ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଖୋଜ !

58

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଖୋଜ । ଉତ୍ତର ପ୍ରଦେଶ ବାରଣାସୀର ରାସ୍ତାକଡରେ ଦେଖିବାକୁ ମିଳିଛି ପ୍ରଧାନମନ୍ତ୍ରୀଙ୍କ ନରେନ୍ଦ୍ର ମୋଦିଙ୍କ ନିଖୋଜ ହେବାର ପୋଷ୍ଟର । ପ୍ରଥମେ ଆମେ ଏଠାରେ ସ୍ପଷ୍ଟ କରିଦେଉଛୁ କି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାରଣାସୀ ସଂସଦୀୟ ମଣ୍ଡଳୀରୁ ସାଂସଦ ଅଟନ୍ତି ଆଉ ନିଜ ସଂସଦୀୟ ମଣ୍ଡଳୀରେ ତାଙ୍କୁ ନେଇ ଆସିଥିବା ଏଭଳି ଖବର ପଛରେ ନିଶ୍ଚୟ କୌଣସି ବଡ କାରଣ ଥାଇପାରେ ଅନୁମାନ କରାଯାଇପାରେ ।

ସୂଚନା ମୁତାବକ, ବାରଣାସୀର ବିଭିନ୍ନ କାନ୍ଥରେ ଲଗାଯାଇଛି ପ୍ରଧାନମନ୍ତ୍ରୀ ମୋଦିଙ୍କ ନିଖୋଜ ହେବାର ପୋଷ୍ଟର । ଯେଉଁଥିରେ ଲେଖା ଯାଇଛି କି, ‘ନିଖୋଜ୍ ବାରଣାସୀ ସାଂସଦ । କିଏ ଜାଣିଛି ସେ କେଉଁ ଦେଶ ଯେଉଁଠି କି ତୁମେ ଏବେ ଚାଲିଯାଇଛ’ । ଖାଲି ସେତିକି ନୁହେଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଏକ ଫଟୋ ସହିତ ପୋଷ୍ଟର ତଳେ ଆହୁରି ମଧ୍ୟ ଲଗାଯାଇଛି କି, ‘ଶେଷଥର ପାଇଁ ତାଙ୍କୁ ବାରଣାସୀରେ ଭୋଟ୍ ମାଗିବା ପାଇଁ ଆସିଥିବାବେଳେ ଦେଖିବାକୁ ମିଳିଥିଲା । ମାତ୍ର ତା’ପରଠାରୁ ଆଜି ଯାଏଁ ସେ ନିଖୋଜ ଅଛନ୍ତି ଆଉ ନିଖୋଜ ହେବା କାରଣରୁ ବାଧ୍ୟ ହୋଇ ତାଙ୍କ ନିଖୋଜ ହେବାର ଏକ ମାମଲା ଦାଖଲ କରିବାକୁ ପଡିଛି’ ।

ଯଦିଓ ଏହି ପୋଷ୍ଟରକୁ କିଏ ଲଗାଇଛି ତାହା ନେଇ ଏଯାବତ୍ କୌଣସି ସୂଚନା ମିଳିପାରି ନାହିଁ ତେବେ ଦୁର୍ବୃତ୍ତଙ୍କୁ ଧରିବା ପାଇଁ ପୁଲିସ ପକ୍ଷରୁ ଛାନଭିନ୍ ଜାରି ରହିଛି । ଏଠାରେ ଆମେ କହିରଖୁଛୁ କି, ଏଭଳି ଘଟଣା ପ୍ରଥମ ଥର ପାଇଁ ସାମ୍ନାକୁ ଆସିନାହିଁ । ଏହା ପୂର୍ବରୁ ମଧ୍ୟ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜରିୱାଲ୍ ନିଖୋଜ ଥିବା ପୋଷ୍ଟର ଦେଖିବାକୁ ମିଳିଥିଲା ।

ତେବେ ବର୍ତ୍ତମାନ କଥା ଉଠୁଛି କି, ପ୍ରଧାନମନ୍ତ୍ରୀଙ୍କ କ୍ଷେତ୍ରରେ ଏଭଳି ପ୍ରକାରର ପୋଷ୍ଟର ମିଳିବା ସ୍ପଷ୍ଟ କରିଛି କି ଏହାକୁ ନେଇ ନିଶ୍ଚୟ ରୂପେ ରାଜନୈତିକ ପ୍ରତିକ୍ରିୟା ଆସିପାରେ । କାରଣ ଏହା ପୂର୍ବରୁ ବି କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ସଂସଦୀୟ ମଣ୍ଡଳୀ ଅମେଠୀରେ ତାଙ୍କୁ ନିଖୋଜ ହେବା ପୋଷ୍ଟ ଛପାଯାଇଥିଲା । ଯାହାକୁ କେନ୍ଦ୍ରକରି ବହୁ ରାଜନୈତିକ ଅସନ୍ତୋଷ ଦେଖାଦେଇଥିଲା ।

ସୌଜନ୍ୟ: ଡେଲିହଂଟ୍