ଅପେକ୍ଷା ହେଲା ଅନ୍ତ, ଘୋଷଣା ହେଲା ରେଳ ନିଯୁକ୍ତି ପରୀକ୍ଷା ତାରିଖ ! ଜାଣନ୍ତୁ କେବେ, କେଉଁଠି ଓ କିଭଳି ହେବ ପରୀକ୍ଷା ଏବଂ ପରୀକ୍ଷାର୍ଥୀଙ୍କ ପାଇଁ ଜାରି କରିଥିବା କିଛି ନିୟମ ସଂପର୍କରେ…

207

ଅପେକ୍ଷା ହେଲା ଅନ୍ତ, ଘୋଷଣା ହୋଇଛି ରେଳ ମନ୍ତ୍ରାଳୟର ବଡ ନିଯୁକ୍ତି ପରୀକ୍ଷା ତାରିଖ । ପାଖାପାଖି ୯୦ ହଜାର ପଦବୀରେ ନିଯୁକ୍ତି ନେଇ ହେବାକୁଯାଉଥିବା ରେଳ ମନ୍ତ୍ରାଳୟର ଏହି ପରୀକ୍ଷା ଅଗଷ୍ଟ ୯ ତାରିଖ ୨୦୧୮ରେ ଆରମ୍ଭ ହେବ । ତେବେ ରେଳ ମନ୍ତ୍ରାଳୟର ଏହି ଅନଲାଇନ ପରୀକ୍ଷା ଦେଶର ସମସ୍ତ ପ୍ରମୁଖ ସହରମାନଙ୍କରେ ଆୟୋଜନ କରାଯିବ । ପ୍ରଥମ ପର୍ଯ୍ୟାୟରେ ଆସିଷ୍ଟାଂଟ ଲୋକୋ ପାୟଲଟ ଏବଂ ଟେକନିସିଆନର ୨୬,୫୦୨ ପବଦୀ ପାଇଁ ପରୀକ୍ଷା ହେବ । ଆଶାୟୀପ୍ରାର୍ଥୀ ୨୬ ଜୁଲାଇରୁ ଜାଣିପାରିବେ କି ସେମାନେ କେଉଁଠି ଏହି ପରୀକ୍ଷା ଅନଲାଇନରେ ଦେବେ ।

ସେହିପରି ପରୀକ୍ଷାର୍ଥୀମାନେ ନିଜ ନିଜର ଇ-କଲ ଲେଟର ପରୀକ୍ଷା ତାରିଖର ଠିକ୍ ୪ ଦିନ ପୂର୍ବରୁ ହିଁ ଡାଉନଲୋଡ କରିପାରିବେ । ଅର୍ଥାତ୍ ୯ ଅଗଷ୍ଟରୁ ଆରମ୍ଭ ହେବାକୁ ଯାଉଥିବା ପରୀକ୍ଷାର ଇ-କଲ ଲେଟର ଅଗଷ୍ଟ ୫ ତାରିଖକୁ ହିଁ ଡାଉନଲୋଡ କରିପାରିବେ ।

image courtesy -www.india.com

ପରୀକ୍ଷା ଢାଂଚା

  • ରେଳ ବିଭାଗରେ ସବୁଠାରୁ ଅଧିକ ନିଯୁକ୍ତି ତଥା ପାଖାପାଖି ୬୩ ହଜାର ପଦ ଗ୍ରୁପ ଡି ଶ୍ରେଣୀ ପାଇଁ ରହିଛି । ଯେଉଁଥିରେ କମ୍ପ୍ୟୁଟର ସଂପର୍କିତ ପରୀକ୍ଷା ଏବଂ ଫିଜିକାଲ ଏଫିସିଏନ୍ସି ଟେଷ୍ଟ ଆଧାରରେ ଚୟନ କରାଯିବ । ତେବେ କମ୍ପ୍ୟୁଟର ଜନିତ ପରୀକ୍ଷାଟି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ରହିବ ।
  • ଏଥିରେ ସାଧାରଣ ଜ୍ଞାନ ଏବଂ କରେଂଟ ଆଫେୟାର୍ସ(୨୦ ନମ୍ବର), ସାଧାରଣ ବିଜ୍ଞାନ(୩୦ ନମ୍ବର), ଗଣିତ (୨୫ ନମ୍ବର) ଏବଂ ରିଜନିଂ(୨୫ ନମ୍ବର )ର ପ୍ରଶ୍ନ ରହିବ । ଅର୍ଥାତ୍ ୧୦୦ନମ୍ବର ପାଇଁ ମୋଟ୍ ୧୦୦ଟି ପ୍ରଶ୍ନ ରହିବ ।
  • ପରୀକ୍ଷା କରିବା ପାଇଁ ସର୍ବ ପ୍ରଥମେ ସାଧାରଣ ଜ୍ଞାନ ଏବଂ କରେଂଟ ଆଫେୟାର୍ସର ୫୦ଟି ପ୍ରଶ୍ନ ମାତ୍ର ୨୫ରୁ ୩୦ ମିନିଟ୍ ମଧ୍ୟରେ ଆପଣ ଦେବାକୁ ଚେଷ୍ଟା କରିବେ । ଏଥିରେ ଗଣିତ ଏବଂ ରିଜନିଂର ୫୦ଟି ପ୍ରଶ୍ନ ପାଇଁ ପାଖାପାଖି ୬୦ରୁ ୬୫ ମିନିଟ୍ ପର୍ୟ୍ୟନ୍ତ ସମୟ ଆପଣଙ୍କୁ ମିଳିପାରେ ।
  • ସେହିପରି ଗଣିତ ଏବଂ ରିଜନିଂର ସମସ୍ତ ୫୦ଟି ପ୍ରଶ୍ନର ଉତ୍ତର ଦେବା ସମୟରେ ଚେଷ୍ଟା କରିବେକି ନିର୍ଭୁଲ ଉତ୍ତର ଦେବାକୁ । ସାଧାରଣ ଜ୍ଞାନରେ ଇତିହାସ, ରାଜନୀତି, ଖେଳ, ଶାସନ ବ୍ୟବସ୍ଥା, ଅର୍ଥନୀତି ସଂପର୍କିତ ପ୍ରଶ୍ନ ସାମିଲ ରହିଛି । ସାଧାରଣ ବିଜ୍ଞାନରେ ଜିଓଗ୍ରାଫି ଏବଂ ସାଧାରଣ ବିଜ୍ଞାନ ସଂବର୍ଧିତ ପ୍ରଶ୍ନ ରହିଛି ।

