ବ୍ୟବସାୟୀ ଏବଂ ଘରୋଇ ସଂସ୍ଥାରେ କାମ କରୁଥିବା ବ୍ୟକ୍ତି ବି ପାଇବେ ପେନସନ । ମୋଦି ସରକାରଙ୍କ ନୂଆ ଯୋଜନା । ଜାଣନ୍ତୁ କିଭଳି ଉଠାଇବେ ଲାଭ

381

ଆପଣଙ୍କୁ ଜଣା ଥିବ କି, ସରକାରୀ ଚାକିରି ଦ୍ୱାରା ଅନେକ ଫାଇଦା ମିଳିଥାଏ । ଏଥି ମଧ୍ୟରୁ ଗୋଟିଏ ହେଲା ରିଟାୟରମେଂଟ ପରେ ମିଳୁଥିବା ପେନସନ । ଯାହାଦ୍ୱାରା ଚାକିରି ଯିବା ପରେ ବି ଟଙ୍କାକୁ ନେଇ କୌଣସି ଟେନସନ ରହିନଥାଏ । ସେହିପରି ଘରୋଇ ସଂସ୍ଥାରେ କାମ କରୁଥିବା ଲୋକଙ୍କୁ ଲାଗିଥାଏ କି, ସେମାନଙ୍କୁ ବି ଯଦି କେଉଁଠି ଖଣ୍ଡିଏ ସରକାରୀ ଚାକିରି ମିଳିଯାଏ ତେବେ ଜୀବନଟା ପୂରା ଆନନ୍ଦମୟ ହୋଇଯିବ । ତେବେ ବର୍ତ୍ତମାନ ଆପଣଙ୍କର ଏହି ସ୍ୱପ୍ନ ପୁରଣ ହୋଇପାରେ । ଯଦି ଆପଣ କୌଣସି ଘରୋଇ ସଂସ୍ଥାରେ ଚାକିରି କରିଛନ୍ତି ତେବେ ଆପଣଙ୍କୁ ବି ୬୦ ବର୍ଷ ବୟସ ପରେ ପେନସନ ମିଳିପାରିବ । କିପରି ଆସନ୍ତୁ ଜାଣିବା …

ଏଠାରେ ଆମେ କହି ରଖୁଛୁ କି, କେନ୍ଦ୍ର ସରକାର ଆପଣଙ୍କ ପାଇଁ ନ୍ୟୁ ପେନସନ ସିଷ୍ଟମ ସ୍କିମ ତଥା ଏନପିଏଏସ ଜରିଆରେ ମନ୍ଥଲି ପେନସନ ସୁନିଶ୍ଚିତ କରିପାରିବେ । ଯାହାଦ୍ୱାରା କୌଣସି ବି ବ୍ୟକ୍ତି ଚାହିଁଲେ ତେବେ ସେ କୌଣସି ଘରୋଇ ସଂସ୍ଥାରେ ଚାକିରି କରିଥାନ୍ତୁ କିମ୍ବା ଅନ୍ୟ କୌଣସି ବ୍ୟବସାୟ କରିଥାଆନ୍ତୁ ନା କାହିଁକି  । ଏହି ନ୍ୟୁ ପେନସନ ସିଷ୍ଟମରେ ଆକାଉଁଟ ଖୋଲି ୬୦ ବର୍ଷ ପରେ ପେନସନ ପାଇପାରିବେ ।

କଣ ରହିଛି ସର୍ତ୍ତ

ବୟସ- ୩୦ ବର୍ଷ

ନିବେଶ କରିବାର ଅବଧି- ୩୦ ବର୍ଷ

ମନ୍ଥଲି କନଟ୍ରିବ୍ୟୁସନ-୫,୦୦୦ଟଙ୍କା

ନିବେଶ ଉପରେ ଆନୁମାନିକ ରିଟର୍ଣ୍ଣ- ୧୦ ପ୍ରତିଶତ

ମୋଟ୍ ପେନସନ ଫଣ୍ଡ-୧,୧୩,୯୬,୬୨୭ ଟଙ୍କା

ଏନ୍ୟୁଟି ପ୍ଲାନ କିଣିବା ପାଇଁ ରକମ-୬.୩୭,୭୭୭ଟଙ୍କା

ଆନୁମାନିକ ଏନ୍ୟୁଟି ରେଟ୍-୮ପ୍ରତିଶତ

ମନ୍ଥଲି ପେନସନ-୪୫,୫୫୭ ଟଙ୍କା

ମାଚ୍ୟୁରିଟି ଉପରେ ଉଠାଇ ପାରିବେ- ୪୫,୫୮,୬୫୦ ଟଙ୍କା

ଏହି ପେନସନ ୪୫,୦୦୦ଟଙ୍କା ପ୍ରତି ମାସ ମିଳିବ । ଯଦି ଆପଣଙ୍କର ବୟସ ୩୦ ବର୍ଷ ହୋଇଥିବ ଏବଂ ପ୍ରତି ମାସ ଆପଣ  ୫ ହଜାର ଟଙ୍କା ଏନପିଏସରେ ଜମା କରୁଥିବେ ତେବେ ଆପଣଙ୍କୁ ୬୦ ବର୍ଷ ବୟସରେ ଅର୍ଥାତ୍ ମାଚ୍ୟୁରିଟି ଉପରେ ୪୫ ଲକ୍ଷ ଟଙ୍କା ମିଳିବ ।

ଏହାଛଡା ଆପଣଙ୍କୁ ପ୍ରତି ମାସ ୪୫,୫୫୭ ଟଙ୍କା ପେନସନ ମିଳିବ ଏବଂ ଯଦି ଆପଣ ଚାହିଁବେ ତ । ଅଧିକ ପେନସନ ବି ବଢାଇପାରିବେ । ନିଜର ଆବଶ୍ୟକତା ଅନୁସାରେ ମନ୍ଥଲି କଂଟ୍ରିବ୍ୟୁଟର ମଧ୍ୟ ବଢାଇପାରିବେ । ଯଦି ଆପଣ ବର୍ଷକ ମଧ୍ୟରେ ୧.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଏନପିଏସରେ ଜମା କରି ଦିଅନ୍ତି ତେବେ ଏହା ଉପରେ ଆପଣଙ୍କୁ ଆଉ ଟ୍ୟାକ୍ସ ଦେବାକୁ ପଡିବ ନାହିଁ ।