ମାତ୍ର ୧୦୦ ଟଙ୍କା ଦେଇ ପୋଷ୍ଟ ଅଫିସରେ ଖୋଲନ୍ତୁ ଖାତା । ବ୍ୟାଙ୍କଠାରୁ ଅଧିକ ସୁଧ ସହ ମିଳିବ ଡୋର ଷ୍ଟେପ ବ୍ୟାଙ୍କିଂ ଭଳି ସୁବିଧା

9

କିଛିଦିନ ତଳେ ହିଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଶୁଭାରମ୍ଭ ହୋଇଛି ପୋଷ୍ଟ ପେମେଂଟ୍ସ ବ୍ୟାଙ୍କ । ତେବେ ମୋଦିଙ୍କ ଦ୍ୱାରା ଏହି ସୁବିଧା ଲଂଚ ହୋଇସାରିଛି ସତ ହେଲେ ଏବେବି ଏହାକୁ ନେଇ ଲୋକମାନଙ୍କ ମନରେ ଅନେକ ପ୍ରଶ୍ନ ବସାବାନ୍ଧି ରହିଛି । ଯାହା ସଂପର୍କରେ ଆଜି ଆମେ ନିମ୍ନରେ ଅତି ସକ୍ଷେପରେ ଆଲୋଚନା କରିଛୁ ।

ଯଦି ଆପଣ ପୋଷ୍ଟ ଅଫିସରେ ସଂଚୟ ଖାତା ଖୋଲିବାକୁ ଚାହୁଁଛନ୍ତି ତେବେ ଆପଣଙ୍କ ପାଖାରେ ଏଥିପାଇଁ ତିନୋଟି ବିକଳ୍ପ ରହିଛି । ପୋଷ୍ଟ ଅଫିସରର ଏହି ତିନି ପ୍ରକାରର ଖାତାରେ ଆପଣଙ୍କୁ କୌଣସି ବି ପ୍ରକାରର ମିନିମମ ବାଲାନ୍ସ ରଖିବାକୁ ପଡିବ ନାହିଁ । ତେବେ ଆସନ୍ତୁ ଜାଣିବା ପୋଷ୍ଟ ଅଫିସର ଏହି ଖାତା ଜରିଆରେ ମିଳିବାକୁ ଥିବା ସେହି ବିଶେଷ ସେବା ସଂପର୍କରେ । ଏହି ତିନୋଟି ଖାତାରେ ଆପଣଙ୍କୁ ସରକାରୀ ବ୍ୟାଙ୍କ ତୁଳନାରେ ଅଧିକ ସୁଧ ମିଳିବ ।ଯାହାକି ସାଢେ ୫ ପ୍ରତିଶତ ହେବ । ଏହି ତିନି ପ୍ରକାରର ଖାତାରେ ରେଗୁଲାର ସେଭିଂ ଆକାଉଟଂ ଏବଂ ଦୁଇ ପ୍ରକାରର ବେସିକ ସେଭିଂ ଡିପୋଜିଟ ଆକାଉଂଟଟ ବି ରହିଛି । ଯାହା ସଂପର୍କରେ ଆମେ ନିମ୍ନରେ ଆଲୋଚନା କରିଛୁ ।

ସଫଳ ଖାତା:ଯଦି ଆପଣଙ୍କ ବୟସ ୧୦ ବର୍ଷ କିମ୍ବା ଏହାଠୁ ଅଧିକ, ତେବେ ଆପଣ ମାତ୍ର ୧୦୦ ଟଙ୍କା ଜମା କରି ଏହି ଖାତା ଖୋଲିପାରିବେ । ଏଥିସହିତ ହିଁ ଆପଣଙ୍କୁ ମାଗଣା ଏଟିଏମ-ଡେବିଟ୍ କାର୍ଡ ମିଳିବ । ଏଥିରେ ଆପଣ ୧ ଲକ୍ଷ ଟଙ୍କାରୁ ଅଧିକ ବାଲାନ୍ସ ରଖିପାରିବେ ନାହିଁ ।

