କୌଣସି ବି ବ୍ୟାଙ୍କ ଅଧିକାରୀଙ୍କ ବିରୋଧରେ କରିବାକୁ ଚାହୁଁଛନ୍ତି କି ଅଭିଯୋଗ ? ତେବେ ଫୋନ ଉଠାନ୍ତୁ ଆଉ ଡାଏଲ କରନ୍ତୁ ଏହି ନମ୍ବର

50

ପଂଜାବ ନ୍ୟାସନାଲ ବ୍ୟାଙ୍କରେ ହୋଇଥିବା ମହାଘୋଟାଲା ପରେ ଲୋକେ ଏବେ ବ୍ୟାଙ୍କରେ ନିଜର ଜମା ରଖିଥିବା ଟଙ୍କାକୁ ସୁରକ୍ଷିତ ମଣୁନାହାଁନ୍ତି । ତେବେ ଲୋକଙ୍କର ଏଭଳି ଚିନ୍ତାଧାରା ରହିବା ମଧ୍ୟ ସ୍ୱଭାବିକ, କାରଣ ଦେଶରେ ହୋଇଥିବା ବ୍ୟାଙ୍କଜନିତ ଘୋଟାଲାରେ ସଂପୃକ୍ତ ଥିବା ବ୍ୟକ୍ତି ଅଧିକାଂଶ ବ୍ୟାଙ୍କର କର୍ମଚାରୀ ତଥା ଅଧିକାରୀ ହିଁ ଅଟନ୍ତି । ଏଭଳି ପରିସ୍ଥିତିରେ ସାଧାରଣ ଜନତାଙ୍କ ମଧ୍ୟରେ ପ୍ରଶ୍ନ ଉଠିବନି ତ ଆଉ କଣ ଉଠିବ । ଯଦିଓ ପ୍ରତ୍ୟେକ ବ୍ୟାଙ୍କ ନିଜ ସ୍ତରରେ କିଛି ଏଭଳି ସୁବିଧା ଯୋଗାଇ ମଧ୍ୟ ଥାନ୍ତି କି, ଯେଉଁଥିରେ ଯଦି କୌଣସି ଗ୍ରାହକ ବ୍ୟାଙ୍କର ସେବାରେ ସନ୍ତୁଷ୍ଟ ନୁହଁନ୍ତି କିମ୍ବା ବ୍ୟାଙ୍କ କର୍ମଚାରୀ କୌଣସି ଗ୍ରାହକଙ୍କୁ ସେବା ସଠିକ୍ ଢଙ୍ଗରେ ଦେଇପାରୁନାହାଁନ୍ତି ତେବେ ତାଙ୍କ ବିରୋଧରେ ଅଭିଯୋଗ କରପାରିବେ । ତେବେ ଗ୍ରାହକମାନଙ୍କର ଅଭିଯୋଗଗୁଡିକର ନିବାରଣ କରିବା ପାଇଁ ପାଖାପାଖି ପ୍ରତ୍ୟେକ ବ୍ୟାଙ୍କରେ ଗୋଟିଏ ଲେଖାଏଁ Grivens Rideresl Forum ରହିଥାଏ । ଏହାଛଡା Apilet authorities ମଧ୍ୟ ଏଭଳି ମାମଲାର ସମାଧାନର ବାଟ ବାହାର କରିଥାନ୍ତି ।

ଆପଣ ଯେକୌଣସି ବି ବ୍ୟାଙ୍କର ଗ୍ରାହକ ହୋଇଥାଆନ୍ତୁ ନା କାହିଁକି, ଆପଣ ଖାଲି ସେହି ବ୍ୟାଙ୍କର Apilet authorities ନମ୍ବର ନୋଟ୍ କରିନିଅନ୍ତୁ । ତେବେ କିଛି ବ୍ୟାଙ୍କ ଏଭଳି ବି ରହିଛି ଯେଉଁଥିରେ ଗ୍ରାହକ ଅନଲାଇନ ଜରିଆରେ ବି ନିଜର ଅଭିଯୋଗ ଜଣାଇପାରିବେ । ତେବେ ଆଜି ଆମେ ଆପଣଙ୍କୁ ବେଳି ୫ଟି ବଡ ପ୍ରମୁଖ ବ୍ୟାଙ୍କଗୁଡିକର ଅଭିଯୋଗ ନିବାରଣକୁ ନେଇ କରାଯାଇଥିବା ବ୍ୟବସ୍ଥା ସଂପର୍କରେ ଜଣାଇବାକୁ ଯାଉଛୁ ।