କରେଂଟ ଆଫେୟାର୍ସର ସମସ୍ତ ପ୍ରଶ୍ନ ପ୍ରତିଦିନ ଘଟୁଥିବା ଘଟଣାବଳୀରୁ ହିଁ ପଚରାଯିବ। ଏଥିପାଇଁ ପ୍ରତିଦିନ ଦୁଇରୁ ତିନିଟି ଲେଖାଏଁ ଖବରକାଗଜ ଏବଂ ପ୍ରତିଟି ଖବର ସହିତ ଅପଡେଟ ରହିବାକୁ ଚେଷ୍ଟା କରନ୍ତୁ ।

ସୂଚନା ମୁତାବକ, ରେଳମନ୍ତ୍ରାଳୟକୁ ଏହି ୯୦ ହଜାର ପଦବୀ ପାଇଁ ପାଖାପାଖି ୨.୩୭ କୋଟି ଆବେଦନ ପ୍ରାପ୍ତ ହୋଇଛି । ତେବେ ଏତେ ସଂଖ୍ୟକ ଆଶାୟୀପ୍ରାର୍ଥୀ ମିଳିବା ପରେ ସମ୍ଭବ କି ଗୋଟିଏ ପଦବୀ ପାଇଁ ଦୁଇ କିମ୍ବା ଏହାଠୁ ଅଧିକ ଆଶାୟୀପ୍ରାର୍ଥୀଙ୍କ ନମ୍ବର ସମାନ ରହିପାରେ ।

ତେବେ ପ୍ରଶ୍ନ ଉଠୁଛି କି, ଏଭଳି ପରିସ୍ଥିତିରେ କିଭଳି ଆଶାୟୀପ୍ରାର୍ଥୀଙ୍କର ଚୟନ କରାଯିବ । କଥାକଣ କି, ରେଳ ମନ୍ତ୍ରାଳୟ ଏହି ପ୍ରଶ୍ନର ଉତର ମଧ୍ୟ ନୋଟିଫିକେସନରେ ସ୍ପଷ୍ଟ କରିଦେଇଛି କି, ଯଦି ଦୁଇରୁ ଅଧିକ ଆଶାୟୀପ୍ରାର୍ଥୀଙ୍କ ମେରିଟରେ ଗୋଟିଏ ସମାନ ନମ୍ବର ଆସେ ତେବେ ତାଙ୍କ ବୟସକୁ ଆଧାର କରି ସେମାନଙ୍କର ଚୟନ କରାଯିବ । ଯେଉଁ ଆଶାୟୀପ୍ରାର୍ଥୀଙ୍କ ବୟସ ଅଧିକ ହୁଏ ତେବେ ତାଙ୍କୁ ପ୍ରଥମେ ପ୍ରାଥମିକତା ଦିଆଯିବ । ଏଥିସହିତ ହିଁ ରେଳମନ୍ତ୍ରାଳୟ ସ୍ପଷ୍ଟ ମଧ୍ୟ କରିଛି କି, ରେଳରେ ନିଯୁକ୍ତି ବୋର୍ଡ କେବଳ ପ୍ୟାନେଲବଦ୍ଧଙ୍କ ନାଁ ସୁପାରିସ କରିଥାଏ ଏବଂ ସେମାନଙ୍କର ନିଯୁକ୍ତିର ପ୍ରସ୍ଥାବ କେବଳ ସମ୍ବନ୍ଧିତ ରେଳ ପ୍ରଶାସନ ହିଁ କରିବ ।