ଏଣିକି ଡିଟିଏଚ ବି ବିକିବ ଡାକବିଭାଗ ! ଉପଭୋକ୍ତାଙ୍କୁ ୨ ହଜାର ଟଙ୍କା ଦେବା ସହ ବର୍ଷକ ପାଇଁ ମାଗଣାରେ ଯୋଗାଇ ଦେବ ସମସ୍ତ ଚ୍ୟାନେଲ, ଜାଣନ୍ତୁ ପୂରା ପ୍ରକ୍ରିୟା

37

ଏଣିକି ଡାକ ବିଭାଗରେ ବି ଟେଲିଭିଜନ ଉପଭୋକ୍ତାଙ୍କୁ ସୁବିଧା ତଥା ସୁଲଭ ମୂଲ୍ୟରେ ଯୋଗାଇ ଦିଆଯିବ ଡିଚିଏଚ ସର୍ଭିସ । ବିଭାଗ ତରଫରୁ ବର୍ତ୍ତମାନ ସମସ୍ତ ଡାକଘରମାନଙ୍କରେ ଡିଟିଏଚ ବୁକିଂ କାଉଂଟର ମଧ୍ୟ ଖୋଲିଦିଆଯାଇଛି । ଏହାଦ୍ୱାରା ଉପଭୋକ୍ତାଙ୍କୁ ପୋଷ୍ଟ ଅଫିସରେ ଡିଟିଏଚ କିଣିବା ପାଇଁ ଅନଲାଇନ ବୁକିଂ କରିବାକୁ ପଡିବ । ତେବେ ବୁକିଂ କରିବାର ମାତ୍ର ୪୫ ଦିନ ଭିତରେ ହିଁ ଉପଭୋକ୍ତାଙ୍କ ଘରେ ଡିଟିଏଚ ସେବା ଯୋଗାଇଦିଆଯିବ ।

କଂପାନୀର ସର୍ତ୍ତ ଅନୁସାରେ, ଡିଟିଏଚ ବ୍ୟବହାର କରିବା ପାଇଁ ଉପଭୋକ୍ତାଙ୍କୁ ଡିଟିଏଚ କିଣିବାରେ ବ୍ୟୟ କରିଥିବା ରାଶିକୁ ଦୁଇ ବର୍ଷ ପରେ ଫେରସ୍ତ କରିଦିଆଯିବ । ଏଥିସହିତ ହିଁ ବର୍ଷକ ପାଇଁ ଉପଭୋକ୍ତାଙ୍କୁ ନିଃଶୁଳ୍କ ସେବା ମଧ୍ୟ ଯୋଗାଇଦିଆଯିବ । ଡାକ ବିଭାଗ ଏବଂ ରିଲାଏନ୍ସ ବିଗ ଟିଭି ଡିଟିଏଚ ସର୍ଭିସ ମଧ୍ୟରେ ପାର୍ଟନରର୍ସିପ ହୋଇଛି । ଏହି ଯୋଜନା ଅନୁସାରେ ଉପଭୋକ୍ତାଙ୍କୁ ଡାକଘରମାନଙ୍କର ୫୦୦ ଟଙ୍କା ଦେଇ ଅନଲାଇନ ବୁକିଂ ତକରିବାକୁ ପଡିବ । ବୁକିଂ କରିବାର ମାତ୍ର ୪୫ ଦିନ ଭିତରେ ହିଁ ଉପଭୋକ୍ତାଙ୍କ ଘରେ ଡିଟିଏଚ କନେକ୍ସନ କରିଦିଆଯିବ । ୧୫୦୦ ଟଙ୍କା ଡିଟିଏଚ କନେକ୍ସନ ହେବା ସମୟରେ ଦେବାକୁ ପଡିବ ।

୫୦୦ରୁ ଅଧିକ ଚ୍ୟାନେଲ

ଉପଭୋକ୍ତା ବର୍ଷକ ପର୍ଯ୍ୟନ୍ତ ସମସ୍ତ ଚ୍ୟାନେଲକୁ ମାଗଣାରେ ଦେଖିପାରିବେ । ବର୍ଷକ ପରେ ଆଗାମୀ ଦୁଇ ବର୍ଷ କାଳ ଉପଭୋକ୍ତାଙ୍କୁ ପ୍ରତିମାସ ୩୦୦ ଟଙ୍କା ରିଚାର୍ଜ କରିବାକୁ ପଡିବ । ଆଗାମୀ ୨ ବର୍ଷ ପର୍ଯ୍ୟନ୍ତ ପ୍ରତିମାସ ୩୦୦ଟଙ୍କା ରିଚାର୍ଜ କରିବା ଉପରେ ଡିଟିଏଚ ପାଇଁ ପେମେଂଟ କରାଯାଇଥିବା ୨ ହଜାର ଟଙ୍କାକୁ ଉପଭୋକ୍ତାଙ୍କୁ ଫେରସ୍ତ କରିଦଆଯିବ । ଉପଭୋକ୍ତା ୫୦୦ରୁ ଅଧିକ ଚ୍ୟାନେଲ ଦେଖିବାର ମଜା ଉଠାଇପାରିବେ । ଡାକଘରମାନଙ୍କରେ ଡିଟିଏଚର ଅନଲାଇନ ବୁକିଂ ଏବେଠାରୁ ଆରମ୍ଭ କରିଦିଆଯାଇଛି ।