଡ୍ କୁଇନ୍ । ଏଥିରୁ ବି ବାଦ୍ ପଡିନି ନିରଜାର କାହାଣୀ । ପ୍ରଯୋଜକ ତଥା ନିର୍ଦେଶକ କିଛି ଅତୀତ କିଛି ବର୍ତମାନକୁ ନେଇ ତିଆରି କରିଛନ୍ତି ଏମିତି କିଛି ଫିଲ୍ମ । ଯାହା ଦର୍ଶକଙ୍କ ନିକଟରେ ବେଶ ଆଦୃତି ଲାଭ କରିଛି । ଏବେ ରୂପେଲି ପରଦାରେ ରାଜ କରୁଛି ମୁଭି “ବୀରପ୍ପାନ୍” । ରାମ ଗୋପାଳ ବର୍ମାଙ୍କ ନିର୍ଦେଶିତ ଏହି ଫିଲ୍ମ ଏବେ ଦର୍ଶକୀୟ ସ୍ୱୀକୃତି ପାଇଛି । ଏପ୍ରିଲ ମାସରେ ରିଲିଜ୍ ହୋଇଥିଲା ଏହାର ଟ୍ରେଲର୍ । ଜଙ୍ଗଲ ଦସ୍ୟୁ ଭାବେ ପରିଚିତ ବୀରପ୍ପାନଙ୍କ ଜୀବନ କାହାଣୀ ଉପରେ ଆଧାରିତ ଏହି ମୁଭି ଏବେ ବକ୍ସ ଅଫିସରେ ଅଛି ଚର୍ଚ୍ଚାରେ । ଖାଲି ହିନ୍ଦୀ ନୁହେଁ ତାମିଲ, ତେଲଗୁ, କନ୍ନଡ, ମାଲୟାଲମ୍ ଆଦି ଭାଷାରେ ତିଆରି ହୋଇଛି ମୁଭି ବୀରପ୍ପାନ୍ । ବୀରପ୍ପାନକୁ ବଡ ପରଦାରେ ଦେଖିବାକୁ ଦର୍ଶକଙ୍କ ମନରେ ବେଶ ଆଗ୍ରହ । ଏହାକୁ ନେଇ ସ୍ପେଶାଲ ରିପୋର୍ଟ ପୁଣି ଥରେ ବୀରପ୍ପାନ୍

ram-gopalବେଶ କିଛି ଦିନ ପରେ ବଲିଉଡରେ ଦେଖିବାକୁ ମିଳିଛି ରାମ ଗୋପାଲ ବର୍ମାଙ୍କ କମାଲ୍ । ପୁଣି ଥରେ ବଡ ପରଦାର ଦର୍ଶକଙ୍କୁ ଆପଣାର କରିଛନ୍ତି ରାମ ଗୋପାଲ ବର୍ମା । ପରଦାରେ ଜଙ୍ଗଲ ଦସ୍ୟୁ ବୀରପ୍ପାନର କାହାଣୀକୁ ନେଇ ଦର୍ଶକଙ୍କ ନିକଟତର ହୋଇଛନ୍ତି ରାମ ଗୋପାଲ । ଜଙ୍ଗଲ ଦସ୍ୟୁ ବୀରପ୍ପାନକୁ ଜଣେ କ୍ରିମିନାଲ୍ ଭାବେ ନୁହେଁ କେମିତି ସେ ଚର୍ଚ୍ଚାର ଶୀର୍ଷରେ ଥିଲେ ତାହା ଦେଖିବାକୁ ମିଳିଛି ଏହି ଫିଲ୍ମରେ ।

