ଆପଣଙ୍କ ପକେଟରୁ ଯିବ ମାତ୍ର ୨୦୦ ଟଙ୍କା ଆଉ ବଦଳରେ ମିଳିବ ହଜାର ହଜାର ଟଙ୍କା ! ଜାଣନ୍ତୁ କିପରି

48

ପ୍ରକୃତ ମାମଲାଟି ହେଲା, ପୋଷ୍ଟ ଅଫିସରେ ମାତ୍ର ୨୦୦ ଟଙ୍କାରେ ଏକ ଆକାଉଂଟ ଖୋଲିଲେ ଆପଣଙ୍କୁ ମିଳିବ ବ୍ୟାଙ୍କ ଅପେକ୍ଷା ଅଧିକ ଫାଇଦା । କାରଣ, ଏଠାରେ ଆପଣଙ୍କର ଟଙ୍କା ନିବେଶ ଉପରେ ମିଳିବ ପାଖାପାଖି ୭.୪ ପ୍ରତିଶତ ପର୍ଯ୍ୟନ୍ତ ରିଟର୍ଣ୍ଣ ଆଉ ସେପୁଣି ଏଫଡି ଠାରୁ ଅଧିକ ।

ସୂଚନା ମୁତାବକ, ପୋଷ୍ଟ ଅଫିସର ଏହି ଯୋଜନାରେ ଆପଣଙ୍କୁ ଏଫଡିଠାରୁ ଅଧିକ ତଥା ୭.୪ ପ୍ରତିଶତ ପର୍ଯ୍ୟନ୍ତ ରିଟର୍ଣ୍ଣ ମିଳିପାରେ । କାରଣ, ଅଧିକାଂଶ ବ୍ୟାଙ୍କରେ ୧ରୁ ୨ ବର୍ଷର ଏଫଡି ଉପରେ ମାତ୍ର ୬.୨୫ ରୁ ୭ ପ୍ରତିଶତ ସୁଧ ମିଳିଥାଏ । ମାତ୍ର ଏଥିରେ ଆପଣଙ୍କର ଟଙ୍କା ବ୍ୟାଙ୍କ ଏଫଡିରୁ ଅଧିକ ବେଗରେ ବୃଦ୍ଧି ପାଇବ । ଏହି ଯୋଜନାରେ ଆପଣ ଆପଣଙ୍କର ପୁଂଜିକୁ ୧ ବର୍ଷ, ୨ ବର୍ଷ , ୩ ବର୍ଷ ଏବଂ ୫ ବର୍ଷ ପାଇଁ ନିବେଶ କରିପାରିବେ । ତେବେ ପୋଷ୍ଟ ଅଫିସର ଏହି ଯୋଜନାର ନାଁ ହେଉଛି ଟାଇମ ଡିପୋଜିଟ୍ ସ୍କିମ । ଏଥିରେ ଆପଣ ସର୍ବନିମ୍ନ ୨୦୦ଟଙ୍କାରୁ ହିଁ ଆକାଉଂଟ ଖୋଲିପାରିବେ ଏବଂ ଆପଣଙ୍କର ଭବିଷ୍ୟତକୁ ଅଧିକ ସୁରକ୍ଷିତ କରିପାରିବେ ।

ଏବେ ନଜର ପକାନ୍ତୁ କେତେ ବର୍ଷରେ ମିଳିବ କେତେ ପରିମାଣର ସୁଧ

ପୋଷ୍ଟ ଅଫିସର ଏହି ଯୋଜନାରେ ଟଙ୍କା ନିବେଶ କରିବା ଦ୍ୱାରା ଆପଣଙ୍କୁ ଅନ୍ୟ ବ୍ୟାଙ୍କ ଅପେକ୍ଷା ଅଧିକ ସୁଧ ମିଳିବ । ଯଦି ଆପଣ ବର୍ଷିକିଆ ଆକାଉଂଟ ଖୋଲୁଛନ୍ତି ତେବେ ଏଥିରେ ଆପଣଙ୍କୁ ୬.୬ ପ୍ରତିଶତ ସୁଧ ମିଳିବ । ସେହିପରି ୨ ବର୍ଷ ପାଇଁ ହେଲେ ୬.୭ ପ୍ରତିଶତ ମିଳିବ । ୩ବର୍ଷରେ ୬.୯ ପ୍ରତିଶତ ଏବଂ ୫ବର୍ଷରେ ୭.୪ ପ୍ରତିଶତ ସୁଧ ବାବଦକୁ ମିଳିବ । ତେବେ ପୋଷ୍ଟ ଅଫିସର ଏହି ଯୋଜନାରେ ୫ବର୍ଷ ପାଇଁ କରିଥିବା ନିବେଶ ଟ୍ୟାକ୍ସ ବେନିଫିଟ ପାଇଁ ଇଲିଜିବୁଲ ହୋଇଥାଏ ଏବଂ ଇନକମ ଟାକ୍ସ ଆକ୍ଟ ୧୯୬୧ର ଧାରା ୮୦ ସି ଆଧାରରେ ରିହାତି ମଧ୍ୟ ମିଳିଥାଏ । ଏହା ଏକ ସରକାରୀ ଗଭର୍ଣ୍ଣମେଂଟ ଡିପୋଜିଟ୍ ହେବା କାରଣରୁ ଏଥିରେ ଆପଣଙ୍କର ଟଙ୍କା ବୁଡିବାର କୌଣସି ସମ୍ଭାବନା ନାହିଁ । ଏହାଛଡା, ଏଥିରେ ଆପଣ ଲୋନ ମଧ୍ୟ ନେଇପାରିବେ । ପୋଷ୍ଟ ଅଫିସର ଏହି ଟାଇମ ଡିପୋଜିଟ୍ ସ୍କିମରେ ୨ ଜଣ ମିଶି ଜଏଂଟ ଆକାଉଂଟ ମଧ୍ୟ ଖୋଲି ପାରିବେ । ଆକାଉଂଟକୁ ଆପଣ ଉଭୟ କ୍ୟାସ୍ କିମ୍ବା ଚେକ୍ ଦେଇ ବି ଖୋଲି ପାରିବେ ।