‘ରାନସମୱେର୍’ ସାଇବର ଆଟାକରୁ କିପରି ପାଇବେ ରକ୍ଷା ? ଆପଣାନ୍ତୁ ଏହି ୮ଟି ତରିକା

39

ଦେଶରେ ସାଇବର ଆଟାକ ଯୋଗୁଁ ଆତଙ୍କ ଖେଳିଥିବାବେଳେ ଏବେ ଭାରତରେ ଗ୍ଲୋବାଲ ସାଇବର ଆଟାକ ନେଇ ଆଶଙ୍କା ଦେଖାଯାଇଛି । ତେବେ ଏହି ସାଇବର ଆଟାକ ଆଶଙ୍କାଙ୍କୁ ଦୃଷ୍ଟିରେ ରଖି ବିଭିନ୍ନ ଆଇଟି କମ୍ପାନୀ ନିଜ ୱିଣ୍ଡୋ ଏକ୍ସପିକୁ ଅପଗ୍ରେଡ କରିଛନ୍ତି । ଅପଗ୍ରେଡ କରିବା ପରେ ସାଇବର ଆଟାକ୍ ସମ୍ଭାବନା କମ ହେବ ବୋଲି ଜଣାପଡିଛି । ସାଇବର ଆଟାକ ହେବା ଦ୍ୱାରା ଖୁବ ସହଜରେ କମ୍ପ୍ୟୁଟରକୁ ହ୍ୟାକ କରିହୁଏ । ତେବେ କିପରି ଆପଣ ମଧ୍ୟ ନିଜର ଡିଭାଇସକୁ ସୁରକ୍ଷିତ ରଖିପାରିବେ ସେ ସଂପର୍କରେ ଆସନ୍ତୁ ଜାଣିବା ।

ସତର୍କତା-

• ଭାଇରସ ଦ୍ୱାରା ପ୍ରଭାବିତ କୌଣସି ବି ଡିଭାଇସକୁ ବ୍ୟବହାର କରନ୍ତୁ ନାହିଁ ।

• ଯଦି ଆପଣ ବ୍ୟବହାର କରୁଥିବା ଲ୍ୟାପଟପ୍ କିମ୍ବା କମ୍ପ୍ୟୁଟରରେ କୋଣସି ଭାଇରସ ଜନିତ ସଂକେତ ଆସୁଛି ତେବେ ତାକୁ ସାଙ୍ଗେ ସାଙ୍ଗେ କିଛି ସମୟ ପାଇଁ ବନ୍ଦ କରିଦିଅନ୍ତୁ ।

• ଅଫିସରେ ବ୍ୟବହୃତ କମ୍ପ୍ୟୁଟରରେ ନିଜର କୌଁଣସି ବ୍ୟକ୍ତିଗତ ତଥ୍ୟ ରଖନ୍ତୁ ନାହିଁ ।

• ନିଜର ସମସ୍ତ ତଥ୍ୟ ବା ଡାଟାକୁ ଗୋଟିଏ ଡିଭାଇସରେ ରଖନ୍ତୁ ନାହିଁ ।

• କମ୍ପ୍ୟୁଟରେ ଆସୁଥିବା ଅଟୋ ପପଅପକୁ ଖୋଲନ୍ତୁ ନାହିଁ ।

• ଆପଣଙ୍କ ମୋବାଇଲକୁ କିମ୍ବା କମ୍ପ୍ୟୁଟରେ ଦରକାର ପଡୁ ନଥିବା ଆପ୍ କିମ୍ବା ସଫ୍ଟସ୍ୱାର ଇନଷ୍ଟଲ କରନ୍ତୁ ନାହିଁ କିମ୍ବା ହଠାତ୍ ଆସୁଥିବା କୌଣସି ବି ଆପ୍ ଉପରେ କ୍ଲିକ୍ କରନ୍ତୁ ନାହିଁ ।

• ଅଜଣା କୌଣସି ବି ସାଇଟ୍ କିମ୍ବା କୌଣସି ନୁଆ ବିଜ୍ଞାପନକୁ ଖୋଲନ୍ତୁ ନାହିଁ ।

• କମ୍ପ୍ୟୁଟରରେ କୌଣସି ଶସ୍ତା ଆଂଟିଭାଇରସ ବ୍ୟବହାର କରନ୍ତୁ ନାହିଁ ।