କେନ୍ଦ୍ର ସରକାରଙ୍କ ନୂଆ କଟକଣା: ଏଣିକି ବିଜୁଳୀ କାଟ୍ ହେଲେ ଉପଭୋକ୍ତାଙ୍କୁ ଜରିମାନା ଦେବ ସଂସ୍ଥା, ନିୟମ ନମାନିଲେ ତୁରନ୍ତ ନିଆଯିବ କାର୍ଯ୍ୟାନୁଷ୍ଠାନ

181

ଖରା ଯୋଗୁଁ ଅଂଶୁଘାତର ଖବର ଯେତିକି ବିବ୍ରତ କରିଥାଏ, ଠିକ୍ ସେହିଭଳି ଅଘୋଷିତ ବିଜୁଳିକାଟ୍ ଲୋକଙ୍କର ଚିନ୍ତା ଆହୁରୀ ବଢ଼ାଇ ଦେଇଥାଏ । କାରଣ ଖରା ଯୋଗୁଁ ନା’ ବାହାରକୁ ବାହାରି ହୋଇଥାଏ, ନା’ ଗୁଳୁଗୁଳି ଯୋଗୁଁ ଘରେ ବସି ହୋଇଥାଏ । ଆଉ ଏସବୁ ଭିତରେ ବିଭିନ୍ନ ଅଂଚଳରୁ ଆସୁଥିବା ଚିତ୍ର ଦେଖିଲେ କେବଳ ଗୋଟିଏ କଥା ମନକୁ ଆସୁଛି- ଗରିବ ହେଲେ ମଲ । ସମାନ ଚିତ୍ର, ଗୋଟିଏ କାହାଣୀ । ଗାଁରେ ଯେଉଁ ଅବସ୍ଥା, ସହରରେ ସେଇ ଏକା ଅବସ୍ଥା ଖରା ଦିନରେ ଦେଖିବାକୁ ମିଳିଥାଏ । ତେଣୁ ଲୋକଙ୍କର ସମସ୍ୟା ଏବଂ ବିଜୁଳୀ ଯୋଗାଣକାରୀ ସଂସ୍ଥାମାନଙ୍କର ମନମୁଖୀ କାର୍ଯ୍ୟକଳାପକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଖୁବ୍ ଶୀଘ୍ର ଏହି ନିଆ ପଲିସି ସାରା ଦେଶରେ ଲାଗୁ କରିବାକୁ ଯୋଜନା କରୁଛନ୍ତି । ଯାହା ଦ୍ୱାରା ଉଭୟ ସହରଠାରୁ ଆରମ୍ଭ କରି ଗାଁ ପର୍ଯ୍ୟନ୍ତ ସଭିଁଙ୍କୁ ପ୍ରବଳ ଗରମରୁ ତଥା ତାତିରୁ ଆଶ୍ୱସ୍ତି ମିଳିବ ।

ସୂଚନା ମୁତାବକ, ଭାରତ ସରକାର ଖୁବ୍ ଶୀଘ୍ର ”Power Traffic Policy’କୁ ମଂଜୁରୀ ଦେଇପାରନ୍ତି । ଯାହାକୁ ଆସନ୍ତା ତଥା ଏପ୍ରିଲ ୧ରୁ ସାରା ଦେଶରେ ଆଇନ ପୂର୍ବକ ଲାଗୁ କରିଦିଆଯିବ । ଆଉ ଏହି ପଲିସି ଦ୍ୱାରା ବିଜୁଳୀ ବିତରଣ କଂପାନୀମାନଙ୍କ ବିରୋଧରେ ଅଘୋଷିତ ବିଦ୍ୟୁତ୍ କାଟ୍ କରିବା ଉପରେ ଜରିମାନା ଲାଗୁ କରାଯିବ । ଏଥିସହିତ ହିଁ ବିଜୁଳୀ କାଟ୍ କାହିଁକି ହୋଇଛି, କଂପାନୀକୁ ଏସଂପର୍କରେ ମଧ୍ୟ ଉଭୟ ସରକାର ଏବଂ ଉପଭୋକ୍ତାଙ୍କୁ କୈଫୟତ ଦେବାକୁ ପଡିବ । କେନ୍ଦ୍ର ଶକ୍ତିମନ୍ତ୍ରୀ ଆରକେ ସିଂହଙ୍କ କହିବା ଅନୁସାରେ, ଏହି ପଲିସିର ପ୍ରସ୍ତାବ ପ୍ରସ୍ତୁତ କରାଯାଇଛି । ଯାହାକୁ ଖୁବ୍ ଶୀଘ୍ର ହିଁ କ୍ୟାବିନେଟର ମଂଜୁରୀ ପାଇଁ ପଠାଯିବ । ଏଥିରେ ବିନା ପୂର୍ବ ସୂଚନା ଦେଇ ବିଦ୍ୟୁତ୍ କାଟ ଉପରେ ଜରିମାନା ଲାଗୁ ହେବାର ବ୍ୟବସ୍ଥା ରହିବ ।

ରାଜ୍ୟ ସରକାର ଧାର୍ଯ୍ୟ କରିବେ ବିଜୁଳୀ କାଟର ଜରିମାନା

ଏହି ପ୍ରସ୍ତାବରେ ଏହା ମଧ୍ୟ ସ୍ପଷ୍ଟ କରାଯାଇଛି କି, କୌଣସି ଟେକନିକରେ ହେରଫେର ତଥା ସମସ୍ୟା ଥିଲେ କିମ୍ବା କୌଣସି ପ୍ରାକୃତିକ ଡିଜାଷ୍ଟର କାରଣରୁ ବିଜୁଳୀ କାଟ୍ ହେବା ଦ୍ୱାରା କଂପାନୀ ବିରୋଧରେ କୌଣସି ପ୍ରକାରର କାର୍ଯ୍ୟାନୁଷ୍ଠାନ ନିଆଯିବ ନାହିଁ । ସିଂହ ଆହୁରୀ ମଧ୍ୟ କହିଛନ୍ତି କି, ବିଜୁଳୀ ଯୋଗାଇବା ଠାରୁ ଆରମ୍ଭ କରି ତାର ଦରଦାମ ଧାର୍ଯ୍ୟ କରିବାର ପୂରା ଦାୟିତ୍ୱ ରାଜ୍ୟ ନିୟାମକ ଆୟୋଗଙ୍କ ରହିଛି । ଏଭଳି ପରିସ୍ଥିତିରେ ବିଜୁଳୀ କାଟ ଉପରେ ଜରିମାନା ବାବଦକୁ ଲାଗୁ ହେବାକୁ ଥିବା ଟଙ୍କା ସ୍ଥିର କରିବା ବି ରାଜ୍ୟ ସରକାରଙ୍କ କାମ ହେବ ।