ଏଣିକି ରେଲୱେ ରିଜର୍ଭେସନ କାଉଂଟରରେ ବି ବିନା କ୍ୟାସରେ କରିପାରିବେ ଟିକେଟ୍ ! ଜାଣନ୍ତୁ କିପରି

33

ଆଜିଠାରୁ ଦେଶର ପାଖାପାଖି ୩୦୦୦ରୁ ଅଧିକ ରେଲୱେ ଆରକ୍ଷଣ କେନ୍ଦ୍ରମାନଙ୍କରେ କାର୍ଯ୍ୟକାରୀ ହେବାକୁ ଯାଉଛି ମୋଦି ସରକାରଙ୍କର ‘ଭିମ ଆପ’ । ଆଉ ଏହି ଆପ ଜରିଆରେ ଯାତ୍ରୀମାନେ ପେମେଂଟ କରିପାରିବେ । ରେଳ ମନ୍ତ୍ରାଳୟ କ୍ୟାସଲେସ ଟ୍ରାନଜାକସନକୁ ଅଧିକ ପ୍ରାଥମିକତା ଦେବା ଉଦ୍ଦେଶ୍ୟରେ ଏହି ବ୍ୟବସ୍ଥାକୁ ଆରମ୍ଭ କରିବାକୁ ଯାଉଛନ୍ତି । ତେବେ ‘ଭିମ’ ମନି ଟ୍ରାନଜାକସନ ନିମନ୍ତେ ଏକ ସରକାରୀ ଆପ ଅଟେ ଏବଂ ଏହି ଆପର ବ୍ୟବହାର ବହୁତ କମ ଶୁଳ୍କରେ କରାଯାଇପାରିବ ।

ଏହି ଆପ ଜରିଆରେ ପେମେଂଟ ଉପରେ ତିନି ମାସ ପର୍ଯ୍ୟନ୍ତ କୌଣସି ଅତିରିକ୍ତ ଶୁଳ୍କ ଲାଗିବ ନାହିଁ । ଏଠାରେ ଆମେ କହି ରଖୁଛୁ କି, ପ୍ରତିଦିନ ଭାରତୀୟ ରେଳ ବିଭାଗରେ ସାରା ଦେଶରେ ୮୦ କୋଟି ଟଙ୍କାର ପେମେଂଟ ରିଜର୍ଭ ଟିକେଟର କିଣାବିକା ଉପରେ କରାଯାଇଥାଏ । ଏଥି ମଧ୍ୟରୁ ୩୦ କୋଟି ଟଙ୍କାର ଟିକେଟର କିଣାବିକା ଆରକ୍ଷଣ କେନ୍ଦ୍ରଗୁଡିକ ଉପରେ ହୋଇଥାଏ । ଏବଂ ବାକି ଇ-ଟିକେଟ ମାଧ୍ୟମରେ ବୁକ୍ କରାଯାଇଥାଏ ।

ଭାରତରେ ପ୍ରତିଦିନ ପାଖାପାଖି ୧୫ ଲକ୍ଷ ରିଜର୍ଭ ଟିକେ ବୁକ୍ କରାଯାଇଥାଏ । ଯେଉଁଥିରୁ ଆରକ୍ଷଣ କେନ୍ଦ୍ରଗୁଡିକ ଉପରେ ପାଖାପାଖି ୬ ଲକ୍ଷ ଟିକେଟ୍ ବୁକ କରାଯାଇଥାଏ । ଏଭଳି ପରିସ୍ଥିତିରେ ଲୋକମାନଙ୍କୁ ଭିମ ଆପ ଜରିଆରେ ବହୁତ ଲାଭ ମିଳିବାକୁ ଯାଉଛି । ବିଶେଷ କରି ବଡ ରକମର ପେମେଂଟ କରୁଥିବା ବ୍ୟକ୍ତିବିଶେଷଙ୍କ ପାଇଁ ଏହି ବ୍ୟବସ୍ଥା ବହୁତ ସୁରକ୍ଷିତ ଏବଂ ସୁବିଧାଜନକ ହୋଇପାରେ ।