461686-veerappanବେଶ କିଛି ବର୍ଷ ଧରି ଜଙ୍ଗଲରେ ରାଜ କରୁଥିଲା ବୀରପ୍ପାନ । ପ୍ରତିଥର ପୁଲିସକୁ ଚକମା ଦେଖାଇ ଖସି ଯିବାରେ ସକ୍ଷମ ହେଉଥିଲା ଜଙ୍ଗଲ ଦସ୍ୟୁ ବୀରପ୍ପାନ୍ । ଚନ୍ଦନକାଠ ଚୋରା ଚାଲାଣରେ ଥିଲା ବୀରପ୍ପାନର ପ୍ରମୁଖ ଭୂମିକା । କିଶୋର ବୟସରୁ ହିଁ ବୀରପ୍ପାନ୍ ଶିଖିଥିଲା ଡକାୟତି ଓ ବନିଯାଇଥିଲା ଚନ୍ଦନକାଠ ତସ୍କର । ଯାହା ବେଶ ଭଲ ଭାବେ ବର୍ଣ୍ଣନା କରାଯାଇଛି ମୁଭି ବୀରପ୍ପାନରେ । ତାମିଲନାଡୁ, କର୍ଣ୍ଣାଟକ ଓ କେରଳ ଜଙ୍ଗଲରେ ଚାଲିଥିଲା ବୀରପ୍ପାନର ଆଡ୍ଡା । ପାଖାପାଖି ୧୮୪ ଜଣଙ୍କୁ ହତ୍ୟା କରିଥିଲା ବୀରପ୍ପାନ । ୨୦୦ ହାତୀଙ୍କୁ ବି ହତ୍ୟା କରି ବୀରପ୍ପାନ୍ ଦେଇଛି ତା ଅମଣିଷ ପଣିଆର ପରିଚୟ । ଏସବୁକୁ ବେଶ ଭଲ ଭାବେ ଉପସ୍ଥାପନ କରାଯାଇଛି ମୁଭି “ବୀରପ୍ପାନ୍”ରେ । ଆକ୍ସନ୍ ସହ ବୀରପ୍ପାନର କାର୍ଯ୍ୟକଳାପ ଦର୍ଶକଙ୍କୁ ଛୁଇଁ ପାରିଛି । ବୀରପ୍ପାନର କାହାଣୀ ଶୁଣିଥିବା ଦର୍ଶକେ ଏବେ ବୀରପ୍ପାନର ମୁଭି ଦେଖି ଅନୁମାନ କରିପାରୁଛନ୍ତି ସତରେ କେମିତି ଓ କାହିଁକି ଚର୍ଚ୍ଚାର ଶୀର୍ଷରେ ଥିଲା ବୀରପ୍ପାନ୍ । ଖାଲି ସେତିକି ନୁହେଁ ବୀରପ୍ପାନ ମୁଭିରେ ଥିବା ଆଇଟମ୍ ସଙ୍ଗ ବି କହିଛି ଜଙ୍ଗଲ ଭିତରେ ଚାଲୁଥିବା ବୀରପ୍ପାନର କାହାଣୀ । ପାଖାପାଖି ୨୦ ବର୍ଷ ଧରି ପୁଲିସକୁ ଟାର୍ଗେଟ କରି ଆସୁଥିବା ବୀରପ୍ପାନ୍ ଶେଷରେ ଟାର୍ଗେଟ ହୋଇଥିଲା ପୁଲିସର । ଏବେ ବୀରପ୍ପାନର କାହାଣୀ ସାଙ୍ଗକୁ ଏହା ଉପସ୍ଥାପନା ଶୈଳୀ ଭିଡି ଧରିଛି ଦର୍ଶକଙ୍କୁ । ବୀରପ୍ପାନ ଭୂମିକାରେ ଆସିଥିବା କଳାକାର ସନ୍ଦିପ ଭରଦ୍ୱାଦଙ୍କ ଅଭିନୟ ବି ପୁଣି ଥରେ ମନେ ପକାଇ ଦେଇଛି ବୀରପ୍ପାନକୁ ।

Veerappan_leading_his_gang_in_moily_forest ବୀରପ୍ପାନ୍ । ଏସିଆ ମହାଦେଶର ଚର୍ଚ୍ଚିତ ଚେହେରା । ଜଙ୍ଗଲ ଦସ୍ୟୁ ତଥା ଚନ୍ଦନ ତସ୍କର ଭାବେ ପରିଚିତ ଥିଲା ବୀରପ୍ପାନ୍ । ପାଖାପାଖି ୩୦ ବର୍ଷ ଧରି ରାଜ୍ କରି