ବନସ୍ତେ ଡ଼ାକିଲା ଗଜ ! ରଜ ମଉଜ

197

ଓଡିଶା ଏକ କୃଷିଭିତ୍ତିକ ରାଜ୍ୟ । ଏଠାରେ ବର୍ଷସାରା ବିଭିନ୍ନ ପ୍ରକାରର ପର୍ବପର୍ବାଣି ପାଳିତ ହୋଇଥାଏ । ସେହିପରି ରଜ ଏକ କୃଷିଭିତ୍ତିକ ପର୍ବ ଯାହା ଓଡିଶାର ବିଭିନ୍ନ ଅଂଚଳରେ ମହାସମାରୋହରେ ପାଳତ ହୁଏ । କୃଷକ ତା’ର କୃଷିକର୍ମ ଆରମ୍ଭ କରିବା ପୂର୍ବରୁ ରଜଶ୍ୱଳା ଭୂମିର ଉପାସନା କରିଥାଏ । ରଜ ଉପକୂଳ ଓଡିଶାର ମୁଖ୍ୟ ପର୍ବ । ଓଡିଆ ଜନଜୀବନରେ କର୍ମ ଯେପରି ପ୍ରିୟ ସେପରି ପର୍ବପର୍ବାଣି ଏବଂ ମନୋରଞ୍ଜନ ମଧ୍ୟ ପ୍ରିୟ ଅଟେ ।

ଏହି ପର୍ବରେ ପିଠାପଣା, ଦୋଳି ଓ ବନ୍ଧୁବାନ୍ଧବଙ୍କ ମିଳନ ଏକ ବିଶେଷ ପରମ୍ପରା ଭାବେ ପାଳିତ ହୋଇଆସୁଛି ।
ରଜ ଓଡିଶାର ଏକ ପାରମ୍ପରିକ ପର୍ବ । ଏହା ତିନିଦିନ ଧରି ପାଳନ କରାଯାଏ । ପ୍ରଥମ ରଜ ତଥା ପହିଲି ରଜ, ପର ଦିନ ଦ୍ୱିତୀୟ ରଜରେ ପଡେ ରଜ ସଂକ୍ରାନ୍ତି । ଦ୍ୱିତୀୟ ରଜରୁ ମିଥୁନ ମାସର ଆରମ୍ଭ ହୁଏ । ଏହାପରଠାରୁ ବର୍ଷା ଆରମ୍ଭ ହୋଇଥାଏ । ତୃତୀୟ ରଜ ହେଉଛି ଭୂମିଦାହ ବା ଭୂମି ଦହନ । ଚତୁର୍ଥ ତଥା ଅନ୍ତିମ ଦିବସ ହେଉଛି ବସୁମତୀ ସ୍ନାନ । ଏହା ଚାଷର ଆରମ୍ଭକୁ ସୂଚାଇଥାଏ ।

‘ରଜ’ ଶଦ୍ଦର ଅର୍ଥ ବସୁମତୀ ରଜବତୀ ହେବା । ଏହି ଦିନରେ ପୃଥିବୀ ମାତା ବର୍ଷା ଆଗମନରେ ରଜଶୀଳା ହେବା ଓ ନୂଆ ଶସ୍ୟ ଜନ୍ମ ହେବାର ସାଙ୍କେତିକ ଭାବ ବହନ କରିଥାଏ । ଏହି ଦିନରେ ଚାଷୀମାନେ ବସୁମତୀ ତଥା ହଳଲଙ୍ଗଳ ପୂଜା କରିଥାନ୍ତି । ରଜ ତିନିଦିନ ଚାଷୀଭାଇମାନେ ଚାଷକାମରୁ ବିରତି ନେଇଥାନ୍ତି । ଏହି ପର୍ବରେ ସାଧାରଣତଃ ବିଭିନ୍ନ ପ୍ରକାରର ପିଠାମାନ ତିଆରି କରାଯାଇଥାଏ । ଏଥିସହିତ ମଧ୍ୟ ପାନଖିଆ ସହ ଝିଅମାନେ ରଜ ଦୋଳି ଓ ବିଭିନ୍ନ ପ୍ରକାରର ଖେଳ ସହିତ ରଜ ପାଳନ କରିଥାନ୍ତି । ତେବେ ଏହି ଦିନ ଧରିତ୍ରୀ ମାଆକୁ ସମ୍ମାନ ଦେଇ କେହି ଭୂମି ଉପରେ ଖାଲି ପାଦରେ ଚାଲି ନଥାନ୍ତି । ଚପଲ କିମ୍ବା କଠଉ ମାଡି ଚାଲିବାର ବିଧି ରହିଛି ।

ତେବେ ବସୁମତୀ ସ୍ନାନ ହେଉଛି ରଜ ପର୍ବର ଶେଷ ଦିନ । ଏହା ବସୁମତୀମାତାଙ୍କର ଶୁ୍ଦ୍ଧ ସ୍ନାନ ଅଟେ । ଖାଲି ସେତିକି ନୁହେଁ ଏହା ମଧ୍ୟ ଧରାସ୍ନାନ, ମହାଲକ୍ଷ୍ମୀ ସ୍ନାନ, ମହାଲକ୍ଷ୍ମୀ ଗାଧୁଆ ଏବଂ ଶୁଦ୍ଧ ସ୍ନାନ ରୂପେ ପ୍ରଚଳିତ । ମାର୍ଗଶୀର ଶେଷ ଗୁରୁବାରଦିନ ବନ୍ଦ ହୋଇଥିବା ମହାଲକ୍ଷ୍ମୀ ପେଡ଼ି ଏହି ଦିନରେ ହିଁ ଖୋଲାଯାଇଥାଏ ।