ଭାରତୀୟ ଷ୍ଟେଟ ବ୍ୟାଙ୍କ

ଭାରତୀୟ ଷ୍ଟେଟ ବ୍ୟାଙ୍କ ନିୟାନୁସାରେ, ଯଦି ଆପଣଙ୍କ ବ୍ୟାଙ୍କର କୌଣସି ବି ଶାଖାକୁ ନେଇ ଅଭିଯୋଗ ରହିଛି କିମ୍ବା ଶାଖା କର୍ମଚାରୀଙ୍କ ବିରୋଧରେ କୌଣସି ଅଭିଯୋଗ ରହିଛି, ତେବେ ଏହା ବାବଦରେ ଆପଣ ବ୍ୟାଙ୍କ ମ୍ୟାନେଜରଙ୍କୁ ଜଣାଇପାରିବେ । ଏଥିପାଇଁ ଆପଣ ୧୮୦୦-୪୨୫-୩୮୦୦/୧-୮୦୦-୧୧-୨୨-୧୧ ଟୋଲ ଫ୍ରି ନମ୍ବରରେ ମଧ୍ୟ କଲ କରିପାରିବେ ।

ଏସଏମଏସ ଜରିଆରେ ଅଭିଯୋଗ କରିବା : ଏହା ବ୍ୟତୀତ ଏସବିଆଇ ଏସଏମଏସ ଜରିଆରେ ଅଭିଯୋଗ କରିବା ପାଇଁ ମଧ୍ୟ ସୁବିଧା ରଖିଛି । ତେବେ ଆପଣ ‘UNHAPPY’ ରେ ୮୦୦୮୨୦୨୦୨୦ରେ ଏସଏମଏସ କରିପାରିବେ ।

୧୦ ଭିତରେ ସମାଧନ ନ ହେଲା : ଯଦି ଆପଣଙ୍କ ଅଭିଯୋଗ ୧୦ ଦିନ ମଧ୍ୟରେ ସମାଧାନ ନ ହୁଏ, ତେବେ ଆପଣ ନେଟବର୍କ ନୋଡାଲ ଅଫିସରଙ୍କୁ ମଧ୍ୟ ନିଜର ଅଭିଯୋଗ ଜଣାଇପାରିବେ । ଏହା ଛଡା ଆପଣଙ୍କ ଆଖପାଖରେ ଥିବା ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଚେୟାରମ୍ୟାନଙ୍କୁ ମଧ୍ୟ ଅଭିଯୋଗ କରିବାର ଅଧିକାର ରହିଛି ।

ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ

ନିକଟରେ ଦୁର୍ନୀତିରେ ଶିକାର ହୋଇଥିବା ସବୁଠାରୁ ବଡ଼ ବ୍ୟାଙ୍କ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ମଧ୍ୟ ଆପଣଙ୍କୁ ଏହି ସୁବିଧା ମିଳିବ । ପିଏନବି ମଧ୍ୟ ଅଭିଯୋଗର ସମାଧନ ପାଇଁ ଏକ ବ୍ୟବସ୍ଥା ଉପଲବ୍ଧ କରିଛି । ଅଭିଯୋଗ କରିବା ପାଇଁ ଆପଣ ବ୍ୟାଙ୍କର କଷ୍ଟମର କେୟାର ସହ ସଂର୍ପକ କରି ତାଙ୍କୁ ପ୍ରଥମେ ଏହି ବିଷୟରେ ଜଣାଇବାକୁ ପବଡିବ ।

