ବେରୋଜଗାରୀଙ୍କ ପାଇଁ ଦୀପାବଳୀ ଭେଟି: ରେଲୱେରେ ନିଯୁକ୍ତି ନେଇ ପ୍ରକାଶ ପାଇଲା ବିଜ୍ଞପ୍ତି । ଦରମା ୩୫ ହଜାରରୁ ବି ଅଧିକ, ଯୋଗ୍ୟତା ମାତ୍ର ଅଷ୍ଟମ ପାସ୍

919

ରେଳ ମନ୍ତ୍ରାଳୟରେ ବିଭିନ୍ନ ପଦବୀରେ ନିଯୁକ୍ତି ନେଇ ପ୍ରକାଶ ପାଇଛି ବିଜ୍ଞପ୍ତି । ରେଲୱେ ନିଯୁକ୍ତି-୨୦୧୮ ପାଇଁ ଆବେଦନ ଆରମ୍ଭ ହୋଇସାରିଛି । ଆଶାୟୀପ୍ରାର୍ଥୀ ରେଲୱେ ନିଯୁକ୍ତି-୨୦୧୮ ପାଇଁ ୧୫ ଅକ୍ଟୋବର ୨୦୧୮ରୁ ଅନଲାଇନ ଆବେଦନ କରିପାରିବେ । ତେବେ ଆବେଦନ କରିବା ପାଇଁ ଆବେଦନକାରୀଙ୍କ ଶିକ୍ଷାଗତ ଯୋଗ୍ୟତା ସର୍ବନିମ୍ନ ଅଷ୍ଟମ ପାସ୍ ହୋଇଥିବା ନିହାତି ଜରୁରୀ ।

ସୂଚନା ମୁତାବକ, ଏହି ବିଜ୍ଞପ୍ତି ଗ୍ରୁପ-ଡି ପାଇଁ ୪ ହଜାର ପୋଷ୍ଟର ପଦ ଉପରେ ଜାରି କରାଯାଇଛି । ଯାହା ଉପରେ ଇଚ୍ଛୁକ ପ୍ରାର୍ଥୀ ଅନଲାଇନ ଆବେଦନ କରିପାରିବେ । ଏହି ପଦବୀ ଉପରେ ଆବେଦନ କରିବା ପାଇଁ ଆଶାୟୀପ୍ରାର୍ଥୀଙ୍କର ବୟସ ୧୮ ବର୍ଷ ହୋଇଥିବା ଆବଶ୍ୟକ । ତେବେ ଏଥିପାଇଁ ଇଚ୍ଛୁକ ପ୍ରାର୍ଥୀ ନିମ୍ନରେ ଦିଆଯାଇଥିବା ନିର୍ଦ୍ଦେଶାବଳୀ ଅନୁସାରେ ଆବେଦନ କରିପାରିବେ ।

ପଦବୀ ସଂପର୍କିତ ତଥ୍ୟ: ରେଲୱେ ଗ୍ରୁପ-ଡି

କିପରି କରିବେ ଆବେଦନ: ଆବେଦନ କରିବା ପାଇଁ ଆଶାୟୀପ୍ରାର୍ଥୀ ଉଭୟ ଅନଲାଇନ ଏବଂ ଅଫଲାଇନ ଜରିଆରେ ଆବେଦନ କରିପାରିବେ ।

ଆବେଦନ କରିବାର ଶେଷ ତାରିଖ: ୧୦ ନଭେମ୍ବର ୨୦୧୮ ।

ଶିକ୍ଷାଗତ ଯୋଗ୍ୟତା: ଏଥିପାଇଁ ଆବେଦନ କରିଥିବା ଆବେଦନକାରୀଙ୍କ ଶିକ୍ଷାଗତ ଯୋଗ୍ୟତା ହେଲା- ସେ କୌଣସି ବି ମାନ୍ୟତାପ୍ରାପ୍ତ ଅନୁଷ୍ଠାନ କିମ୍ବା ବିଦ୍ୟାଳୟରୁ ଅଷ୍ଟମ କିମ୍ବା ଦଶମ କିମ୍ବା ଦ୍ୱାଦଶ ପାସ୍ କରିଥିବା ଜରୁରୀ ।

ବୟସ ସୀମା: ଏଥିପାଇଁ ଆଶାୟୀପ୍ରାର୍ଥୀଙ୍କର ସର୍ବନିମ୍ନ ବୟସ ସୀମା ୧୮ ବର୍ଷ ଧାର୍ଯ୍ୟ କରାଯାଇଥିବା ବେଳେ ସର୍ବାଧିକ ୪୦ ବର୍ଷ ବୟସ ବିଭାଗ ପକ୍ଷରୁ ସ୍ଥିର କରାଯାଇଛି ।

ଆବେଦନ ଶୁଳ୍କ: ଏହି ସବୁ ପଦବୀ ପାଇଁ ଆବେଦନ ଶୁଳ୍କର ସୂଚନା ପାଇଁ ଆପଣ ବିଭାଗ/ଆୟୋଗର ୱେବସାଇଟକୁ ଯାଇ ଜାଣିପାରିବେ ।

ଚୟନ ପ୍ରକ୍ରିୟା: ଏହିସବୁ ପଦବୀ ପାଇଁ ଆଶାୟୀପ୍ରାର୍ଥୀଙ୍କ ଚୟନ ଉଭୟ ଲିଖିତ ଏବଂ ଇଂଟରଭିୟୁ ଜରିଆରେ ହିଁ କରାଯିବ । ତେବେ ଅଧିକ ସୂଚନା ପାଇଁ ବିଭାଗର ଆଧିକାରୀକ ୱେବସାଇଟକୁ ଯାଇ ପାଇପାରିବେ ।