ପ୍ରଧାନମନ୍ତ୍ରୀ ମୋଦି ଏବଂ ମନମୋହନ ସିଂହ କେତେ ଥର କରିଛନ୍ତି ବିଦେଶ ଯାତ୍ରା ? ସୂଚନା ଦେବାକୁ ମନା କଲା ପିଏମଓ

24

ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ (ପିଏମଓ) ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତଥା ପୂର୍ବ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ବିଦେଶ ଗସ୍ତ କାଳରେ ହୋଇଥିବା ବିଭିନ୍ନ ଖର୍ଚ୍ଚ ବାବଦରେ ତଥ୍ୟ ଦେବାକୁ ରୋକଠୋକ୍ ମନା କରିଦେଇଛି ।

ସୂଚନା ଅଧିକାର ତଥା ଆରଟିଆଇ କର୍ମକର୍ତ୍ତା ନୂତନ ଠାକୁର୍ ଶନିବାର ଦିନ ବ୍ୟକ୍ତ କରିଛନ୍ତି କି, ୧୬ ଜୁନରେ ସେ ପିଏମଓକୁ ଏବାବଦରେ ସୂଚନା ପ୍ରଦାନ କରିବାକୁ ଆବେଦନ କରିଥିଲେ । ୨୦୧୦ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ବିଦେଶ ଗସ୍ତ କାଳରେ ହୋଇଥିବା ବିଭିନ୍ନ ଖର୍ଚ୍ଚ ସଂପର୍କରେ ତଥ୍ୟ ଜାଣିବାକୁ ଆବେଦନ କରିଥିଲେ ।

ମାତ୍ର କେନ୍ଦ୍ରୀୟ ଲୋକ ସୂଚନା ଅଧିକାରୀ ତଥା ପିଏମଓ ସଚିବ ପ୍ରବିଣ କୁମାର ଉକ୍ତ ସୂଚନା ଦେବା ପାଇଁ ସିଧାସଳଖ ମନା କରିଦେଇ କହିଥିଲେ ଏବଂ ଏହାକୁ ଅସ୍ପଷ୍ଟ ବୋଲି କହିଥିଲେ । ତେବେ ଠାକୁର୍ ସୂଚନା ଅଧିକାରୀଙ୍କ ଜରିଆରେ ପିଏମଓ ସହ ଜଡିତ ବିଭିନ୍ନ କାର୍ଯ୍ୟାଳୟ ତଥା ସେମାନଙ୍କ ମଧ୍ୟରେ ଆଦାନ-ପ୍ରଦାନ ହୋଇଥିବା ବିଭିନ୍ନ ପତ୍ରଗୁଡିକର ଦସ୍ତାବିଜ ସହିତ ସମସ୍ତ ଫାଇଲକୁ ମାଗିଥିଲେ ।

କିନ୍ତୁ ପିଏମଓ ପକ୍ଷରୁ ତାଙ୍କୁ ଏସମସ୍ତ ତଥ୍ୟ ଦେବାକୁ ମନା କରାଯିବା ସହିତ ପ୍ରବିଣ କୁମାର ନୂତନ ଠାକୁରଙ୍କୁ ସୂଚିତ କରିଥିଲେ କି, ଆରଟିଆଇ ଆକ୍ଟ. ୨୦୦୫ର ଧାରା ୧୯ର ଉଦ୍ଦେଶ୍ୟକୁ ନେଇ ପିଏମଓର ନିଦ୍ଦେଶକ ସୈୟଦ ଅକ୍ରମ ରିଜଭି ଅପିଲ ପ୍ରାଧିକାରୀ ଅଟନ୍ତି । ଅନ୍ୟପଟେ ନିଜ ପ୍ରଶ୍ନର ଉତ୍ତର ପାଇଁ ଦିଲ୍ଲୀର ଅପିଲ ପ୍ରାଧିକାରୀଙ୍କ ସହାୟତା ଲୋଡିପାରନ୍ତି ବୋଲି ନୂତନ ଠାକୁର ସ୍ପଷ୍ଟ କରିଛନ୍ତି  ।