ନଭେମ୍ବରରୁ ବଢିବ ଟ୍ରେନର ଗତି ! ୫୦୦ଟି ଟ୍ରେନର ଯାତ୍ରା ସମୟ ୩ଘଂଟା ହେବ ହ୍ରାସ, ବଦଳିବ ସମୟ ସାରଣୀ

44

ଭାରତୀୟ ରେଳ ମନ୍ତ୍ରାଳୟ ଖୁବ୍ ଶୀଘ୍ର ଲମ୍ବା ଦୂରତା ଯାତ୍ରା କରୁଥିବା ୫୦୦ରୁ ଅଧିକ ଟ୍ରେନର ଯାତ୍ରାର ସମୟରେ ୩ଘଂଟା ପର୍ଯ୍ୟନ୍ତ ହ୍ରାସ କରିବାକୁ ଯାଉଛି । ରେଳମନ୍ତ୍ରାଳୟର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ମୁତାବକ, ଏନେଇ ଏକ ନୂଆ ସାରଣୀ ନଭେମ୍ବରରେ ଅପଡେଟ କରିଦିଆଯିବ । ତେବେ ରେଳ ମନ୍ତ୍ରୀ ପିୟୁଷ ଗୋୟଲଙ୍କ ନିଦ୍ଦେଶ ପରେ ଦୂରଗାମୀ ଟ୍ରେନଗୁଡିକର ସମୟକୁ ୩ଘଂଟାକୁ ହ୍ରାସ କରିଦିଆଯିବ ଏବଂ ଇନଭେଟିଭ ଟାଇମଟେଲିଂ ଉଦ୍ୟମରେ ଟ୍ରେନ ଯାତ୍ରାର ସମୟ ୧୫ ମିନିଟରୁ ୩ ଘଂଟା ପର୍ଯ୍ୟନ୍ତ ହ୍ରାସ କରି ଦିଆଯିବ ।

ସୂଚନା ମୁତାବକ, ନୂଆ ସମୟ ସାରଣୀରେ ପ୍ରତ୍ୟେକ ରେଳ ମଣ୍ଡଳକୁ ତଦାରଖ ପାଇଁ ୨ରୁ ୪ ଘଂଟାର ସମୟ ଦିଆଯିବ । ଅଧିକାରୀଙ୍କ କହିବା ଅନୁସାରେ, ଆମର ଯୋଜନା ବର୍ତ୍ତମାନ ରୋଲିଂ ଷ୍ଟକର ସର୍ବାଧିକ ବ୍ୟବହାର କରିବା ଉପରେ ପର୍ଯ୍ୟବେଶିତ ଅଟେ । ଯାହାକି ୨ ପ୍ରକାରର ହୋଇପାରେ । ଯଦି ଆମ ନିକଟରେ ଗୋଟିଏ ଟ୍ରେନ ରହିଛି ଯାହାକି ନିଜର ଗନ୍ତବ୍ୟ ସ୍ଥଳରେ ପହଂଚିବାରେ ଫେରିବା ଅପେକ୍ଷାରେ ଥିବ ସେହି ଟ୍ରେନରେ ଏହି ବ୍ୟବସ୍ଥାକୁ ଲାଗୁ କରାଯିବ ।

ଅଧିକାରୀ ମୁତାବକ ନୂତନ ଟାଇମ ଟେବୁଲରେ ପ୍ରାୟ ୫୦ଟି ଟ୍ରେନକୁ ପରୀକ୍ଷଣମୂଳକ ଭାବେ ଚଲାଯିବ । ୫୧ତମ ଟ୍ରେନର ଯାତ୍ରା ବେଳକୁ ଯାତ୍ରା ସମୟ ୩ ଘଣ୍ଟା ହ୍ରାସ ପାଇଯିବ । ଏହି ୫୦୦ ରୁ ଅଧିକ ଟ୍ରେନ ଯାଏଁ ରହିବ । ରେଳ ମନ୍ତ୍ରାଳୟ ଏଥିପାଇଁ ଏକ ଅତିରିକ୍ତ ଅଡିଟି ମଧ୍ୟ ଆରମ୍ଭ କରିଛି । ଯେଉଁଥିରେ ୫୦ଟି ମେଲ ଏବଂ ଏକ୍ସପ୍ରେସ ଟ୍ରେନକୁ ସୁପରଫାଷ୍ଟ ସେବାରେ ଅବଗ୍ରେଡ୍ କରାଯିବ ।

ସୌଜନ୍ୟ: ଆଜତକ୍