ଟଙ୍କା ଉଠାଇବାକୁ ଯାଉଛନ୍ତି କି ? ତେବେ ଜାଣିରଖନ୍ତୁ ବ୍ୟାଙ୍କ୍ ଦେଇଥିବା ପରାମର୍ଶ ସଂପର୍କରେ . . .

37

ଦେଶର ଦ୍ୱିତୀୟ ବୃହତ୍ତମ ବ୍ୟାଙ୍କ ତଥା ପଂଜାବ ନ୍ୟାସନାଲ ବ୍ୟାଙ୍କରେ ଯଦି ଆପଣଙ୍କର ଆକାଉଂଟ ରହିଛି ଏବଂ ଆପଣଙ୍କ ସେଥିରୁ ଟଙ୍କା ଉଠାଇବାକୁ ଚାହୁଁଛନ୍ତି ତେବେ ଏହି ଖବରଟି ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ । କାରଣ କିଛିଦିନ ହେଲା ପଂଜାବ ନ୍ୟାସନାଲ ବ୍ୟାଙ୍କକୁ ନେଇ ବିଭିନ୍ନ କଥା ଅନେକ ଗଣମାଧ୍ୟମରେ ପ୍ରକାଶିତ ହେଉଛି । ଯାହାକୁ ନେଇ ଲୋକଙ୍କଠାରେ ଅନେକ ଆତଙ୍କ ମଧ୍ୟ ଖେଳିଯାଇଛି ।

ଆପଣଙ୍କୁ କହି ରଖୁଛୁ କି, କିଛି ଦିନ ତଳେ ପାଖାପାଖି ୧୧, ୪୦୦କୋଟି ଟଙ୍କା ହେରଫେର ମାମଲାରେ ପଂଜାବ ନ୍ୟାସନାଲ ବ୍ୟାଙ୍କ ଫସିଥିବା ଖବର ସାମ୍ନାକୁ ଆସିବା ପରେ ଏବେ ତାହା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଯାଇଛି । ତେବେ ଏହି ମହାଦୁର୍ନୀତି ମୁମ୍ବାଇର ଏକ ଶାଖାରେ ହୋଇଥିଲା ଏବଂ ଏହି ଘୋଟାଲାକୁ ଭାରତର ବ୍ୟାଙ୍କିଂ ଇତିହାସର ସବୁଠୁ ବଡ ଘୋଟାଲା ବୋଲି ବିବେଚନା କରାଯାଇଛି । ଫେବୃଆରୀ ୧୪ ତାରିଖରେ ବ୍ୟାଙ୍କ ବମ୍ବେ ଷ୍ଟକ୍ ଏକ୍ସଚେଂଜ ତଥା ବିଏସଇକୁ ଏହି ହେରଫେରର ସୂଚନା ଦେଇଥିଲା । ତେବେ ମାମଲାଟି ପ୍ରଘଟ ହେବା ପରେ ଲୋକଙ୍କ ମଧ୍ୟରେ ଖେଳିଯାଇଛି ।

ଲୋକଙ୍କ ମଧ୍ୟରେ ଦେଖାଦେଇଥିବା ଏହି ଆତଙ୍କକୁ ଦୂର କରିବାକୁ ଯାଇ ପିଏନବି ନିଜ ପ୍ରତିକ୍ରିୟାରେ କହିଛି କି, ବ୍ୟାଙ୍କରେ ସମସ୍ତ କାମ ଏବେ ସୂଚାରୁ ରୂପେ ଚାଲିଛି ଏବଂ ଟଙ୍କା ଉଠାଇବା ଉପରେ ମଧ୍ୟ ସେଭଳି କୌଣସି ପ୍ରକାରର କଟକଣା ଲାଗୁ କରାଯାଇନାହିଁ । କାରଣ, ଏହାପୂର୍ବରୁ ସୋସିଆଲ ମିଡିଆରେ ଏପ୍ରକାରର ଅନେକ ଖବର ସାମ୍ନାକୁ ଆସିଥିଲା କି ବ୍ୟାଙ୍କରୁ ଟଙ୍କା ଉଠାଇବାର ଏକ ନିର୍ଦ୍ଧାରିତ ରାଶି ସ୍ଥିର କରାଯାଇଛି ଏବଂ ପ୍ରତ୍ୟେକ ଗ୍ରାହକ ମାତ୍ର ୩୦୦୦ ଟଙ୍କା ହିଁ ଉଠାଇ ପାରିବେ ।

ତେବେ ପିଏନବି ଏହି ସମସ୍ତ ଖବରକୁ ନିରାଧାର ବୋଲି କହିଛି । ବ୍ୟାଙ୍କ ସୂଚନା ମୁତାବକ, ଖାତାରୁ ଟଙ୍କା ଉଠାଇବା ଉପରେ କୌଣସି ପ୍ରକାରର କଟକଣା ଜାରି କରାଯାନାହିଁ । ଏବଂ ବ୍ୟାଙ୍କ ଏଭଳି କୌଣସି ବି ନିର୍ଦ୍ଦେଶ ଜାରି କରିନାହିଁ । ବ୍ୟାଙ୍କ ଆହୁରୀ ମଧ୍ୟ କହିଛି କି, ୧୮୦୦୦ କର୍ମଚାରୀଙ୍କୁ ସ୍ଥାନାନ୍ତରିତ କରାଯିବା ନେଇ ପ୍ରକାଶ ପାଇଥିବା ଖବରରେ କୌଣସି ସତ୍ୟତା ନାହିଁ । ସତ କଥା ହେଲା କି, କେବଳ ୧,୪୧୫ କର୍ମଚାରୀ ଟ୍ରାନ୍ସଫର ହୋଇଛନ୍ତି, ଯାହା କି ବ୍ୟାଙ୍କର ନିୟମ ଅନୁସାରେ ।

ଏଠାରେ ଆମେ କହି ରଖୁଛୁ କି, ପଂଜାବ ନ୍ୟାସନାଲ ବ୍ୟାଙ୍କ ଭାରତର ଏକ ପ୍ରମୁଖ ଏବଂ ପୁରୁଣା ବ୍ୟାଙ୍କ ଅଟେ । ଏହା ଏକ ଅନୁସୂଚିତ ବ୍ୟାଙ୍କ । ପିଏନବିକୁ ୧୯ ମଇ,୧୮୯୪ରେ ଭାରତୀୟ କଂପାନୀ ଅଧିନିୟମ ଅନୁସାରେ ଅନାରକଲି ବଜାର, ଲାହୋରରେ ଏହାର ମୁଖ୍ୟକାର୍ଯ୍ୟାଳୟ ସହିତ ପଂଜିକୃତ କରାଯାଇଥିଲା ।

ସୌଜନ୍ୟ: ନ୍ୟୁଜ୍-୧୮