ରୋଗୀଙ୍କ ପାଇଁ ରାହୁଲଙ୍କ ଦରଦ । ଅଟକି ଗଲେ, ବାଟ ଛାଡିଲେ

51

କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ମଙ୍ଗଳବାର କେରଳ ବନ୍ୟା ପରିସ୍ଥିତି ଦେଖିବା ପାଇଁ କେରଳଗସ୍ତରେ ଯାଇଥିଲେ। ସେ ଚେଙ୍ଗନୁରସ୍ଥିତ ଆଶ୍ରୟ ଶିବିରରେ ଯାଇ ବନ୍ୟା ପ୍ରପୀଡିତଙ୍କ ସହ କଥା ହୋଇ ସେମାନଙ୍କ ଦୁଃଖ ବୁଝିଥିଲେ। ମାତ୍ର ଏହି ସମୟରେ ରାହୁଲ ଗାନ୍ଧି ଜଣେ ଶ୍ରଦ୍ଧାବାନ ବ୍ୟକ୍ତିତ୍ୱର ପରିଚୟ ସୃଷ୍ଟି କରିଛନ୍ତି ।

ସୂଚନା ମୁତାବକ, କେରଳର ଚେଙ୍ଗନୁର ଖ୍ରିଷ୍ଟିୟାନ କଲେଜରେ ଅସ୍ଥାୟୀ ଭାବେ ନିର୍ମାଣ କରାଯାଇଥିବା ହେଲିପ୍ୟାଡରୁ ରାହୁଲ ଗାନ୍ଧିଙ୍କ ହେଲିକାପ୍ଟର ଉଡାଣ ଭରିବାକୁ ଥିଲା । କିନ୍ତୁ ହେଲିକପ୍ଟରର ଉଡାଇ ଭରିବା ସମୟରେ ଏକ ଏୟାର ଆମ୍ବୁଲାନ୍ସର ଉଡାଣ ସିଡ୍ୟୁଲ ଥିଲା । ତେବେ ଏସବୁ ମଧ୍ୟରେ ରାହୁଲ ଗାନ୍ଧି ଜାଣିବାକୁ ପାଇଥିଲେ କି ଏୟାର ଆମ୍ବୁଲାନ୍ସରେ ହାର୍ଟଆଟାକ ସହ ଲଢୁଥିବା ଜଣେ ମହିଳାଙ୍କୁ ନିଆଯାଉଛି ତେବେ ରାହୁଲ ତୁରନ୍ତ ନିଜ ହେଲିକାପ୍ଟରକୁ ଉଡାଣ ଭରିବାକୁ ରୋକି ଦେଇଥିଲେ ଏବଂ ଏୟାର ଆମ୍ବୁଲାନ୍ସକୁ ପ୍ରଥମେ ଉଡାଣ ଭରିବାକୁ କହିଥିଲେ । କୁହାଯାଉଛି କି, ରାହୁଲ ଗାନ୍ଧିଙ୍କ ଏୟାର ଆମ୍ବୁଲାନ୍ସରେ ଯାଇ ମହିଳାଙ୍କ ସ୍ୱାସ୍ଥବସ୍ଥା ପଚାରି ମଧ୍ୟ ବୁଝିଥିଲେ । ତେବେ ଏସଂପର୍କରେ କଂଗ୍ରେସ ନେତା ତଥା ପୂର୍ବତନ ବିଧାୟକ ପିସି ବିଷ୍ଣ୍ୁନାଥ ସୂଚନା ଦେଇଛନ୍ତି କହିଛନ୍ତି କି, ରାହୁଲ ଗାନ୍ଧି ଏସପିଜିଙ୍କ କର୍ମଚାରୀମାନଙ୍କୁ ପ୍ରଥମେ ଏୟାର ଆମ୍ବୁଲାନ୍ସକୁ ଉଡାଣ ଭରିବାକୁ ଅନୁମତି ଦେବାକୁ କହିଥିଲେ ଆଉ ଏୟାର ଆମ୍ବଲାନ୍ସ ଉଡାଣ ଭରିବା ପର୍ଯ୍ୟନ୍ତ ରାହୁଲ ଗାନ୍ଧି ପାଖାପାଖି ୩୦ ମିନିଟ ଅପେକ୍ଷା କରିଥିଲେ । ଏହାପରେ ଯାଇ ରାହୁଲ ଗାନ୍ଧିଙ୍କ ହେଲିକପ୍ଟର ଉଡାଣ ଭରିଥିଲା ।

ଉଲ୍ଲେଖ ଥାଉ କି, ରାହୁଲ ଗାନ୍ଧି କେରଳର ଅଲଗାଅଲଗା କ୍ୟାମ୍ପ ବୁଲି ଲୋକମାନଙ୍କୁ ଭେଟିଥିଲେ ସମସ୍ତଙ୍କ ଦୁଃଖ କଷ୍ଟ କଥା ପଚାରି ବୁଝିଥିଲେ। ଏଥିସହିତ ରାହୁଲ ଗାନ୍ଧି ମତ୍ସ୍ୟଜୀବୀଙ୍କୁ ଏକ ବଡ଼ ପ୍ରତିଶ୍ରୁତି ଦେଇଛନ୍ତି କି ଯଦି ତାଙ୍କ ସରକାର ସତ୍ତାକୁ ଫେରି ଆସେ ତେବେ ସେ ଅଲଗା ଭାବେ ସତ୍ୟପାଳନ ମନ୍ତ୍ରାଳୟର ସ୍ଥାପନ କରିବେ। କେରଳଗସ୍ତ ସମୟରେ ରାହୁଲ ଗାନ୍ଧି ସେହି ମତ୍ସ୍ୟଜୀବୀଙ୍କୁ ସମ୍ମାନୀତ କରିଥିଲେ ଯିଏକି ବନ୍ୟା ସମୟରେ ନିଜ ଜୀବନକୁ ଖାତିର ନକରି ଲୋକମାନଙ୍କୁ ପାଣି ଭିତରୁ ଉଦ୍ଧାର କରିବା ପାଇଁ ପିଠି ଦେଖାଇ ଦେଇଥିଲେ।