ବିଦ୍ୟୁତ୍ ବଂଚାଇବା ପାଇଁ ମୋଦି ସରକାରଙ୍କ ବଡ ନିଷ୍ପତି ! ଏଣିକି ଏସିର ତାପମାନ ୨୪ ଡିଗ୍ରିରୁ କମ ହେଲେ ଦେବାକୁ ପଡିବ ଅଧିକ ଟଙ୍କା, ଜାଣନ୍ତୁ କେବେଠାରୁ ଲାଗୁହେବ ଏହି ନିୟମ

39

ଦୀର୍ଘଦିନ ଧରି ସାରା ରାଜ୍ୟରେ ତାତି ଜାରି ରହିବା ପରେ ଗତକାଲି ହୋଇଥିବା ବର୍ଷା କାରଣରୁ ଲୋକଙ୍କୁ ମିଳିଛି ସାମାନ୍ୟ ଆଶ୍ୱସ୍ତି । ହେଲେ ଠିକ୍ ଦୁଇ ଦିନ ପୂର୍ବରୁ ଲୋକଙ୍କର ଯାହା ଅବସ୍ଥା ଥିଲା ନକହିଲେ ଚଳିବ । ଅସହ୍ୟ ଗୁଳୁଗୁଳି ସାଙ୍ଗକୁ ଗରମ ପବନ ଲୋକଙ୍କୁ କରିଦେଇଥିଲା ଅସ୍ତବ୍ୟସ୍ତ । ହେଲେ ଏଭଳି ପରିସ୍ଥ୍ିତିରେ କେବଳ ଏସି ହିଁ ଥିଲା ଲୋକଙ୍କ ଏକମାତ୍ର ଭରସା । କିନ୍ତୁ ଏବେ ଏହି ଏସି ଜନତାଙ୍କ ପାଇଁ କାଳ ହୋଇପାରେ । କାରଣ ସରକାର ଏବେ ଯେଉଁ ନିୟମ ଆଣିବାକୁ ଯାଉଛନ୍ତି ତାହା ଏସି ବ୍ୟବହାରକାରୀଙ୍କ ମୁଣ୍ଡବିନ୍ଧାର କାରଣ ହୋଇପାରେ ।

ସୂଚନା ମୁତାବକ, ବିଦ୍ୟୁତ୍ ମନ୍ତ୍ରାଳୟ ଆଗାମୀ ଦିନମାନଙ୍କରେ ଏସି ପାଇଁ ତାପମାନର ସାମାନ୍ୟ ସ୍ତର ୨୪ ଡିଗ୍ରି ନିୟମ କରିପାରନ୍ତି । ଯଦି ଏଭଳି ହୁଏ ତେବେ ସାରା ଦେଶରରେ ବର୍ଷକୁ ୨୦ ଅରବ ୟୁନିଟ୍ ବାର୍ଷିକ ବିଦ୍ୟୁତ୍ ସଂଚୟ ହୋଇପାରିବ । ଏଥିସହିତି ହିଁ ଲୋକଙ୍କ ସ୍ୱାସ୍ଥ୍ୟ ଉପରେ ବି ସକାରାତ୍ମକ ପ୍ରଭାବ ପଡିବ ।

ବିଦ୍ୟୁତ୍ ଏବଂ ନବୀନ ଏବଂ ନବୀକରଣୀୟ ଶକ୍ତି ମନ୍ତ୍ରୀ ଆର୍ କେ ସିଂହ ଏୟାର କଣ୍ଡିସନର କ୍ଷେତ୍ରରେ ଶକ୍ତି ଦକ୍ଷତାକୁ ଗୁରୁତ୍ୱ ଦେବା ପାଇଁ ଏହି ଅଭିଯାନ ଆରମ୍ଭ କରିବାକୁ ଯାଇ କହିଛନ୍ତି କି, ଏୟାର କଣ୍ଡିସନରରେ ତାପମାନ ବଢାଇବା ଦ୍ୱାରା ବିଦ୍ୟୁତ୍ ଖର୍ଚ୍ଚରେ ୬ ପ୍ରତିଶତ ହ୍ରାସ ପାଇଥାଏ । ଏସି ନିର୍ମାଣ କରିଥିବା ପ୍ରମୁଖ କଂପାନୀ ଏବଂ ତାର ସଙ୍ଗଠନମାନଙ୍କ ସହ ବୈଠକରେ ଆଲୋଚନା କରି କହିଛନ୍ତି କି, ଶରୀରର ସାମାନ୍ୟ ତାପମାନ ୩୬ରୁ ୩୭ ଡିଗ୍ରି ସେଲସିୟସ ଅଟେ କିନ୍ତୁ ବଣିଜ୍ୟିକ ପ୍ରତିଷ୍ଠାନମାନଙ୍କରେ, ହୋଟଲ ତଥା ବିଭିନ୍ନ ଅଫିସମାନଙ୍କରେ ତାପମାନ ୧୮ରୁ ୨୧ ଡିଗ୍ରି ରଖାଯାଇଥାଏ । ଏହା ନା କେବଳ କଷ୍ଟଦାୟକ ହୋଇଥାଏ ବରଂ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ହାନିକାରକ ହୋଇଥାଏ । ଏହି ତାପମାନରେ ଲୋକଙ୍କୁ ଗରମ କପଡା ପିନ୍ଧିବାକୁ ପଡିଥାଏ କିମ୍ବା କମ୍ବଳର ବ୍ୟବହାର କରିବାକୁ ମଧ୍ୟ ପଡିଥାଏ ।

ସୂଚନା ମୁତାବକ, ବିଦ୍ୟୁତ୍ ମନ୍ତ୍ରାଳୟ ଅଧିନରେ ଆସୁଥିବା ଶକ୍ତି ଦକ୍ଷତା ବ୍ୟୁରୋ ତଥା ବିଇଇ ତରଫରୁ ଏସ ସଂପର୍କରେ ଏକ ଅଧ୍ୟୟନ କରିଥିଲା । ଯେଉଁଥିରେ ଏସିରେ ତାପମାନ ୨୪ ଡିଗ୍ର ସେଲସିୟସ ନିର୍ଧାରିତ କରିବାକୁ ସୁପାରିସ କରାଯାଇଛି । ଏହାକୁ ଖୁବ୍ ଶୀଘ୍ର ସାରା ଦେଶରେ କାର୍ଯ୍ୟକାରୀ କରିବାକୁ ଯାଇ ବିମାନବନ୍ଦର, ହୋଟେଲ, ସପିଂ ମଲ ସମେତ ସମସ୍ତ ବ୍ୟବସାୟୀକ ପ୍ରତିଷ୍ଠାନ ମାନଙ୍କୁ ପରାମର୍ଶ ଜାରି କରିଦିଆଯିବ ।