ସୁଗମ ଖାତା: ଏହି ଖାତାକୁ ବି ୧୦ ବର୍ଷରୁ ଅଧିକ ବୟସର କୌଣସି ବି ବ୍ୟକ୍ତି ଖୋଲି ପାରିବେ । ତେବେ ଏଥିରେ ଆରମ୍ଭ ପାଇଁ ଖାତା ଖୋଲିବା ସମୟରେ କିଛି ଟଙ୍କା ଜମା କରିବାକୁ ହେବ । ଏଥିରେ ବି ମିନିମମ ବାଲାନ୍ସ ରଖିବାକୁ ନେଇ କୌଣସି ସର୍ତ ରଖାଯାଇନି । ଏଥିରେ ବି ଆପଣ ସର୍ବାଧିକ ବାଲାନ୍ସ ୧ ଲକ୍ଷ ଟଙ୍କା ରଖିପାରିବେ । ଡେବିଟ୍ କାର୍ଡ ମାଗଣାରେ ମିଳିବ ।

ସରଳ ଖାତା: ୧୦ ବର୍ଷ କିମ୍ବା ଏହାଠୁ ଅଧିକ ବ୍ୟକ୍ତି ସାମାନ୍ୟ କେୱାଇସି ଡିଟେଲ ସହିତ ଏହି ଖାତା ଖୋଲି ପାରିବେ । ଏଥିରେ ସର୍ବନିମ୍ନ ବାଲାନ୍ସ ରଖିବାକୁ କୌଣସି ସର୍ତ ରଖାଯାଇନାହିଁ । ହେଲେ ଏଥିରେ ଆପଣ ୫୦ ହଜାର ରୁ ଅଧିକ ଟଙ୍କା ବାଲାନ୍ସ ରଖିପାରିବେ ନାହିଁ । ଏଥିହସିତ ହିଁ ଆପଣଙ୍କୁ ମାଗଣାରେ ଏଡିଏମ କାର୍ଡ ଉପଲବ୍ଧି କରିଦିଆଯିବ ।

ଅନଲିମିଟେଡ ଫ୍ରି ଏଟିଏମ ଟ୍ରାନଜାକସନ

ଯଦି ଆପଣ ଇଣ୍ଡିଆ ପୋଷ୍ଟ ଏଟିଏମ କିମ୍ବା ପିଏନବି ବ୍ୟାଙ୍କର ଏଟିଏମରୁ ଟଙ୍କା କାରବାର କରୁଛନ୍ତି ତେବେ ମାସକୁ ସମସ୍ତ ଦେଣନେଣ ଚାର୍ଜ ଫ୍ରି ହେବ । ମେଟ୍ରୋ ସହରଗୁଡିକରେ ଆପଣ ଅନ୍ୟ ବ୍ୟାଙ୍କର ଏଟିଏମରୁ ୩ଟି ଟ୍ରାନଜାକସନ ମାଗଣାରେ କରିପାରିବେ ଏବଂ ନନ ମେଟ୍ରୋ ସହରଗୁଡିକରେ ୫ ଦେଣନେଣ ମାଗଣାରେ କରିପାରିବେ । ତେବେ ଏହି ତିନୋଟି ଶ୍ରେଣୀରେ ଯଦି ଆପଣ ଖାତା ଖୋଲନ୍ତି ତେବେ ଆପଣଙ୍କୁ ଡୋର ଷ୍ଟେପ ବ୍ୟାଙ୍କିର ସୁବିଧା ମଧ୍ୟ ମିଳିବ । ହେଲେ ଏଥିପାଇଁ ଆପଣଙ୍କୁ ୧୫ରୁ ୩୫ ଟଙ୍କା ଚାର୍ଜ ଦେବାକୁ ପଡିବ ।

Comments are closed.