ମୋଦିଙ୍କ ପାକିସ୍ତାନୀ ଭଉଣୀ ! ସ୍ନେହ ବନ୍ଧନ ