ରାଜ୍ୟସଭାର ୧୧୫ଟି ଖାଲି ପଦବୀ ପାଇଁ ନିଯୁକ୍ତି ସୁଯୋଗ । ଜାଣନ୍ତୁ କଣ ରହିଛି ଚୟନ ପ୍ରକ୍ରିୟା

49

ରାଜ୍ୟସଭାରେ ଚାକିରୀ କରିବାର ସ୍ୱପ୍ନ ଦେଖୁଛନ୍ତି କି ? ୧୧୫ଟି ପଦପଦବୀ ପାଇଁ ରାଜ୍ୟସଭା ସେକ୍ରେଟେରିଏଟ୍ ନିଯୁକ୍ତି ସେଲ୍ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଗ୍ରୁପ – ୧ ରୁ ୪ ଯାଏଁ ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ, ଅନଲାଇନ୍ ମାଧ୍ୟମରେ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି । ଅଗଷ୍ଟ ୧୮ ଯାଏଁ ଆପଣ ଚାହିଁଲେ ଏହି ପଦବୀ ପାଇଁ ଆବେଦନ କରିପାରିବେ । ପ୍ରାଥମିକ ପରୀକ୍ଷା, ମୁଖ୍ୟ ପରୀକ୍ଷା ,କୌଶଳ ପରୀକ୍ଷା ଏବଂ ସାକ୍ଷାତକାର ଏଭଳି ପର୍ଯ୍ୟାୟରେ ନିଯୁକ୍ତି ପ୍ରକ୍ରିୟା ହେବ ।

ବିଜ୍ଞପ୍ତି ଅନୁସାରେ, ଇଂଟରପ୍ରିଟର ପଦବୀ ପାଇଁ, ପ୍ରାରମ୍ଭିକ ପରୀକ୍ଷା ପରିବର୍ତ୍ତେ ଓରେସନ ଟେଷ୍ଟ ହେବ । ଯେଉଁ ପଦବୀ ପାଇଁ ପ୍ରାରମ୍ଭିକ ପରୀକ୍ଷା ହେବ, ତାହା କେବଳ ପରବର୍ତ୍ତୀ ପର୍ଯ୍ୟାୟକୁ ଉତ୍ତୀର୍ଣ୍ଣ ହେବାକୁ ଉଦ୍ଦିଷ୍ଟ । ଯେଉଁ ପଦବୀ ପାଇଁ ଓରେସନ ଟେଷ୍ଟ ହେବ, ଅନ୍ତିମ ବା ଚୁଡାନ୍ତ ସୂଚି ପ୍ରସ୍ତୁତ କରିବା ସମୟରେ ଏହାକୁ ସାମିଲ୍ କରାଯିବ ।

ତେବେ ଆସନ୍ତୁ ଜାଣିବା ଏସଂପର୍କରେ ଅଧିକ ସୂଚନା ।

ଆସିଷ୍ଟାଂଟ୍ ଲେଜିସଲେଟିଭ /କମିଟି /ପ୍ରୋଟୋକଲ /ଏକ୍ସିକ୍ୟୁଟିଭ୍ ପାଇଁ ଚୟନ ପ୍ରକ୍ରିୟା

ଚୟନ ପ୍ରକ୍ରିୟାରେ ଗୋଟିଏ ପ୍ରାରମ୍ଭିକ ପରୀକ୍ଷା, ମୁଖ୍ୟ ପରୀକ୍ଷା ଏବଂ ସାକ୍ଷାତକାର ସାମିଲ୍ ରହିବ । ପ୍ରାରମ୍ଭିକ ପରୀକ୍ଷା ପାଇଁ ୩ ଘଂଟାର ସମୟ ସୀମା ରହିବ ଯେଉଁଥିରେ ୧ ମାର୍କ ଲେଖାଏଁର ୧୮୦ଟି ପ୍ରଶ୍ନ ରହିବ । ଏଥିସହିତ ସାଧାରଣ ଜ୍ଞାନ, ଜେନେରାଲ ଇଂଟେଲିଜେନ୍ସ ଓ ଇରାଂଜୀର ପରୀକ୍ଷା କରାଯିବ ।