ଚାଲିଥିଲା କର୍ଣ୍ଣାଟକ, କେରଳ ଓ ତାମିଲନାଡୁ ଜଙ୍ଗଲରେ । ଚେହେରାରେ ନା ଥିଲା ଚମକ ନା ଚରିତ୍ରରେ ଥିଲା ବିଶେଷତ୍ୱ । ଲମ୍ବା ନିଶ ସାଙ୍ଗକୁ ପତଳା ଶରୀରକୁ ନେଇ ଜଙ୍ଗଲ ଦସ୍ୟୁ ଭାବେ ସେ ପରିଚିତ ଥିଲା ଏସିଆ ମହାଦେଶରେ । ହତ୍ୟା, ଲୁଣ୍ଠନ, ଅପହରଣ, ଚୋରା ଚନ୍ଦନ କାଠ ଚାଲାଣରେ ବୀରପ୍ପାନର ନାଁ ଥିଲା ସବୁଠାରୁ ଆଗରେ । ୧୯୭୦ ମସିହାରୁ କ୍ରିମିନାଲ ଲାଇଫ୍ ଆରମ୍ଭ କରିଥିଲା ବୀରପ୍ପାନ୍ । ୧୯୭୦ରୁ ୨୦୦୪ ପର୍ଯ୍ୟନ୍ତ ଅନେକ ଥର ପୁଲିସ ଆଖିରେ ଧୂଳି ଦେଇ ଖସିଯାଇଥିଲା ବୀରପ୍ପାନ୍ । ହେଲେ ଶେଷରେ ଏକ ନାଟକୀୟ ଢଙ୍ଗରେ ବୀରପ୍ପାନ୍ ବନିଥିଲା ପୁଲିସର ଟାର୍ଗେଟ୍ । ଜଙ୍ଗଲ ଭିତରେ ହିଁ ପୁଲିସ ଗୁଳିରେ ନିହତ ହୋଇଥିଲା ମୋଷ୍ଟ ୱାଟେଂଡ୍ ବୀରପ୍ପାନ୍ । ୨୦୦୪ରେ ସରିଥିଲା ବୀରପ୍ପାନର ଯୁଗ ।

 Kannada-superstar-Rajkumar-Kidnapping--case-will-be-based-on-Killing-Veerappan-ବୀରାପ୍ପାନର ଜନ୍ମ ୧୮ ଜାନୁଆରୀ ୧୯୫୨ କର୍ଣ୍ଣାଟକରେ । ଜୀବନର ଅଧା ସମୟ କଟେ ଜଙ୍ଗଲରେ । ୩୦ ବର୍ଷ କାଳ କର୍ଣ୍ଣାଟକ , କେରଳ ଓ ତାମିଲନାଡୁର ଜଙ୍ଗଲରେ ରାଜ କରେ ବୀରପ୍ପାନ୍ । ୧୯୭୦ ମସିହାରେ ଅପରାଧ ଦୁନିଆରେ ପାଦ ଦିଏ ବୀରାପ୍ପାନ । ଚନ୍ଦନକାଠ ଚୋରା ଚାଲାଣର ମାଷ୍ଟର ମାଇଣ୍ଡ ସାଜେ ବୀରପ୍ପାନ୍ । ଦିନକୁ ଦିନ ଅପରାଧର ସାମ୍ରାଜ୍ୟ ବଢିଚାଲେ ବୀରପ୍ପାନର । ଧୀରେ ଧିରେ ଚନ୍ଦନ କାଠ ଚୋରି , ହାତୀ ଦାନ୍ତ ଚୋରି ଭଳି ଅପରାଧ ଘଟାଏ ସେ । ମାତ୍ର ୧୭ ବର୍ଷ ବୟସରେ ପ୍ରଥମେ ହତ୍ୟା ଭଳି ଜଘନ୍ୟ ଅପରାଧ । ଟାର୍ଗେଟରେ ସବୁବେଳେ ଥାନ୍ତି ପୁଲିସ ଅଫିସର ଓ ଫରେଷ୍ଟ ଅଫିସର । ୧୯୯୩ ରେ ଏକ ସିରିଏଲ ବ୍ଲାଷ୍ଟ ଘଟାଇ ୨୨ ଜଣ ପୁଲିସ ଓ ବନ କର୍ମଚାରୀଙ୍କ ଜୀବନ ନିଏ ଜଙ୍ଗଲ ଦସ୍ୟୁ ବୀରପ୍ପାନ୍ । ୨୦୦୦ ମସିହାରେ ଅପହରଣ ହୁଅନ୍ତି କନ୍ନଡ ସୁପର ଷ୍ଟାର ରାଜକୁମାର ।