ଏଣିକି କ୍ୟାସ୍ ନାହିଁ କହି ଖସି ପାରିବେନି କେହି । ଟ୍ରାଫିକ୍ ବ୍ୟବସ୍ଥାରେ ସାମିଲ୍ ହେବ କ୍ୟାସଲେସ୍ ବ୍ୟବସ୍ଥା । ଇ-ଚାଲାଣ ପ୍ରକ୍ରିୟାରେ ଜରିମାନା ଦେବେ ନିୟମ ଉଲ୍ଲଂଘନକାରୀ

29

ଟ୍ରାଫିକ୍ ନିୟମ ଉଲ୍ଲଂଘନକାରୀ ଏବେ ଜରିମାନା ଦେବାକୁ ବାଧ୍ୟ । ପାଖରେ ନଗଦ ଟଙ୍କା ନାହିଁ ବୋଲି କହି ଖସି ପଳାଉଥିବା ବ୍ୟକ୍ତି ବିଶେଷଙ୍କୁ ଆଉ ଛାଡିବେ ନାହିଁ ପୁଲିସ୍ । ଏଭଳି ବ୍ୟକ୍ତିମାନଙ୍କର କୌଣସି ବି ପ୍ରକରାର ବାହାନା ଆଉ ପୁଲିସ ପାଖରେ ଚଳିବ ନାହିଁ । କାରଣ ଏବେ ଟ୍ରାଫିକ୍ ଜରିମାନା ଭରିବାରେ ବି ସାମିଲ ହେବ କ୍ୟାସଲେସ୍ କାରବାର । ଦେଶରେ କିଛିଟା ସହରରେ ଏବେ କ୍ୟାସଲେସ ପ୍ରଣାଳୀ ଜରିଆରେ ପିଓଏସ ତଥା ସ୍ୱାଇପ ମେସିନ ବ୍ୟବହାର କରି ଚାଲାଣ କଟାଯାଉଛି ।

ତେବେ ମେସିନ ଜରିଆରେ ପରିବହନ ନିୟମ ଉଲ୍ଲଂଘନକାରୀଙ୍କଠାରୁ ଜରିମାନା ଆଦାୟ କରାଯିବା ସହଜ ହୋଇଯିବ । ସୂଚନା ମୁତାବକ, ନିକଟରେ ଗୌତମବୁଦ୍ଧ ନଗରରେ ଏହି ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଇଛି । ଗତକାଲି ଏସଏସପି ଡା.ଅଜୟ ପାଲ ଶର୍ମା ଡେବିଟ୍, କ୍ରେଡିଟ କାର୍ଡ ଜରିାରେ ସ୍ୱାଇପ ମେସିନରୁ ଜରିମାନା ଭରିବା ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ସେ କହିଛନ୍ତି କି, ଇ-ଚାଲାଣ ପ୍ରକ୍ରିୟା ପୂର୍ବରୁ ହିଁ ଆରମ୍ଭ ହୋଇସାରିଛି । ବର୍ତ୍ତମାନ ପାଖାପାଖି ୫୬ ଟ୍ରାଫିକ୍ ପୁଲିସକର୍ମୀ ମୋବାଇଲ ଆପ ଜରିଆରେ ଗାଡିଗୁଡିକର ଚାଲାଣ କାଟୁଛନ୍ତି ।

ମଇ ମାସରୁ ହିଁ ମୋବାଇଲ ଆପରୁ ପାଖାପାଖି ୩୦ ହଜାର ଚାଲାଣ କଟାଯାଇସାରିଛି । ତେବେ ଡିଜିଟାଲାଇଜେସନ ପ୍ରତି ଅଧିକ ପ୍ରାଥମିକତା ଦେବା ଉଦ୍ଦେଶ୍ୟରେ ଏଣିକି କ୍ୟାସଲେସ ଜରିମାନା ପେମେଂଟ କରିବାର ବ୍ୟବସ୍ଥା କରାଯାଇଛି ବୋଲି ଏସଏସପି ସୂଚନା ଦେଇଛନ୍ତି ।