ଦ୍ୱିତୀୟ ଅଂଶ ଅର୍ଥାତ୍ ମୁଖ୍ୟ ପରୀକ୍ଷାରେ ଦୁଇଟି ପେପର ରଖାଯିବ । ଇଂରାଜୀ ଓ ଭାରତ ସମ୍ବିଧାନ ପରୀକ୍ଷା । ଇଂରାଜୀ ଭାଷା ପେପର ୨ ଘଂଟା ଓ ୮୦ ମାର୍କ ବିଶିଷ୍ଟ ରହିବ । ଭାରତ ସମ୍ବିଧାନ ପରୀକ୍ଷା କିନ୍ତୁ ୩ ଘଂଟା ଓ ୧୦୦ ମାର୍କ ବିଶିଷ୍ଟ ରହିବ ।
ଶେଷ ପର୍ଯ୍ୟାୟ ରହିବ ଇଂଟରଭିୟୁ ବା ସାକ୍ଷାତକାର । ପ୍ରାରମ୍ଭିକ ପରୀକ୍ଷା ଓ ମୁଖ୍ୟ ପରୀକ୍ଷାରେ ୫୦ ପ୍ରତିଶତ ରଖିଥିବା ସାଧାରଣ ବର୍ଗର ପ୍ରାର୍ଥୀ ଏବଂ ୪୫ ପ୍ରତିଶତ ରଖିଥିବା ଓବିସି ବର୍ଗ ଏବଂ ୪୦ ପ୍ରତିଶତ ରଖିଥିବା ଅନୁସୂତିଚ ଜାତି ଓ ଜନଜାତି ପ୍ରାର୍ଥୀ ଏଥିପାଇଁ ଯୋଗ୍ୟତା ହାସଲ କରିପାରିବେ ।

ସେହିପରି ମେରିଟ୍ ଲିଷ୍ଟ, ମୁଖ୍ୟ ପରୀକ୍ଷା (୧୮୦) ମାର୍କ ଓ ସାକ୍ଷାତକାର ପାଇଁ (୨୦) ମାର୍କରୁ ମିଳିଥିବା ସମସ୍ତ ମାର୍କକୁ ଭିତ୍ତିକରି ପ୍ରସ୍ତୁତ କରାଯିବ ।

ପ୍ରୁଫ୍ ରିଡର ଓ ଟ୍ରାନ୍ସଲେଟର

ପ୍ରାଥମିକ ପରୀକ୍ଷା ୩ ଘଂଟା/୨୦୦ ମାର୍କ ବିଶିଷ୍ଟ ରହିବ । ଏଥିରେ ସାଧାରଣ ଜ୍ଞାନ, ଇଂରାଜୀ, ଜେନେରାଲ ଇଂଟେଲିଜେନ୍ସ ଓ ହିନ୍ଦୀ ଭାଷା ଉପରେ ପରୀକ୍ଷା ହେବ ।

ମୁଖ୍ୟ ପରୀକ୍ଷା ବର୍ଣ୍ଣନାତ୍ମକ ହେବ । ୨ଟି ପେପର ବିଶିଷ୍ଟ ପରୀକ୍ଷାରେ ପ୍ରଥମ ପେପରରେ ଇଂରାଜୀ ଓ ହିନ୍ଦୀ ଭାଷାରେ ପ୍ରଶ୍ନ ରହିବା ସହ ୧୦୦ ମାର୍କ ପାଇଁ ୩ ଘଂଟା ସମୟ ରହିବ । ଦ୍ୱିତୀୟ ପେପରରେ ରହିଛି ପ୍ରୁଫ ରିଡିଂ/ଟ୍ରାନ୍ସଲେସନ ସେପୁଣି ଇଂରାଜୀ ଓ ହିନ୍ଦୀ ଭାଷାରେ । ଏଥିପାଇଁ ରହିଛି ୧୨୦ ମାର୍କ । ତେବେ ପ୍ରୁଫ୍ ରିଡିଂ ପାଇଁ ୯୦ ମିନିଟ୍ ରଖାଯାଇଥିବା ବେଳେ ଟ୍ରାନ୍ସଲେସନ ପାଇଁ ସମୟ ସୀମା ରହିଛି ୨ ଘଂଟା ।

