ସ୍ୱାମୀ ଖୋଲିଲେ ହନିପ୍ରୀତ ଓ ବାବାଙ୍କ ଭିତିର ସମ୍ପର୍କର ଗୁମର ! କହିଲେ, ବାପା-ଝିଅର ଅଭିନୟ କରି ବୋକା ବନାଉଥିଲେ ହନିପ୍ରୀତ୍

40

ହନିପ୍ରୀତ ଓ ରାମରହିମଙ୍କ ମଧ୍ୟରେ କଣ ଥିଲା ଭିତିର ସମ୍ପର୍କର ଗୁମର ଖୋଲିଛନ୍ତି ହନିଙ୍କ ସ୍ୱାମୀ ବିଶ୍ୱାସ ଗୁପ୍ତା । ବିଶ୍ୱାସ କହିଛନ୍ତି, ରାମରହିମ ଓ ହନିଙ୍କ ମଧ୍ୟରେ ନଥିଲା ବାପା-ଝିଅର ସମ୍ପର୍କ । ହନିପ୍ରୀତ୍ ଓ ରାମରହିମଙ୍କ କଳା ଦୁନିଆକୁ ସେ ଖୁବ୍ ପାଖରୁ ଦେଖିଛନ୍ତି । କିଭଳି ବାପା-ଝିଅର ଅଭିନୟ କରି ତାଙ୍କୁ ବୋକା ବନାଇଥିଲେ ସେ କଥାକୁ ଗଣମାଧ୍ୟମ ଆଗରେ ବଖାଣିଛନ୍ତି ବିଶ୍ୱାସ୍ ।

ସୂଚନା ମୁତାବକ, ହନିପ୍ରୀତ ଓ ରାମରହିମଙ୍କ ମଧ୍ୟରେ ଥିବା ଭିତିର ସମ୍ପର୍କର ଗୁମର ଖୋଲିଛନ୍ତି ହନିଙ୍କ ସ୍ୱାମୀ ବିଶ୍ୱାସ ଗୁପ୍ତା । ବିଶ୍ୱାସ କହିଛନ୍ତି ରାମରହିମ ଓ ହନିଙ୍କ ମଧ୍ୟରେ ନଥିଲା ବାପା-ଝିଅର ସମ୍ପର୍କ । ବାହାରେ ବାପା-ଝିଅ ଆଉ ଭିତରେ ଚାଲିଥିଲା ପାପ ସମ୍ପର୍କ । ବିଶ୍ୱାସ କହିଛନ୍ତି ରାମରହିମ ହିଁ ତାଙ୍କ ସହ ହନିପ୍ରୀତଙ୍କର ବିବାହ କରାଇଥିଲେ । କିନ୍ତୁ ପରେ ରାମରହିମଙ୍କ ଯୋଗୁଁ ହନିପ୍ରୀତ୍ ଓ ତାଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଥିଲା ଏବଂ ପରେ ଦୁହେଁ ଅଲଗା ହୋଇଥିଲେ ।

ଝିଅ ବୋଲି କହି ଗୁମ୍ପା ଭିତରେ ତାଙ୍କ ସହ ଘଂଟା ଘଂଟା ଧରି ଅନୈତିକ କାର୍ଯ୍ୟରେ ଲିପ୍ତ ରହୁଥିଲେ । ଏପରିକି ତାଙ୍କୁ ବୋକା ବନାଇ, ଟଙ୍କା ପଇସାର ଲୋଭ ଦେଖାଇ ଅନୈତିକ ସମ୍ପର୍କକୁ ରଖିବାକୁ ଚାହୁଁଥିଲେ ରାମରହିମ ଓ ହନିପ୍ରୀତ୍ । ହେଲେ ସେ ସବୁ ଜାଣିଯିବା ପରେ ମିଛ କେସରେ ଫସାଇ ତାଙ୍କୁ ଜେଲ ପଠାଇ ତାଙ୍କଠାରୁ ସବୁକିଛି ଲୁଟି ନେଇଛନ୍ତି ଡେରା ମୁଖ୍ୟ ।

ଏହାଛଡା ହନିପ୍ରୀତିଙ୍କୁ ଝିଅ କହି ଏଭଳି ସମ୍ପର୍କ ଗଢ଼ିବା ପଛରେ ଆଉ ଏକ ବଡ କାରଣ ଥିବା କହିଛନ୍ତି ବିଶ୍ୱାସ । ସେ କହିଛନ୍ତି, ୨୦୦୯ ବେଳକୁ ବାବାଙ୍କ ବିରୋଧରେ ସିବିଆଇ ଯାଂଚ କରି ସ୍ୱାଧ୍ୱୀ ଦୁଷ୍କର୍ମ ମାମଲାରେ ତଥ୍ୟ ଏକାଠି କରି ସାରିଥିଲା । ଏପଟେ ରାମରହିମଙ୍କ ବୟସ ମଧ୍ୟ ବଢିଚାଲିଥିଲା । ତେଣୁ ସବୁ ଦିନ ପାଇଁ ନିଜ କାମନା ବାସନାକୁ ଚରିତାର୍ଥ କରିବାକୁ ଏହି କୌଶଳ ଆପଣାଇଥିଲେ ବାବା । ବିଶ୍ୱାସଙ୍କ ମନ୍ତବ୍ୟ ଓ ଜେଲ ଭିତରେ ବାବାଙ୍କ ହନି ଖୋଜାକୁ ଦେଖିଲେ ପ୍ରକୃତରେ ରାମରହିମ ଓ ହନିଙ୍କ ସମ୍ପର୍କକୁ ନେଇ ଯେଉଁ ସନ୍ଦେହ ସୃଷ୍ଟି ହୋଇଥିଲା ତାହା କ୍ରମଶଃ ଦୃଢ଼ ହେଉଛି ।