ରାଜନୀତି ନା ବାଧ୍ୟବାଧକତା! ତେବେ ୧୦ ମାସରେ ୧୧ ଥର ଗୁଜୁରାଟ ଯିବା ପଛରେ ମୋଦିଙ୍କ ଉଦ୍ଦେଶ୍ୟକଣ

52

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି ଥରେ ନିଜ ଗୃହରାଜ୍ୟ ଗୁଜୁରାଟ ଗସ୍ତରେ ଅଛନ୍ତି । ଗତ ୧୦ ମାସରେ ଏହା ଏକାଦଶ ଥରରେ ପହଂଚିଛି । ତେବେ ଚଳିତ ବର୍ଷ ଗୁଜୁରାଟରେ ନିର୍ବାଚନ ହେବାକୁ ଯାଉଛି । ଏବଂ ଅଟଳଳ ଲଗାଯାଇଛି କି ସେଠାରେ ନିର୍ଦ୍ଧାରିତ ସମୟ ପୂର୍ବରୁ ମଧ୍ୟ ନିର୍ବାଚନ ହୋଇପାରେ । ତେବେ ଏହି ପ୍ରରିପେକ୍ଷୀରେ ମୋଦିଙ୍କ ବାରମ୍ବାର ଗୁଜୁରାଟ ଯିବା ପଛରେ ନିଶ୍ଚୟ ରାଜନୀତିର ଗନ୍ଧ ବାରି ହୋଇପଡୁଛି ।

ସୂଚନା ମୁତାବକ, ଗୁଜୁରାଟରେ ପାଖାପାଖି ଦୁଇ ଦଶକରୁ ରାଜୁତି କରିଆସୁଥିବା ବିଜେପି । ଯାହାର ସର୍ବାଧିକ ସଫଳ ମୁଖ୍ୟମନ୍ତ୍ରୀ ରହି ଆସିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମାତ୍ର ଏବେ ଏହି ନିର୍ବାଚନ ମୋଦିଙ୍କ ପାଇଁ ଏକ ପରୀକ୍ଷାର ସମୟ ହେବ । କାରଣ ଯଦି ଗୁଜୁରାଟର ବିଗତ ଦିନର ନିର୍ବାଚନକୁ ନଜରରେ ରଖାଯାଏ ତେବେ ତତକାଳୀନ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ବିଜେପିର ଗୋଟିଏ ପଟେ ବିଜୟ ମିଳିଥିଲା ଏବଂ ବିପକ୍ଷରେ କଂଗ୍ରେସକୁ ତାର ମୁକାବିଲାର ପାଖାପାଖି ଅଧା ସିଟରୁ ହିଁ ସନ୍ତୋଷ କରିବାକୁ ପଡିଥିଲା । କିନ୍ତୁ ଏଥରକ ମୋଦିଙ୍କ ଟୋଲି ପାଇଁ ରାସ୍ତା ସହଜ ବୋଲି ମାନିବା କଷ୍ଟକର ହୋଇପଡିଛି ଆଉ ଯାହାର କାରଣ ମଧ୍ୟ ରହିଛି ।

ଏହାର ପ୍ରଥମ କାରଣ ହେଉଛି ମୋଦିଙ୍କ ଭଳି ନେତୃତ୍ୱର ଅଭାବ । ବିଶେଷ କଥା ହେଲା ପ୍ରଧାନମନ୍ତ୍ରୀ ମୋଦିଙ୍କ ଭଳି ଗୁଜୁରାଟ ବିଜେପି ପାଖରେ ଏଭଳି କୌଣସି କରିସ୍ମା ଚେହେରା ନାହିଁ ବଂଚି ନାହିଁ ଯିଏ କି ଦଳ ଏବଂ ସରକାରଙ୍କୁ ସେହି ସୀମାରେ ପହଂଚାଇ ପାରିବ । ଏହାଛଡା ମୋଦି ରାଜ୍ୟରେ ଯେଉଁ ବଡ ରେଖା ଟାଣିଛନ୍ତି ତାର ତୁଳନା ମଧ୍ୟ ବାକି ନେତାଙ୍କୁ କରାଯାଇ ନପାରେ । ତେବେ ସେ ଆନନ୍ଦି ବେନ ପଟେଲ ହୁଅନ୍ତୁ କିମ୍ବା ବିଜୟ ରୁପାଣି ।

