ରେଳ ନିଯୁକ୍ତି ପରୀକ୍ଷା : ସ୍ପଷ୍ଟ କଲା ରେଳ ମନ୍ତ୍ରାଳୟ, ଜାଣନ୍ତୁ ସମାନ ନମ୍ବର ଆସିବା ଦ୍ୱାରା କାହାକୁ ମିଳିବ ପ୍ରଥମେ ଚାକିରି

39

Railway recruitment board ଖୁବ୍ ଶୀଘ୍ର ହିଁ ଗ୍ରୁପ ସି ଏବଂ ଗ୍ରୁପ ଡି ପାଇଁ ଖାଲି ପଡିଥିବା ୯୦ ହଜାର ପଦବୀ ଉପରେ ପରୀକ୍ଷା କରିପାରେ । ନିକଟରେ ରେଳ ମନ୍ତ୍ରାଳୟ ଆଶାୟୀପ୍ରାର୍ଥୀମାନଙ୍କ ପାଇଁ ଆପ୍ଲିକେସନ ଷ୍ଟାଟସ ଲିଙ୍କ ମଧ୍ୟ ଜାରି କରିଦେଇଛି । ପରୀକ୍ଷା ଆଖେଇ ଆସୁଥିବା କାରଣରୁ ସମସ୍ତ ଆଶାୟୀପ୍ରାର୍ଥୀ ଏହାର ପ୍ରସ୍ତୁତିରେ ଲାଗିପଡିଛନ୍ତି । ସୂଚନା ମୁତାବକ, ରେଳମନ୍ତ୍ରାଳୟକୁ ଏହି ୯୦ ହଜାର ପଦବୀ ପାଇଁ ପାଖାପାଖି ୨.୩୭ କୋଟି ଆବେଦନ ପ୍ରାପ୍ତ ହୋଇଛି । ତେବେ ଏତେ ସଂଖ୍ୟକ ଆଶାୟୀପ୍ରାର୍ଥୀ ମିଳିବା ପରେ ସମ୍ଭବ କି ଗୋଟିଏ ପଦବୀ ପାଇଁ ଦୁଇ କିମ୍ବା ଏହାଠୁ ଅଧିକ ଆଶାୟୀପ୍ରାର୍ଥୀଙ୍କ ନମ୍ବର ସମାନ ରହିପାରେ ।

ତେବେ ପ୍ରଶ୍ନ ଉଠୁଛି କି, ଏଭଳି ପରିସ୍ଥିତିରେ କିଭଳି ଆଶାୟୀପ୍ରାର୍ଥୀଙ୍କର ଚୟନ କରାଯିବ । କଥାକଣ କି, ରେଳ ମନ୍ତ୍ରାଳୟ ଏହି ପ୍ରଶ୍ନର ଉତର ମଧ୍ୟ ନୋଟିଫିକେସନରେ ସ୍ପଷ୍ଟ କରିଦେଇଛି କି, ଯଦି ଦୁଇରୁ ଅଧିକ ଆଶାୟୀପ୍ରାର୍ଥୀଙ୍କ ମେରିଟରେ ଗୋଟିଏ ସମାନ ନମ୍ବର ଆସେ ତେବେ ତାଙ୍କ ବୟସକୁ ଆଧାର କରି ସେମାନଙ୍କର ଚୟନ କରାଯିବ । ଯେଉଁ ଆଶାୟୀପ୍ରାର୍ଥୀଙ୍କ ବୟସ ଅଧିକ ହୁଏ ତେବେ ତାଙ୍କୁ ପ୍ରଥମେ ପ୍ରାଥମିକତା ଦିଆଯିବ । ଏଥିସହିତ ହିଁ ରେଳମନ୍ତ୍ରାଳୟ ସ୍ପଷ୍ଟ ମଧ୍ୟ କରିଛି କି, ରେଳରେ ନିଯୁକ୍ତି ବୋର୍ଡ କେବଳ ପ୍ୟାନେଲବଦ୍ଧଙ୍କ ନାଁ ସୁପାରିସ କରିଥାଏ ଏବଂ ସେମାନଙ୍କର ନିଯୁକ୍ତିର ପ୍ରସ୍ଥାବ କେବଳ ସମ୍ବନ୍ଧିତ ରେଳ ପ୍ରଶାସନ ହିଁ କରିବ ।

ଏଠାରେ ଆମେ କହି ରଖୁଛୁ କି, ଏଯାବତ ଆଧିକାରୀକ ରୂପରେ କୌଣସି ନିର୍ଦ୍ଦିଷ୍ଟ ତାରିଖ ଘୋଷଣା କରାଯାଇନାହିଁ । କିନ୍ତୁ ରିପୋର୍ଟ ଅନୁସାରେ, ପରୀକ୍ଷା ଚଳିତ ବର୍ଷ ସେପ୍ଟେମ୍ବର, ଅକ୍ଟୋବର କିମ୍ବା ନଭେମ୍ବର ମାସରେ ହୋଇପାରେ । ଏହି ପରୀକ୍ଷା ପରେ ଡିସେମ୍ବର ଏବଂ ଜାନୁଆରୀରେ ଆଶାୟୀପ୍ରାର୍ଥୀଙ୍କ ଶାରୀରିକ ପରୀକ୍ଷା ମଧ୍ୟ ଅନୁଷ୍ଠିତ ହେବ ।