ସଚିବାଳୟ ଆସିଷ୍ଟାଂଟ/ଷ୍ଟେନୋଗ୍ରାଫର

ପ୍ରାଥମିକ ପରୀକ୍ଷା- ୩ଘଂଟା ଓ ୧୮୦ ମାର୍କ ବିଶିଷ୍ଟ । ଏଥିପାଇଁ ୩ଟି ବିଷୟରେ ହେବ ପରୀକ୍ଷା । ସାଧାରଣ ଜ୍ଞାନ, ଜେନେରାଲ ଇଂଟେଲିଜେନ୍ସ ଓ ଇଂରାଜୀ ପରୀକ୍ଷା ।

ସଚିବାଳୟ ଆସିଷ୍ଟାଂଟ୍ – ଦକ୍ଷତା ପରୀକ୍ଷା ପାଇଁ ପ୍ରତି ମିନିଟକୁ ୪୦ଟି ଶଦ୍ଦ, ଇଂରାଜୀ, ହିନ୍ଦୀ କିମ୍ବା ଉଦ୍ଦ୍ୱୁର୍ ଭାଷାରେ ଟାଇପ୍ କରିବାକୁ ପଡିବ । ପରୀକ୍ଷାଟି ୧୦ ମିନିଟ୍ ଓ ୧୦୦ ମାର୍କ ବିଶିଷ୍ଟ ।

ଷ୍ଟେନୋଗ୍ରାଫର- ଦକ୍ଷତା ପରୀକ୍ଷା ପାଇଁ ପ୍ରତି ମିନିଟରେ ୮୦ଟି ଶଦ୍ଦ ଟାଇପ୍ କରିବାକୁ ପଡିବ । ଇଂରାଜୀ ପାଇଁ ୪୦ ମିନିଟ୍ ଓ ହିନ୍ଦୀ ପାଇଁ ୬୫ ମିନିଟ୍ ଓ ୧୦୦ ମାର୍କ ବିଶିଷ୍ଟ ପରୀକ୍ଷା ଅଟେ ।

ମୁଖ୍ୟ ପରୀକ୍ଷା ବର୍ଣ୍ଣନ୍ନାତ୍ମକ ଅଟେ । ଇଂରାଜୀ ଭାଷାରେ ପରୀକ୍ଷା ଦେବାକୁ ପଡିବ । ସମୟ ୨ ଘଂଟା ଓ ୮୦ ମାର୍କ ବିଶିଷ୍ଟ । ଅନ୍ତିମ ପର୍ଯ୍ୟାୟରେ ରହିବ ସାକ୍ଷାତକାର ଯେଉଁଥିରେ ୨୦ ମାର୍କ ରଖାଯାଇଛି ।

ପାରାମିଲିଟାରୀ ଇଂଟରପ୍ରିଟର (ଓଡିଆ, ହିନ୍ଦୀ, ଇଂରାଜୀ)

ଏକ ଓରେସନ ଟେଷ୍ଟ ରହିବ । ଓଡିଆ ଇଂଟରପ୍ରିଟର ପାଇଁ ପାଇଁ ଇଂରାଜୀରେ ପରୀକ୍ଷା ହେବ । ୧୦୦ ମାର୍କ ବିଶିଷ୍ଟ ଏହି ପରୀକ୍ଷା ପାଇଁ ଅବଧି ମାତ୍ର ୩ ମିନିଟ । ଅନ୍ୟ ସମସ୍ତ ପ୍ରାର୍ଥୀଙ୍କ ପାଇଁ ଓରେସନ ଟେଷ୍ଟ ଉଭୟ ହିନ୍ଦୀ ଓ ଇଂରାଜୀ ଭାଷାରେ କରାଯିବ । ପ୍ରତ୍ୟେକ ପରୀକ୍ଷା ପାଇଁ ୩ମିନିଟ୍ ସମୟ ରହିଥିବାବେଳେ ଏହା ୫୦ ମାର୍କ ରଖାଯାଇଛି । ଏଥିରେ ଜଣେ ବ୍ୟକ୍ତିଙ୍କୁ ପ୍ରତ୍ୟେକ ଭାଷାରେ ୭ଟି ପ୍ରସଙ୍ଗ ଦିଆଯିବ ଏବଂ ସେଗୁଡିକ ମଧ୍ୟରୁ ପ୍ରାର୍ଥୀଜଣଙ୍କୁ ଯେକୌଁଣସି ଗୋଟିଏ ପ୍ରସଙ୍ଗ ଉପରେ ନିଜର ବକ୍ତବ୍ୟ ରଖିବାକୁ ପଡିବ ।

