ଦ୍ୱାଦଶ ଶ୍ରେଣୀ ପାସ୍ ଛାତ୍ରଛାତ୍ରୀଙ୍କୁ ରେଲୱେ ଦେଉଛି ଚାକିରି ! ମିଳିବ ୫ ହଜାରରୁ ୨୦ ହଜାର ପର୍ଯ୍ୟନ୍ତ ସାଲାରୀ, ଜାଣନ୍ତୁ କେବେ ଆଉ କିପରି କରିବେ ଆବେଦନ

102

ଦ୍ୱାଦଶ ଶ୍ରେଣୀ ପାସ୍ କରିଥିବା ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର । ଭାରତୀୟ ରେଳ ମନ୍ତ୍ରାଳୟ ପକ୍ଷରୁ ସ୍ପୋର୍ଟସ  କୋଟା ଆଧାରରେ ନିଯୁକ୍ତି ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ତେବେ ଏଥିପାଇଁ ଆବେଦନ କରିବାର ଶେଷ ଅବଧି ହେଉଛି ୧୨ ଫେବୃଆରୀ ୨୦୧୮ । ଏଥିରେ ମାସିକ ଦରମା  ୫ ହଜାରରୁ ୨୦ ହଜାର ଟଙ୍କା ପର୍ଯ୍ୟନ୍ତ ରହିଛି ।

ବୟସ ସୀମା: ଆବେଦନ କରିବାର ବୟସ ସୀମା ରହିଛି ୧୮ରୁ ୨୫  ବର୍ଷ । ତେବେ ଏହି ନିଦ୍ଧାରିତ ବୟସ ସୀମାରେ କୌଣସି ପ୍ରକାରର କୋହଳ କରାଯିବ ନାହିଁ ।

ଫିସ୍: ଏହି ପରୀକ୍ଷା ପାଇଁ ଆବେଦନ କରୁଥିବା ଆଶାୟୀ ପ୍ରାର୍ଥୀଙ୍କୁ ୫ ଶହ ଟଙ୍କା ଫିସ୍ ଦେବାକୁ ପଡିବ । ସେହିପରି ଆଧାରିତ ଶ୍ରେଣୀର ଆଶାୟୀପ୍ରାର୍ଥୀଙ୍କ ପାଇଁ ଏହି ଫିସ୍ ୨୫୦ ଟଙ୍କା  ସ୍ଥିର କରାଯାଇଛି ।

ଆବେଦନ କରିବା ପ୍ରକ୍ରିୟା

• ଆବେଦନ ପାଇଁ ଆପଣଙ୍କୁ ସର୍ବ ପ୍ରଥମେ ରେଲୱେ ଇକ୍ୱୁଇଟମେଂଟ ସେଲର ଅଫିସିଆଲ ୱେବସାଇଟ୍ www.rrchubli.in  କୁ ଯାଇ ଲଗଇନ କରିବାକୁ ପଡିବ ।

• ଏଠାରେ ଆପଣଙ୍କୁ ହୋମ ପେଜରେ ହିଁ ନିଯୁକ୍ତି ନେଇ ନୋଟିଫିକେସନ୍ ନଜର ଆସିବ ।

• ଏହାପରେ ଆପଣ ଏହି ନୋଟିଫିକେସନ ଲିଙ୍କରେ କ୍ଲିକ୍ କରି, ସମସ୍ତ ଗୁରୁତ୍ୱପୂର୍ଣ୍ଣ ଦିଗ ଏବଂ ନିୟମଗୁଡିକୁ ଧ୍ୟାନ ସହକାରେ ପଢିବାକୁ ହେବ । ଏହାପରେ ଆପ୍ଲିକେସନ ଫର୍ମ ଡାଉନଲୋଡ ଲିଙ୍କ ଉପରେ କ୍ଲିକ୍ କରନ୍ତୁ । ହେଲେ ଏହି ଚାକିରି ପାଇଁ ଆବେଦନ ଆପଣଙ୍କୁ ଅଫଲାଇନ ମାଧ୍ୟମରେ ହିଁ କରିବାକୁ ହେବ ।

• ଏଥିପାଇଁ ଫର୍ମ ଡାଉନଲୋଡ କରି ତାକୁ ସଠିକ୍ ଭାବେ ପୁରଣ କରିବାକୁ ହେବ ଏବଂ କୁହାଯାଇଥିବା ସମସ୍ତ ତଥ୍ୟକୁ ଫଟୋକପି ସହିତ ସମ୍ବନ୍ଧିତ ଠିକଣା Asst. Personnel Officer/HQ, South Western Railway, Hubli, payable at Hubli. ତଥା ଆସିଷ୍ଟାଂଟ ପସର୍ନାଲ ଅଫିସର /ଏଚକ୍ୟୁ, ରେଲୱେ ରିକ୍ୱୁଇଟମେଂଟ ସେଲ, ଦ୍ୱିତୀୟ ମହଲା, କ୍ଲବ ରୋଡ, ହୁବଲୀ- ୫୮୦୦୨୩ ରେ ପଠାଇବାକୁ ହେବ ।

• ତେବେ ଆବେଦନ ପତ୍ର ଆପଣ ଡାକ କିମ୍ବା ଉକ୍ତ ଠିକଣାରେ ନିଜେ ଯାଇ ଡ୍ରାପବକ୍ସରେ ଦେଇ ପାରିବେ ।