ଏକ ଅଜବ ଗାଁ ! ଯେଉଁଠି ଜାନୁୟାରୀ ୧ରେ ଜନ୍ମ ହୋଇଛନ୍ତି ସମସ୍ତ ଗ୍ରାମବାସୀ

35

ରାଜସ୍ଥାନରେ ଏକ ଏଭଳି ଗାଁ ଅଛି, ଯେଉଁଠି ବାସକରୁଥିବା ସମସ୍ତ ଗ୍ରାମବାସୀ ଗୋଟିଏ ତିଥିରେ ହିଁ ଜନ୍ମ ହୋଇଛନ୍ତି । ଅର୍ଥାତ୍ ସମସ୍ତଙ୍କ ଜନ୍ମ ତାରିଖ ରହିଛି ସମାନ ବା ଗୋଟିଏ ନିଦ୍ଦିଷ୍ଟ ତାରିଖ । ଏହା ଆମେ କହୁନାହୁଁ ବରଂ ସେଠାକାର ଗ୍ରାମବାସୀଙ୍କ ନାଁରେ ଥିବା ଆଧାର କାର୍ଡରେ ଏହା ଦର୍ଶାଯାଇଛି । ତେବେ ଏଭଳି ଆଶ୍ଚର୍ଯ୍ୟକର ଘଟଣାଟି ଘଟିଛି ରାଜସ୍ଥାନର ପାବୁପଡିଆ ଗାଁରେ ।

ସୂଚନା ମୁତାବକ, ପୋକରଣ ଉପରଖଣ୍ଡ ନିକଟସ୍ଥ ପାବୁପଡିଆ ଗାଁରେ ପାଖାପାଖି ୨୫୦ରୁ ଅଧିକ ଲୋକ ବାସ କରନ୍ତି । ଏବଂ ନିକଟରେ ଉକ୍ତ ଗାଁରେ ହୋଇଥିବା ଆଧାର କାର୍ଡ ନାମାଙ୍କନ ସମୟରେ ଅଧିକାରୀଙ୍କ ତ୍ରୁଟିପୂର୍ଣ୍ଣ କାର୍ଯ୍ୟରୁ ହିଁ ଏଭଳି ପରିସ୍ଥିତି ଉପୁଜିଛି । ତେବେ ଯାଂଚ ସମୟରେ ଏହି ତ୍ରୁଟି ଯୋଗୁଁ ସମସ୍ତ ଗାଁଲୋକଙ୍କର ଜନ୍ମ ତାରିଖ ସମାନ ତଥା ୧ ଜାନୁୟାରୀ ରହିଛି । ମାତ୍ର ସେମାନଙ୍କ ଜନ୍ମ ମସିହା ବା ବର୍ଷ ଭିନ୍ନ ଭିନ୍ନ ରହିଛି ।

                                                                   ସୌଜନ୍ୟ: ଅମର ଉଜାଲା