ବ୍ୟାଙ୍କ ଖାତାଧାରୀଙ୍କୁ ଝଟକା ! ଏଣିକି ଏଟିଏମରୁ ଟଙ୍କା ଉଠାଇବା ଗ୍ରାହକଙ୍କୁ ପଡିବ ମହଙ୍ଗା

49

ପଂଜାବ ନ୍ୟାସନାଲ ବ୍ୟାଙ୍କ ତଥା ପିଏନବିର ଗ୍ରାହକଙ୍କୁ ପୁଣି ଏକ ଝଟକା । ଏଣିକି ଗୋଟିଏ ମାସରେ ୫ରୁ ଅଧିକ ଥର ଏଟିଏମରୁ ଟଙ୍କା ଉଠାଇଲେ ଦେବାକୁ ପଡିବ ଚାର୍ଜ । ତେବେ ଏହି ନିୟମ ଆସନ୍ତା ମାସ ତଥା ଅକ୍ଟୋବର ମାସରୁ କାର୍ଯ୍ୟକାରୀ କରାଯିବ । ବର୍ତ୍ତମାନ ସମୟରେ ଗ୍ରାହକଙ୍କୁ ପିଏନବିର ଏଟିଏମରୁ ମାସରେ ଯେତେବି ଟଙ୍କା କାରବାର ଉପରେ କୌଣସି ଶୁଳ୍କ ଦେବାକୁ ପଡିବନାହିଁ । ମାତ୍ର ଏହି ନୂଆ ନିୟମ ଲାଗୁ ହେବା ପରଠାରୁ ଏହି ସବୁ ସୁବିଧା ସମାପ୍ତ ହୋଇଯିବ ।

ଜାତୀୟ ଗଣମାଧ୍ୟମ ଜନସତ୍ତାରେ ପ୍ରକାଶିତ ଖବର ମୁତାବକ, ପଂଜାବ ନ୍ୟାସନାଲ ବ୍ୟାଙ୍କ ନିଜର ଗ୍ରାହକଙ୍କୁ ଜାରି କରିିଥିବା ଏକ ନିର୍ଦ୍ଦେଶନାମାରେ ଉଲ୍ଲେଖ ରହିଛି ଯେ, ପିଏନବି ଏଟିଏମରୁ ପିଏନବି ଗ୍ରାହକଙ୍କୁ ଦିଆଯାଉଥିବା ମାଗଣା ଦେଣ-ନେଣର ସଂଖ୍ୟା ଏବଂ ମାଗଣା ଦେଣ-ନେଣ ଦ୍ୱାରା ଅଧିକ ଦେଣ-ନେଣ ଉପରେ ଶୁଳ୍କ ଜାରି କରାଯିବ । ଯାହାକୁ ଆସନ୍ତା ମାସଠାରୁ କାର୍ଯ୍ୟକାରୀ କରାଯିବ ।

ବ୍ୟାଙ୍କ ସୂଚନା ମୁତାବକ, ଗୋଟିଏ ମାସରେ ୫ରୁ ଅଧିକ ଥର ଟଙ୍କା ଦେଣ-ନେଣ କାରବାର ଉପରେ ତଥା ସେଭିଂ,କରେଂଟ୍ ତଥା ଓଭରଡ୍ରାଫ୍ଟ ଖାତାଧାରୀଙ୍କ ଉପରେ ଲାଗିବ ୧୦ଟଙ୍କା ପ୍ରତି ଦେଣ-ନେଣର ହିସାବରେ ଶୁଳ୍କ । ତେବେ ସେ ନିଜ ବ୍ୟାଙ୍କର ଏଟିଏମ ହୋଇଥାଉଁ ନା କାହିଁକି । ଏଭଳି ପ୍ରକାରେ ଗ୍ରାହକଙ୍କୁ ନିର୍ଦ୍ଧାରିତ ସୀମାଠାରୁ ଅଧିକ ଥର ଟଙ୍କା ଉଠାଣ ଉପରେ ଶୁଳ୍କ ଦେବାକୁ ପଡିବ ।

ପୂର୍ବରୁ ବି ପିଏନବି ନିଜ ଗ୍ରାହକଙ୍କ ପାଇଁ ଅନେକ ନିର୍ଦ୍ଦେଶନାମା ଜାରି କରି ସାରିିଛି ଯାହା ସଂପର୍କରେ ଆମେ ନିମ୍ନରେ ଆଲୋଚନା କରିଛୁ ।

୫ ହଜାରରୁ ଅଧିକ ଟଙ୍କା ଜମା ଉପରେ ଲାଗୁ ହେବ ଚାର୍ଜ

ପଂଜାବ ନ୍ୟାସନାଲ୍ ବ୍ୟାଙ୍କ (ପିଏନବି)ର ଗ୍ରାହକଙ୍କୁ ବ୍ୟାଙ୍କର ଅନ୍ୟ ଶାଖାମାନଙ୍କରେ ୫ ହଜାର ଟଙ୍କାରୁ ଅଧିକ ନଗଦ ଟଙ୍କା ଜମା କରିବା ଉପରେ ଦେବାକୁ ପଡିବ ଶୁଳ୍କ । ଯଦି ଶାଖା ସେହି ସହରରେ ଅପସ୍ଥାପିତ ତେବେ ବି ଗ୍ରାହକଙ୍କୁ ଶୁଳ୍କ ଦେବାକୁ ପଡିବ । ବର୍ତ୍ତମାନ ପିଏନବି ଗ୍ରାହକଙ୍କୁ ସହର ଭିତରେ ଥିବା ଅନ୍ୟ ଶାଖାମାନଙ୍କରେ ୨୫ ହଜାର ଟଙ୍କାରୁ ଅଧିକ ଜମା କରିବା ଉପରେ ହିଁ ଶୁଳ୍କ ଦେବାକୁ ପଡିବ । ତେବେ ଆରବିଆଇ ପରେ ଏବେ ପିଏନବି ଗ୍ରାହକଙ୍କ ପାଇଁ ମଧ୍ୟ ଏହା କୌଣସି ଭାରଠାରୁ କମ୍ ନୁହେଁ ।

