ଥମିବାର ନାଁ ଧରୁନି ବିବାଦ । ଦିନକୁ ଦିନ କଂଗ୍ରେସ ଉପାଧ୍ୟକ୍ଷ ତଥା ଅମେଠୀର ସାଂସଦ ରାହୁଲ୍ ଗାନ୍ଧୀଙ୍କ ପାଇଁ ସମସ୍ୟା ବଢିବାରେ ଲାଗିଛି । କିଛି ଦିନ ତଳେ ତାଙ୍କ ଗାଡି ଉପରକୁ ଢେଲା ପଥମ ମାଡ ଘଟଣା ପରେ ଏବେ ଅମେଠୀରେ ବି ରାହୁଲ ଗାନ୍ଧୀଙ୍କୁ ହେବାକୁ ପଡିଛି ସାଧାରଣ ଜନତାଙ୍କ ଆକ୍ରୋଶର ଶିକାର । ସୂଚନା ମୁତାବକ, ଦୀର୍ଘ ଦିନ ଧରି ରାହୁଲ ଅମେଠୀ ନଆସିବା ନେଇ ଏହାକୁ ବିରୋଧ କରି ତାଙ୍କୁ ନିଖୋଜ ବୋଲି ଘୋଷଣା କରାଯାଇଛି ।

ଏଥିସହିତ ଗୌରୀଗଂଜଠାରେ ତାଙ୍କ ଉଦ୍ଦେଶ୍ୟରେ ପୋଷ୍ଟର ମଧ୍ୟ ଲଗାଇ ଦିଆଯାଇଛି । ସବୁଠାରୁ ମଜା କଥା ହେଲା ଏହି ପୋଷ୍ଟରଟିରେ ରାହୁଲଙ୍କ ସଂପର୍କରେ ସୂଚନା ଦେବା ବ୍ୟକ୍ତି ବିଶେଷଙ୍କୁ ଉପଯୁକ୍ତ ପୁରସ୍କାର ରାଶି ପ୍ରଦାନ କରାଯିବ ବୋଲି ଉକ୍ତ ପୋଷ୍ଟରରେ ଲେଖାଯାଇଛି ।

ତେବେ ଅମେଠୀ କଂଗ୍ରେସ କାର୍ଯ୍ୟାଳୟ ଆଗରେ ଲଗାଯାଇଥିବା ଏହି ପୋଷ୍ଟରରେ ଲେଖାଯାଇଛି, ‘ମାନନୀୟ ସାଂସଦ ଶ୍ରୀ ରାହୁଲ ଗାନ୍ଧୀ ଅମେଠୀରୁ ନିଖୋଜ ଅଛନ୍ତି । ଯେଉଁ କାରଣରୁ ସାଂସଦ ଦ୍ୱାରା କରାଯାଉଥିବା ବିଭିନ୍ନ ବିକାଶ କାର୍ଯ୍ୟ ଏହାର କାର୍ଯ୍ୟକାଳ ସମୟରେ ହିଁ ଏକପ୍ରକାରେ ଠପ ହୋଇପଡିଛି’ । ପୋଷ୍ଟରରେ ଲେଖାଯାଇଥିବା ‘ରାହୁଲ ଗାନ୍ଧୀଙ୍କ ବ୍ୟବହାର ଦ୍ୱାରା ଅମେଠୀର ସାଧାରଣ ଜନତା କୁଚ୍ଛିତ ଏବଂ ଅପମାନିତ ଅନୁଭୋବ କରୁଛନ୍ତି’ ।

ରାହୁଲ ଗାନ୍ଧୀ ଗତ ୬ ମାସହେଲା ଅମେଠୀ ଯାଇନାହାଁନ୍ତି ବୋଲି ମିଳିଥିବା ସୂଚନା ଯାହା ଜଣାପଡିଛି । ତେବେ ଏସଂପର୍କରେ ପ୍ରଦେଶ କଂଗ୍ରେସ କମିଟିର ଜିଲ୍ଲାଧ୍ୟକ୍ଷ ଯୋଗେନ୍ଦ୍ର ମିଶ୍ରାଙ୍କ କହିବା କଥା ହେଲା, ‘ଆରଏସଏସ୍ ଏବଂ ବିଜେପି କର୍ମୀମାନେ ରାହୁଲ ଗାନ୍ଧୀଙ୍କୁ ବଦନାମ କରିବାକୁ ଏପରି କୁଚ୍ଛିତି କାଣ୍ଡ କରିଛନ୍ତି ‘ା ସେ ଆହୁରି ବି କହିଛନ୍ତି, ‘ରାହୁଲ ଗାନ୍ଧୀ ହେଉଛନ୍ତି ରାଷ୍ଟ୍ରୀୟ ଉପାଧ୍ୟକ୍ଷ, ଯେଉଁଥିପାଇଁ ତାଙ୍କୁ ଅନେକ ସମୟରେ ଅମେଠୀରେ ଅନୁପସ୍ଥିତ ରହିବାକୁ ପଡୁଛି’ ।

ଏଠାରେ ଆମେ କହିରଖୁଛୁ କି, କିଛି ଦିନ ତଳେ ଗୁଜରାଟର ବନ୍ୟା ପ୍ରଭାବିତ ବନସକାଣ୍ଠା ଗସ୍ତବେଳେ କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଗାଡ଼ି ଉପରେ ଢେଲା ପଥମ ମାଡ ହୋଇଥିଲା । ଏହା ପଛରେ ବିଜେପି ଓ ଆରଏସଏସ୍ ନେତାଙ୍କ ହାତ ରହିଥିବା ସହିତ ଏଭଳି ଆକ୍ରମଣ ବିଜେପି ସରକାର ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହୀନ ରାଜନୀତିର ମାଧ୍ୟମ ବୋଲି ନିନ୍ଦା କରିଥିଲେ ରାହୁଲ ଗାନ୍ଧୀ ।

ସୌଜନ୍ୟ: ଗାଁଓକନେକ୍ସନ