2007051603740401_589486e (1)୧୦୮ ଦିନ ପରେ ତାଙ୍କୁ ଫେରାଇ ଆଣିବାକୁ କାନଡା ସରକାରଙ୍କୁ ବୀରୀପ୍ପାନକୁ ଦେବାକୁ ହୁଏ ୨୦ କୋଟି ଟଙ୍କା । ୨୦୦୨ ଅପହରଣ ହୁଅନ୍ତି କର୍ଣ୍ଣାଟକର ପୂର୍ବତନ ମନ୍ତ୍ରୀ ଏଚ . ନଗାପା । ହେଲେ ସେ ବଂଚିି ପାରନ୍ତିନି ଏହି ଅପରାଧୀ ହାତରୁ । ତାଙ୍କ ମୃତ ଦେହ ଉଦ୍ଧାର ହୁଏ ଜଙ୍ଗଲରୁ । ବର୍ବରତାର ଶିଖରରେ ପହଂଚିଯାଏ ଏହି ଜଙ୍ଗଲ ଦସୁ୍ୟ । ୧୯୯୦ ମସିହାରେ କର୍ଣ୍ଣାଟକ ଓ ତାମିଲନାଡୁ ସରକାର ବୀରାପ୍ପାନକୁ ଧରିବା ପାଇଁ ଗଢନ୍ତି ସ୍ପେସାଲ ଟାସ୍କ ଫୋର୍ସ ( ଏସ. ଟି. ଏଫ ) । ଏସ.ଟି.ଏଫ ଦ୍ୱାରା ଆରମ୍ଭ ହୁଏ ଅପରେସନ କୋକୁନ । ଯାହା ତିଆରି ହୁଏ ବୀରାପ୍ପାନକୁ ଧରିବା ପାଇଁ । ଶେଷରେ ୨୦୦୪ ମସିହା ଅକ୍ଟୋବର ୧୮ ତାରିଖରେ ତାମିଲନାଡୁର ଜଙ୍ଗଲରେ ପୁଲିସ ହାତରେ ନିହତ ହୁଏ ଜଙ୍ଗଲ ଦସ୍ୟୁ ବୀରପ୍ପାନ୍ ।

veerappan-trailer-647_041816050145ଲୋକଙ୍କ ମନରେ ଆଜିବି ଜୀବିତ ହୋଇ ରହିଛି ବୀରପ୍ପାନର କାହାଣୀ । ହେଲେ ବୀରପ୍ପାନ କଥା ଶୁଣିଥିବା ଲୋକେ ତା’ର କାର୍ଯ୍ୟକଳାପକୁ ସିଧା ସଳଖ ଦେଖି ପାରି ନଥିଲେ । କେବେକେବେ କାହା କାହା ମନରେ ଆସୁଥିଲା ବୀରପ୍ପାନକୁ ପାଖରୁ ଦେଖିବାକୁ । ଯାହା ଆଜି ପìରଣ କରିଛି ରାମ ଗୋପାଲ ବର୍ମାଙ୍କ ଦ୍ୱାରା ନିର୍ମିତ ମୁଭି ବୀରପ୍ପାନ୍ । ଏହି ମୁଭିର ଚିତ୍ର ଏବଂ ଚରିତ୍ର ସଂପୂର୍ଣ୍ଣ ଭାବେ ମନେପକାଇ ଦେଉଛି ଜଙ୍ଗଲ ଦସ୍ୟୁ ବୀରପ୍ପାନର କାହାଣୀ । ଲାଗୁଛି ପୁଣିଥରେ ଫେରିଛି ବୀରପ୍ପାନ ।