ସେହିପରି ଲିଖନ ପରୀକ୍ଷାର ୨ଟି ପେପର ରହିଛି । ପ୍ରଥମ ପେପର ପାଇଁ ଅଢେଇ ଘଂଟା ରଖାଯିବା ସହିତ ୧୨୦ ମାର୍କ ରଖାଯାଇଛି । ଦ୍ୱିତୀୟ ପେପରଟି ଟିକେ ବର୍ଣ୍ଣନାତ୍ମକ ଅଟେ । ୧୦୦ ମାର୍କର ପରୀକ୍ଷା ପାଇଁ ସମୟ ରହିଛି ୨ ଘଂଟା ।

ଓଡିଆରେ ଆବେଦନ କରିଥିବା ପରିକ୍ଷାର୍ଥୀ ଏକାସାଙ୍ଗରେ ବାଖ୍ୟାତ୍ମକ ପରୀକ୍ଷାରେ ଆଶାୟୀଙ୍କୁ ଓଡିଆରୁ ଇଂରାଜୀ ଭାଷାରେ ଇଂଟରପ୍ରିଟ୍ କରିବାକୁ ପଡିବ । ତାପୁଣି ୧୦ ମିନିଟ୍ ମଧ୍ୟରେ । ସେହିପରି ଅନ୍ୟ ଆଶାୟୀପ୍ରାର୍ଥୀଙ୍କୁ ଇଂରାଜୀରୁ ହିନ୍ଦୀ (୫ମିନିଟ୍) ଏବଂ ହିନ୍ଦୀରୁ ଇଂରାଜୀ (୫ମିନିଟ୍) ଯାଏଁ ନିର୍ଭୁଲ ଓ ବିନା କେଉଁଠି ଅଟକି ବାଖ୍ୟା କରିବାକୁ ପଡିବ । ଆଉ ଏହା ୧୦୦ ମାର୍କ ବିଶିଷ୍ଟ ଅଟେ ।

ସାକ୍ଷାତକାର ୪୦ ମାର୍କର ରହିବ । ସାଧାରଣ ପରୀକ୍ଷାରେ ୫୦ ପ୍ରତିଶତ, ଓବିସି ଶ୍ରେଣୀଙ୍କ ପାଇଁ ୪୫ ପ୍ରତିଶତ ଏବଂ ଅନୁସୂଚିତ ଜାତି ଓ ଜନଜାତିଙ୍କ ପାଇଁ ଏହା ୪୦ ପ୍ରତିଶତ ରଖାଯାଇଛି । ଲିଖିତ ପରୀକ୍ଷାର ପେପର ବର୍ଣ୍ଣନାତ୍ମକ ରହିବା ସହିତ ସାକ୍ଷାତକାର ପାଇଁ ୫୦ ପ୍ରତିଶତ ଅଟେ ।

ମେରିଟ୍ ଲିଷ୍ଟ ଓରେସନ ଟେଷ୍ଟ (୧୦୦ ମାର୍କ) , ଲିଖିତ ପରୀକ୍ଷା (୨୬୦ ମାର୍କ) , ସମକାଳୀନ ଇଂଟରପ୍ରିଟେସନ ଟେଷ୍ଟ (୧୦୦ ମାକ)ର ଏବଂ ସାକ୍ଷାତକାର (୪୦ ମାର୍କ) ମଧ୍ୟରୁ ମିଳିଥିବା ମାର୍କକୁ ଆଧାର କରି ପ୍ରସ୍ତୁତ କରାଯାଇଥାଏ ।