ବାହାରେ ଖାଉଛନ୍ତି କି ? ତେବେ ଜାଣି ରଖନ୍ତୁ କିଛି ଗୁରୁତ୍ୱପୂର୍ଣ୍ଣ କଥା, ନଚେତ୍ ଦେବାକୁ ପଡିପାରେ ଅଧିକ ଟଙ୍କା

37

ଯଦି ଆପଣ ଅଧିକାଂଶ ସମୟରେ ବାହାରେ ତଥା ହୋଟେଲ କିମ୍ବା ରେଷ୍ଟୁରାଂଟରେ ଖାଉଛନ୍ତି ତେବେ ଏହା ଆପଣଙ୍କୁ ଅସୁବିଧାରେ ପକାଇ ପାରେ । କାରଣ ସାଧାରଣ ବଜେଟ୍ ଉପସ୍ଥାପନା ହେବା ପରେ ପରେ ସରକାର ଅନେକ ନିତି ନିୟମରେ ପରିବର୍ତ୍ତନ ଆଣିଛନ୍ତି, ଯାହା ଆପଣଙ୍କ ପାଇଁ ସମସ୍ୟା ସୃଷ୍ଟି କରିପାରେ । ଚଳିତ ବର୍ଷ ସାଧାରଣ ବଜେଟରେ ସରକାରଙ୍କ ତରଫରୁ ଅନେକ କଙ୍କାକଣା ଜାରି କରାଯାଇଛି । ଯାହା ସଂପର୍କରେ ଆମେ ତଳେ ବିସ୍ତାର ରୂପେ ଆଲୋଚନା କରିଛୁ ।

ସରକାରଙ୍କ ନିଷ୍ପତି ପରେ ସାଧାରଣ ଖାଦ୍ୟ ପଦାର୍ଥଗୁଡିକ ୫ ପ୍ରତିଶତ ପର୍ଯ୍ୟନ୍ତ ମହଙ୍ଗା ହୋଇପାରେ । ସେହିପରି ଜାପାନୀ ଏବଂ ଥାଇ ଭଳି ଫୁଡ ସାମଗ୍ରୀ ଅଧିକ ମହଙ୍ଗା ହୋଇପାରେ । ହୋଟେଲ ଏବଂ ରେଷ୍ଟୁରାଂଟ ମାଲିକଙ୍କ କହିବା ଅନୁସାରେ, ଜାପାନୀ ଏବଂ ଥାଇ ଫୁଡର ପାଖାପାଖି ୩୫ ପ୍ରତିଶତ ଜିନିଷ ବିଦେଶରୁ ଆସିଥାଏ । ଅନ୍ୟାନ୍ୟ ଖାଦ୍ୟ ସହ ଜଡିତ ଅନେକ ଜିନିଷ ମଧ୍ୟ ବାହାରୁ ଅଣାଯାଇଥାଏ । ସାଧାରଣ ବଜେଟରେ ସରକାର କଷ୍ଟମ ଡ୍ୟୁଟି ବଢାଇବାକୁ ଘୋଷଣା କରିଛନ୍ତି । ଆଉ ଏହି କାରଣରୁ ହିଁ ଆପଣଙ୍କ ପାଇଁ ବାହାର ଖାଦ୍ୟ ୫ ପ୍ରତିଶତ ପର୍ଯ୍ୟନ୍ତ ମହଙ୍ଗା ହୋଇପାରେ ।

ଏହାବ୍ୟତୀତ କିଛି ଖାଦ୍ୟ ପ୍ରିପାରେସନ ଉପରେ ଲାଗିବାକୁ ଯାଇଥିବା ଡ୍ୟୁଟିକୁ ମଧ୍ୟ ୫୦ ପ୍ରତିଶତ କରିଦିଆଯାଇଛି । ପୂର୍ବରୁ ଏହା ୩୦ ପ୍ରତିଶତ ରହିଥିଲା । କୁହାଯାଏ କି, କଷ୍ଟମ ଡ୍ୟୁଟି ବୃଦ୍ଧି ପାଇବା ପରେ ରେଷ୍ଟୁରାଂଟ ମାଲିକ ଏହାକୁ ଗ୍ରାହକଙ୍କ ଉପରେ ଲଦି ଦେଇପାରନ୍ତି । ଅର୍ଥାତ୍ ରେଷ୍ଟୁରାଂଟରେ ଖାଉଥିବା ଲୋକଙ୍କୁ ଏଥିପାଇଁ ଅଧିକ ଟଙ୍କା ଦେବାକୁ ପଡିପାରେ ।