ସରକାରଙ୍କ ଚରମ ନିଷ୍ପତି: ଲୋକଙ୍କୁ ମିଳିବ ବିଜୁଳି ସବସିଡି । ସିଧା ସଳଖ ଉପଭୋକ୍ତାଙ୍କ ବ୍ୟାଙ୍କ ଖାତାକୁ ଚାଲି ଆସିବ ଟଙ୍କା, ଜାଣନ୍ତୁ ପୂରା ପ୍ରକ୍ରିୟା

41

ବିଜୁଳି ଚୋରି ରୋକିବା ଏବଂ ଶସ୍ତାରେ ବିଜୁଳି ଯୋଗାଇ ଦେବା ଉଦ୍ଦେଶ୍ୟରେ ସରକାରଙ୍କ ତରଫରୁ ନିଆଯାଇଛି ଏଭଳି ଏକ ଚରମ ପଦକ୍ଷେପ । ଯେଉଁଥିପାଇଁ ସମସ୍ତ ପ୍ରିପେଡ ମିଟରକୁ ଆଧାର ସହିତ ସଂଯୋଗ କରିବାକୁ ପ୍ରସ୍ତାବ ରହିଛି । ଅନ୍ୟ ସବସିଡି ଭଳି ଏବେ ବିଜୁଳି ସବସିଡି ମଧ୍ୟ ସିଧାସଳଖ ଉପଭୋକ୍ତାଙ୍କ ବ୍ୟାଙ୍କ ଖାତାକୁ ହିଁ ଆସିବ । ଯେଉଁଥି ପାଇଁ ଏକ ସ୍ୱତନ୍ତ୍ର ଯୋଜନା ମଧ୍ୟ ସରକାରଙ୍କ ତରଫରୁ ପ୍ରସ୍ତୁତ କରାଯାଇଛି ।

ମିଳିଥିବା ସୂଚନା ଅନୁସାରେ, ବିଜୁଳି ଚୋରି ରୋକିବା ଏବଂ ବିଜୁଳି ଶୁଳ୍କ କମ କରିବା ଉଦ୍ଦେଶ୍ୟରେ ସରକାରଙ୍କ ତରଫରୁ କିଛି ଏଭଳି ନିଷ୍ପତି ନିଆଯାଇଛି । ଏଥିପାଇଁ ପ୍ରିପେଡ ମିଟର ଆଧାର ସହିତ ସଂଯୋଗ କରିବାକୁ ମଧ୍ୟ ପ୍ରସ୍ତାବ ରହିଛି । ଏହି ସବସିଡି ସିଧା ସଳଖ ଉପଭୋକ୍ତାଙ୍କ ବ୍ୟାଙ୍କ ଖାତାକୁ ହିଁ ପଠାଇବାର ଯୋଜନା କୃଷି, ଘରୋଇ ବିଜୁଳି ଦର ଉପରେ ମିଳୁଥିବା ସବସିଡି ଉପରେ ଲାଗୁ କରାଯିବ । ଏହି ଯୋଜନା ଆଧାରରେ ସରକାର ରାଜସ୍ୱରୁ ସବସିଡି ପ୍ରଦାନ କରାଯିବାର ପ୍ରସ୍ତାବ ରଖାଯାଇଛି । ତେବେ ସରକାରଙ୍କ ବିଶ୍ୱାସ ରହିଛି କି ଏଭଳି କରିବା ଦ୍ୱାରା ବିଜୁଳି ଚୋରିକୁ ଅନେକମାତ୍ରାରେ ରୋକାଯାଇପାରିବ ।

ଏଠାରେ ଆମେ କହି ରଖୁଛୁ କି, ଏହାଦ୍ୱାରା ଓପନ ଆକ୍ସେସ ଚାର୍ଜ ହ୍ରାସ କରାଯିବ । ଲୋକେ ନିଜ ଇଚ୍ଛାରେ ପାୱାର ଡିଷ୍ଟ୍ରିବ୍ୟୁସନ କଂପାନୀ ଚୟନ କରିବାର ଅଧିକାର ମଧ୍ୟ ପାଇବେ । ସେହିପରି ନୂଆ ଇଣ୍ଡଷ୍ଟ୍ରିଆଲ୍ ପଲିସିରେ ମଧ୍ୟ ଏହି ପ୍ରସ୍ତାବଟିକୁ ସାମିଲ କରାଯିବାର ପ୍ରସ୍ତାବ ରହିଛି ।