ରେଳ ମନ୍ତ୍ରାଳୟର ନୂଆ କଟକଣା : ଷ୍ଟେସନ ଭିତରକୁ ବାହାର ଲୋକ ମନା, କେବଳ ଯାତ୍ରୀ ହିଁ କରିପାରିବେ ପ୍ରବେଶ । ବନ୍ଦ ହେଲା ପ୍ଲାର୍ଟଫର୍ମ ଟିକେଟ୍ ବିକ୍ରି

ଭିଡକୁ ନଜରରେ ରଖି ରେଳ ମନ୍ତ୍ରାଳୟ ଗୁରୁତ୍ୱରପୂର୍ଣ୍ଣ ନିଷ୍ପତି

1,469

ପାର୍ବଣ ଋତୁ ଆସିବା କ୍ଷଣି ହିଁ ବିଭିନ୍ନ ରେଳ ଷ୍ଟେସନ ମାନଙ୍କରେ ଭିଡ ଜମିଯାଇଥାଏ । କିଛି ଲୋକେ ତ ଯାତ୍ରା କରିବା ପାଇଁ ରେଳ ଷ୍ଟେସନ ଆସିଥାନ୍ତି,ଯେବେକି କିଛି ଲୋକ ଏଭଳି ବି ଥାନ୍ତି, ଯେଉଁମାନେ କି ରେଳ ଷ୍ଟେସନ ଆସିଥାନ୍ତି କେବଳ ବୁଲିବାକୁ ତଥା କାହାକୁ ଛାଡିବାକୁ । ଅର୍ଥାତ୍ ଜଣେ ବନ୍ଧୁକୁ ଛାଡିବା ପାଇଁ ପୂରା ପଲଟନ ଚାଲିଆସନ୍ତି । ବଡ କଥା ହେଲା ଯେପର୍ଯ୍ୟନ୍ତ ଟ୍ରେନ୍ ନଆସିଛି ସେମାନେ ସେ ପର୍ଯ୍ୟନ୍ତ ଷ୍ଟେସନରେ ବସି ରହିଥାନ୍ତି । ହେଲେ ଏବେ ଆଉ ଏଭଳି ଚଳିବ ନାହିଁ । କାରଣ ରେଳ ଷ୍ଟେସନରେ ଜମୁଥିବା ଭିଡକୁ ନେଇ ରେଳ ମନ୍ତ୍ରାଳୟ ଗୁରୁତ୍ୱ ପୂର୍ଣ୍ଣ ନିଷ୍ପତି ନେଇଛି ।

ରେଳ ମନ୍ତ୍ରାଳୟ ତରଫରୁ ପ୍ଲାର୍ଟଫର୍ମରେ ବୃଦ୍ଧି ପାଉଥିବା ଭିଡକୁ ଦୃଷ୍ଟିରେ ରଖି ଦିଲ୍ଲୀର କିଛି ଷ୍ଟେସନରେ ପ୍ଲାର୍ଟଫର୍ମ ଟିକେଟ ବିକ୍ରି ବନ୍ଦ କରିଦେଇଛି । ଏବେ ଆପଣ ଯଦି କାହାକୁ ଛାଡିବାକୁ ରେଳ ଷ୍ଟେସନ ଯାଉଛନ୍ତି , ତେବେ ଆପଣଙ୍କୁ ଷ୍ଟେସନ ବାହାରରୁ ହିଁ ଫେରିବାକୁ ପଡିବ । କାହିଁକି ନା ଏବେ ପ୍ଲାର୍ଟଫର୍ମ ଟିକେଟ ମିଳିବ ନାହିଁ । ଭାରତୀୟ ରେଲେଓ ଭିଡ ଆଶଙ୍କକୁ ନଜରରେ ରଖି ପ୍ଲାର୍ଟଫର୍ମ ଟିକେଟ୍ ବିକ୍ରି ଦିଲ୍ଲୀର କିଛି ଷ୍ଟେସନରେ ବନ୍ଦ କରିଦେଇଛି । ଏହି ଟିକେଟ୍ ୩ ନଭେମ୍ବରରୁ ଅର୍ଥାତ୍ ଗତକାଲିଠୁ ୧୩ ନଭେମ୍ବର ପର୍ଯ୍ୟନ୍ତ କିଛି ଷ୍ଟେସନରେ ମିଳିବ ନାହିଁ । ଖାଲି ଏତିକି ନୁହେଁ ଏଥି ସହିତ ହିଁ ଏହିସବୁ ଷ୍ଟେସନମାନଙ୍କରେ ପାର୍ସଲ ବୁକିଂକୁ ବି ୧୩ ନଭେମ୍ବର ପର୍ଯ୍ୟନ୍ତ ବନ୍ଦ ରଖିଛି ।

ମିଳିଥିବା ସୂଚନା ମୁତାବକ, ଯଦିଓ ରେଳ ମନ୍ତ୍ରାଳୟ କିଛି ବିଶେଷ ପରିସ୍ଥିତିରେ ପ୍ଲାର୍ଟଫର୍ମ ଟିକେଟ ଜାରି କରିବାକୁ ବି ନିଷ୍ପତି ନେଇଛି । ଏହା ଆଧାରରେ ଯଦି ଆପଣ କୌଣସି ବୃଦ୍ଧ ତଥା ବରିଷ୍ଠ କିମ୍ବା ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ଛାଡିବାକୁ ଯାଉଛନ୍ତି ତେବେ ଆପଣଙ୍କୁ ପ୍ଲାର୍ଟଫର୍ମ ଟିକେଟ ଦିଆଯିବ ।