କଣ୍ଢେଇ ଆଖିରେ ଲୁହ ! ସାମ୍ନାକୁ ଆସିଲା ପେରୁରେ ଥିବା ଏକ ପରିବାରର ଲୋମଟାଙ୍କୁରା କାହାଣୀ

123

ପେରୁର ଏଲ କାଲାଓ ନାମକ ଅଂଚଳରେ ବାସ କରୁଥିବା ନୁନେଜ ନାମକ ପରିବାର ଦୀର୍ଘଦିନ ହେଲା ଏକ ଭୟାନକ ଶକ୍ତିର ଶିକାର ହୋଇଛନ୍ତି । ପରିବାର ଲୋକମାନେ ବିଳମ୍ବିତ ରାତିରେ ଏକ ଅଜବ ଧରଣର ଶଦ୍ଦ ଓ ଆଲୋକ ଦେଖିବାକୁ ପାଉଛନ୍ତି ବୋଲି ଦାବି କରିଛନ୍ତିା ଖାଲି ସେତିକି ନୁହେଁ ବିନା କୌଣସି କାରଣ ନଥାଇ ଘରର ପିଲାମାନଙ୍କ ଶରୀରରେ ଆକସ୍ମିକ ଧରଣର କ୍ଷତ ଚିହ୍ନମାନ ଦେଖିବାକୁ ମିଳୁଛି ବୋଲି ସେମାନେ ଦାବି କରିଛନ୍ତି । ତେବେ ଏହା ପଛର କାରଣ ସଂପର୍କରେ ଜାଣିଲେ ଆପଣଙ୍କୁ ମଧ୍ୟ ବିଶ୍ୱାସ ହେବ ନାହିଁ ।

ସୂଚନା ମୁତାବକ, ପରିବାର ଲୋକଙ୍କ କହିବା କଥା ହେଲା, ପ୍ରତିଦିନ ବିଳମ୍ବିତ ରାତିରେ ତାଙ୍କ ଘର ଭିତରୁ କୌଣସି ମହିଳାଙ୍କର ଚିତ୍କାର ତଥା କାନ୍ଦିବାର ଶଦ୍ଦ ସେମାନେ ଶୁଣିବାକୁ ପାଉଛନ୍ତି । ଏଥିସହ କେହି ଜଣେ ତାଙ୍କ କବାଟ ବାଡେଇବାର ଶଦ୍ଦ ମଧ୍ୟ ସେ ଅନୁଭବ କରୁଛନ୍ତି । ଖାଲି ସେତିକି ନୁହେଁ ଘରର ଏକ ନିର୍ଦ୍ଦିଷ୍ଟ କୋଣରେ ଏକ ଛାୟା ମଧ୍ୟ ଦେଖିବାକୁ ପାଉଛନ୍ତି ବୋଲି ଦାବି କରିଛନ୍ତି ନୁନେଜ ପରିବାର ।

ତେବେ ପରିବାର ଏକମାତ୍ର ଝିଅ ଆଞ୍ଜି କୁହନ୍ତି କି, ଏହି ଘଟଣାଟି ଆରମ୍ଭ ହୋଇଥିଲା ଯେଉଁଦିନ ତାଙ୍କ ମାଆ ତାଙ୍କ ପାଇଁ ବଜାରରୁ ଏକ କଣ୍ଢେଇ ଆଣି ଦେଇଥିଲେ । ଆଉ ଯେବେଠାରୁ ଏହି କଣ୍ଢେଇଟି ତାଙ୍କ ଘରକୁ ଆସିଛି ସେହିଦିନଠାରୁ ହିଁ ଘରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି । ସେମାନେ ଦାବି କରିଛନ୍ତି ସେହି କଣ୍ଢେଇଟି ମଧ୍ୟରେ ଏକ ନକରାତ୍ମକ ଶକ୍ତିର ବାସ ରହିଛି ।

କଣ୍ଢେଇଟିକୁ ସେମାନେ ରାତିରେ ଗୋଟିଏ ନିର୍ଦ୍ଦିଷ୍ଟ ସ୍ଥାନରେ ରଖିଥିବାବେଳେ ପରଦିନ ସକାଳେ ତାକୁ ଅନ୍ୟ ସ୍ଥାନରେ ବସିଥିବାର ଦେଖିବାକୁ ପାଆନ୍ତି ବୋଲି ନୁନେଜ ପରିବାରଲୋକେ ଦାବି କରିଛନ୍ତି । ଏଥିପାଇଁ ସେମାନେ ଜଣେ ତାନ୍ତ୍ରିକଙ୍କୁ ଡାକି ଥିଲେ ଏବଂ ତାନ୍ତ୍ରିକ ଜଣଙ୍କ ତାଙ୍କ ଘର ବୁଲି ଦେଖିବା ପରେ ସ୍ପଷ୍ଟ କରିଥିଲେ କି, ତାଙ୍କ ଘରେ ଜଣେ ଅତୃପ୍ତ ଆତ୍ମାର ପ୍ରେତ ବାସ କରୁଛି । ଯାହା କିଛି ବର୍ଷ ପୂର୍ବେ ଆତ୍ମହତ୍ୟା କରି ମୃତ୍ୟୁବରଣ କରିଥିଲା । ତେବେ ବର୍ତ୍ତମାନ ତାନ୍ତ୍ରିକ ଜଣଙ୍କ ଘରର ସୁଦ୍ଧି କରିଛନ୍ତି ।