ସେହିପରି ଅନ୍ୟ କାରଣଟି ହେଲା ୧୧ ଜୁଲାଇ, ୨୦୧୬ରେ ଉନାରେ ଦଳିତଙ୍କ ସହିତ ଗୋରକ୍ଷକଙ୍କ ମଧ୍ୟରେ ହୋଇଥିବା ମାରପିଟର କିଛି ଏଭଳି ଚିତ୍ର ସାମ୍ନାକୁ ଆସିଥିଲା ଯାହା ସାରାଦେଶରେ ଦଳିତଙ୍କୁ ଆହୁରୀ ଉସକେଇ ଦେଇଥିଲା । ଏହି ଘଟଣାର ପ୍ରତିବାଦରେ ସରକାରଙ୍କ ବିରୋଧରେ ଗୁଜୁରାଟର ଦଳିତମାନେ ମୋର୍ଚ୍ଚା ଖୋଲି ଥିଲା । ଏଥିସହ ବିଭିନ୍ନ ବିପକ୍ଷ ଦଳ ଏବଂ ବିଜେପି ବିରୋଧିଙ୍କୁ ମଧ୍ୟ ଏହା ଭରପୁର ସହାୟତା ଦେଇଥିଲା । ତେବେ ଗତବର୍ଷ ୧୫ ଅଗଷ୍ଟରେ ଉନାରେ ହିଁ ଐତିହାସିକ ବିରୋଧ ପ୍ରଦର୍ଶନ କରାଯାଇଥିଲା । ଯେଉଁଥିରେ କେବଳ ଦଳିତମାନେ ନୁହେଁ ବରଂ ମୁସଲମାନମାନେ ମଧ୍ୟ ଏକଜୁଟ ହୋଇ ସରକାରଙ୍କ ବିରୋଧରେ ରଣହୁଙ୍କାର ଦେଇଥିଲେ ।

ତେବେ ଦେଖିବାକୁ ଗଲେ ବିଜେପି ଦୁଇ ଦଶକ ଧରି ଗୁଜରାଟର ସତ୍ତା ଉପରେ କବଜା କରି ଆସୁଛି । କଂଗ୍ରେସ ତାର ମିକାବିଲାରେ ବହୁତ ପଛରେ ରହିଥିବାବେଳେ ନିଜର ସ୍ଥିତି ଜାହିର କରିବାକୁ ବହୁତ ବ୍ୟଗ୍ର ହୋଇ ଉଠିଛି । କାରଣ ମୋଦି ଭଳି ଜଣେ ଟାଣୁଆ ନେତା ଆଗରେ କଂଗ୍ରେସର ପ୍ରତିଟି ଚେଷ୍ଟା ବିଫଳ ହୋଇଛି । କିନ୍ତୁ ଏଥରକ ସେମାନଙ୍କ ବାଟ ସଂପୂର୍ଣ୍ଣ ସଫା ହୋଇଯାଇଛି । କାରଣ ଚଳିତ ବର୍ଷ ନିର୍ବାଚନରେ ମୋଦି ସେମାନଙ୍କ ସାମ୍ନାରେ ନାହାଁନ୍ତି ।

ଏଥିସହ ଦଳିତଙ୍କ ସମର୍ଥନ କଂଗ୍ରେସକୁ ଶକ୍ତିଶାଳୀ କରିବାରେ ଏକ ଆଶା ସଂଚାର କରିଛି । ବିଜେପି ବିରୋଧରେ ଏହି ସମୟରେ ଯେଉଁ ବିପକ୍ଷ ଦଳମାନ ରହିଛି ଏଥିରୁ ପ୍ରମାଣିତ ହୋଇଛି କି ବୋଧ ହୁଏ ଏଥରକ କଂଗ୍ରେସର ପାଳି ପଡିପାରେ । ତେବେ କାଳେ ମୋଦିଙ୍କ ଗଣିତ ଭୁଲ ହୋଇଯିବ ସେଥିପାଇଁ ବୋଧ ହୁଏ ସେ ବାରମ୍ବାର ଗୁଜୁରାଟ ଗସ୍ତ କରି ସେଠାକାର ମୋହୋଲକୁ ଏବେ ଠାରୁ ନିଜ ପକ୍ଷଭୁକ୍ତ କରିବାକୁ ଚେଷ୍ଟା କରୁଛନ୍ତି ।