ମାତ୍ର ୩୩୦ ଟଙ୍କାର ଇନସ୍ୟୁରାନ୍ସ, ନୋମିନଙ୍କୁ ଦେବ ୨ ଲକ୍ଷ ଟଙ୍କା ! ଅସୁବିଧା ସମୟରେ ପରିବାର ଲୋକଙ୍କୁ ମିଳିବ ଅନେକ ଫାଇଦା

35

ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା (PMJJBY) ମୋଦି ସରକାରଙ୍କ ଏକ ଲୋକପ୍ରିୟ ସୋସିଆଲ ସ୍କିମ୍ । ବିଶେଷ କରି ୱାନ ଟର୍ମ ଲାଇଫ ଇନସ୍ୟୁରାନ୍ସ ପଲିସି ଅଟେ, ଯାହା ପ୍ରତିବର୍ଷ ରିନ୍ୟୁ ହୋଇଥାଏ । ଯଦି ଏଥିରେ କୌଣସି ବି କାରଣରୁ ବୀମାଧାରକଙ୍କର ମୃତ୍ୟୁ ହୋଇଯାଏ ତେବେ ନୋମିନଙ୍କୁ ୨ ଲକ୍ଷ ଟଙ୍କାର ଅର୍ଥ ରାଶି ବୀମା କଂପାନୀ ତରଫରୁ ମିଳିବ ।

୧୮ରୁ ୫୦ ବର୍ଷ ବୟସର କୌଣସି ବି ବ୍ୟକ୍ତି ଏହି ଯୋଜନାର ଲାଭ ଉଠାଇପାରବେ । ତେବେ ସମ୍ବନ୍ଧିତ ବ୍ୟକ୍ତିଙ୍କର ବ୍ୟାଙ୍କ ଆକାଉଂଟ ରହିଥିବା ଜରୁରୀ । ଏଥିରେ ପଲିସି ହୋଲ୍ଡରଙ୍କୁ ବାର୍ଷିକ ମାତ୍ର ୩୩୦ ଟଙ୍କା ଜମା କରିବାକୁ ହେବ । ଏହି ଆମାଉଂଟ ସମ୍ବନ୍ଧିତ ବ୍ୟକ୍ତିଙ୍କୁ ବ୍ୟାଙ୍କ ଆକାଉଂଟରୁ ପ୍ରତି ବର୍ଷ ସିଧା ଡିଡକ୍ଟ ହୋଇଯିବ । ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା ଆଧାରରେ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଯୋଜନା ରହିଛି ।

ଏଠାରେ ଆମେ କହି ରଖୁଛୁ କି, ୧ଜୁନରୁ ୩୧ ମଇ ଏହାର କଭର ପରିୟଡ ହୋଇଥାଏ । ୧୪ ମଇ ୨୦୧୮ ସୁଦ୍ଧା ୫ କୋଟି ୩୫ ଲକ୍ଷ ଲୋକ ଏହି ଯୋଜନା ଆଧାରରେ ଏନରୋଲ୍ଡ ଥିଲେ । ସେହିପରି ଏଯାବତ ୧ ଲକ୍ଷ ୨୮୪୯ ଲୋକ କ୍ଲେମ ପ୍ରାପ୍ତ କରି ସାରିଛନ୍ତି । ଏମାନଙ୍କ ମଧ୍ୟରୁ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତର ଲାଇଫ କଭର ମିଳିଥାଏ । ପ୍ରତିବର୍ଷ ପ୍ରିମିୟମ ୩୩୦ ଟଙ୍କା ଜମା କରିବାକୁ ପଡିବ । ଏଥିରେ ରିକ୍ସ କଭର ସ୍କମରେ ଏନରୋଲମେଂଟ କରିବାର ପାଖାପାଖି ୪୫ ଦିନ ପରେ ବି ପରେ ହିଁ ମିଳିଥାଏ ।

ଏହି ସ୍କିମ ଏଲଆଇସି ସହିତ ହିଁ ଅନ୍ୟ ଘରୋଇ ଲାଇଫ ଇନସ୍ୟୁରାନ୍ସ କଂପାନୀ ଜରିଆରେ ସଂଚାଳନ କରାଯାଇଥାଏ । ବ୍ୟକ୍ତି ନିଜ ବ୍ୟାଙ୍କକୁ ଯାଇ ଏସଂପର୍କିତ ସୂଚନା ବି ପାଇପାରିବେ, ଅନେକ ବ୍ୟାଙ୍କମାନଙ୍କର ବିଭିନ୍ନ ଇନସ୍ୟୁରାନ୍ସ କଂପାନୀଙ୍କ ସହ ଟାଇଅପ ରହିଛି । ଆପଣ http://www.jansuraksha.gov.in ୱେବସାଇଟ୍ ଜରିଆରେ ଏହାର ଫର୍ମ ଡାଉନଲୋଡ କରି ସମସ୍ତ ତଥ୍ୟ ଭରି ବ୍ୟାଙ୍କ କିମ୍ବା ଇନସ୍ୟୁରାନ୍ସ କଂପାନୀରେ ଜମା କରିପାରିବେ । ଯଦି କୌଣସି ଆକାଉଂଟ ହୋଲ୍ଡରଙ୍କ ଏକାଧିକ ବ୍ୟାଙ୍କରେ ସେଭିଂ ଆକାଉଂଟ ରହିଛି ତେବେ ବି ସେ କେବଳ ଥରେ ହିଁ ଏହି ଇନସ୍ୟୁରାନ୍ସର ଲାଭ ଉଠାଇପାରିବେ ।

କ୍ଲେମ କରିବେ କିପରି

ନୋମିନୀଙ୍କୁ ସେହି ବ୍ୟାଙ୍କରେ କ୍ଲେମ କରିବାକୁ ହେବ, ଯେଉଁଠି ସମ୍ବନ୍ଧିତ ବ୍ୟକ୍ତିଙ୍କର ଇନସ୍ୟୁରାନ୍ସ ଥିଲା । ଏଥିପାଇଁ ମୃତ୍ୟୁ ପ୍ରମାଣପତ୍ର ଜମା କରିବାକୁ ହେବ । ଏଥିସହିତ ହିଁ ଡିସଟାର୍ଜ ରିସିପ୍ଟକୁ ମଧ୍ୟ ପୈଠ କରିବାକୁ ହେବ ।