ପିଏନବି ବ୍ୟାଙ୍କର Apilet authorities: ଯଦି ଆପଣ କଷ୍ଟମର କେୟାରଙ୍କ ସହ ସଂପର୍କ କରିବା ପରେ ମଧ୍ୟ ଆପଣଙ୍କ ଅଭିଯୋଗର ସମାଧାନ ନ ହୁଏ, ତେବେ ଆପଣ ବ୍ୟାଙ୍କର Apilet authorities ଙ୍କ ସହ ସଂପର୍କ କରିପାରିବେ । ଦେଶର ସମସ୍ତ ସହର ଅନୁସାରେ, ପିଏନବି Apilet authorities ଙ୍କ ସଂର୍ପକରେ ସମସ୍ତ ବିବରଣୀ ଦେବ । ଏହାକୁ ଆପଣ ପିଏନବିର ୱେବସାଇଟରେ ଅତି ସହଜରେ ପାଇ ପାରିବେ ।

ଆଇସିଆଇସିଆଇ ବ୍ୟାଙ୍କ

ଆପଣ ଆଇସିଆଇସିଆଇ ବ୍ୟାଙ୍କରେ ଅନଲାଇନ ଅଭିଯୋଗ କରିପାରିବେ । ଏହି କାମ ବ୍ୟାଙ୍କର ୱେବସାଇଟକୁ ଯାଇ ମଧ୍ୟ କରିପାରିବେ । ଏହାସହ ଫିଡବ୍ୟାକ ପେଜ ଉପରେ ସର୍ଭିିସ ରିକ୍ୱେଷ୍ଟ, ଅଭିଯୋଗ ଏବଂ ସବାଧାନର ବିକଳ୍ପ ଦିଆଯାଇଛି । ଆପଣ https://www.icicibank.com/feedback.page ଲିଂକ ଜରିଆରେ ଏହି ପେଜକୁ ପହଂଚି ପାରିବେ ।

ଏଚଡିଏଫସି ବ୍ୟାଙ୍କ

ଏଚଡିଏଫସି ବ୍ୟାଙ୍କରେ ମଧ୍ୟ ଅଭିଯୋଗ କରିବା ପାଇଁ ଅନଲାଇନ ବ୍ୟବସ୍ଥା ରହିଛି । ଏହାସହ ଆପଣ ନୋଡାଲ ଅଫିସର୍ସଙ୍କ ନିକଟକୁ ଅଭଯୋଗ ପହଂଚାଇ ପାରିବେ । ନୋଡାଲ ଅଫିସର୍ସଙ୍କ ଠିକଣା ଆପଣଙ୍କୁ ବ୍ୟାଙ୍କର ୱେବସାଇଟରେ ପାଇ ଯିବେ । https://www.hdfcbank.com/assets/popuppages/nodal_officers.htm ? openpopupinside=yes ରେ କ୍ଲିକ କରି ନୋଡାଲ ଅଫିସରଙ୍କ ଠିକଣା ପାଇ ପାରିବେ ।

ୟୁନିୟନ ବ୍ୟାଙ୍କ ଅଫ ଇଣ୍ଡିଆ

ଅନ୍ୟ ବ୍ୟାଙ୍କ ଭଳି ୟୁନିୟନ ବ୍ୟାଙ୍କ ଅଫ ଇଣ୍ଡିଆ ମଧ୍ୟ ଅନଲାଇନ ଅଭିଯୋଗ କରିବା ପାଇଁ ବ୍ୟବସ୍ଥା ରଖିଛି । ଏହାସହ ବ୍ୟାଙ୍କ ନିଜ ସାଇଟରେ ପ୍ରମୁଖ ଗ୍ରିବେଂସ ଅଫିସରଙ୍କ ନମ୍ବର, ଇମେଲ ଆଇଡି ଓ ଆଡ୍ରେସର ସମସ୍ତ ସୂଚନା ଦେଇଛି । https://www.unionbankofinia.co.in/Grievances_Redressal.aspx ଲିଂକ ଜରିଆରେ ଆପଣ ଠିକଣା ପାଇ ପାରିବେ ।