ସୂଚନା ମୁତାବକ, ଋଣକୁ ଛାଡିଦେଲା ପରେ ଅନ୍ୟ ମାମଲାରେ ଶୁଳ୍କ ସଂଶୋଧିତ କରିବାର ନିଷ୍ପତ୍ତି କରାଯାଇଛି । ଏହି ଅବସରରେ ମୂଳ ଶାଖା ବ୍ୟତୀତ ସହରର ଅନ୍ୟ ଶାଖାଗୁଡିକରେ ୫ ହଜାର ଟଙ୍କାରୁ ଅଧିକ ଟଙ୍କା ଜମା କରିବା ଉପରେ ଶୁଳ୍କ ଲାଗୁ କରାଯିବ । ଜଣେ ଗ୍ରାହକଙ୍କୁ ୫ ହଜାର ନଗଦ ଟଙ୍କା ପ୍ରତି ୧ ହଜାର ଟଙ୍କା ଉପରେ ହିଁ ଶୁଳ୍କ ଦେବାକୁ ପଡିବ । ଯାହା ୨୫ ଟଙ୍କା ଧାର୍ଯ୍ୟ କରାଯାଇଛି । ଅନ୍ୟ ସହରର ଶାଖାମାନଙ୍କରେ ଚଳିତ ବର୍ଷ ରୁ ୫ ହଜାର ଟଙ୍କା ପର୍ଯ୍ୟନ୍ତ ଜମା ଉପରେ ଶୁଳ୍କ ଲାଗୁ କରାଯିବ ବୋଲି ବ୍ୟାଙ୍କ ପକ୍ଷରୁ ନିୟମ ଜାରି କରାଯାଇଥିଲା ।

ଖାଲି ସେତିକି ନୁହେଁ ବ୍ୟାଙ୍କ ଚେକ୍ ଫେରସ୍ତ ଉପରେ ଲାଗୁ ହେଉଥିବା ଶୁଳ୍କ ଉପରେ ମଧ୍ୟ ସଂଶୋଧନ କରାଯାଇଛି । ପ୍ରଥମ ଥର ୧ କୋଟି ଟଙ୍କାରୁ ଅଧିକ ଟଙ୍କା ଫେରସ୍ତ ଉପରେ ୨ ହଜାର ଟଙ୍କା ତଥା ଚେକ୍ ବାଉନ୍ସ ହେବା ଉପରେ ୨,୫୦୦ ଟଙ୍କା ଶୁଳ୍କ ଲାଗିବ । ଏଥିସହିତ ପିଏନବି ମହାନଗରମାନଙ୍କରେ ବିଭିନ୍ନ ପ୍ରକାରର ଲକର ସୁବିଧାର ଶୁଳ୍କ ମଧ୍ୟ ବୃଦ୍ଧି କରିଛି ।

ଲକର ଭଡା ପାଇଁ ୨୫ ପ୍ରତିଶତକୁ ବୃଦ୍ଧି କରାଯାଇଛି । ଯେଉଁଥିରେ ମହାନଗରମାନଙ୍କରେ ଥିବା ଛୋଟ, ମଧ୍ୟମ ଏବଂ ବଡ ଓ ଅଧିକ ବଡ ଆକାରର ଲକର ପାଇଁ ଶୁଳ୍କ କ୍ରମଶଃ- ୧୫୦୦ ଟଙ୍କା, ୩,୫୦୦ ଟଙ୍କା, ୫,୫୦୦ ଟଙ୍କା ତଥା ୧୦, ହଜାର ଟଙ୍କା ରହିବ । ଏହାପୂର୍ବରୁ ଏହି ଶୁଳ୍କ ୧,୨୦୦, ୨,୮୦୦,୪, ୫୦୦ ଏବଂ ୮,୦୦୦ ଟଙ୍କା ଥିଲା ।

ବ୍ଲକ୍ ହୋଇଯିବ ପିଏନବି ଡେବିଟ୍ କାର୍ଡ

ମାଏଷ୍ଟ୍ରୋ ଡେବିଟ୍ କାର୍ଡ ବଦଳରେ ଅଧିକ ସୁରକ୍ଷିତ ଇଏମଭି ଚିପ୍ ଯୁକ୍ତ ନୂଆ କାର୍ଡ ନେବା ପାଇଁ ପିଏନବି ନିଜର ଗ୍ରାହକଙ୍କୁ ସୂଚନା ଦେଇଥିଲା । ଯାହାର ସମୟସୀମା ପିଏନବି ରଖିଥିଲା ଗତ ୩୧ ଜୁଲାଇ ମାସ ପର୍ଯ୍ୟନ୍ତ । ଯଦି ଏହି ସମୟ ମଧ୍ୟରେ କେହି କାର୍ଡ ନବଦଳାନ୍ତି ତେବେ ୩୧ ଜୁଲାଇ ପରେ ଏହାକୁ ବ୍ଲକ୍ କରିଦିଆ ଯିବ ବୋଲି ପିଏନବି ଘୋଷଣା କରିଥିଲା ।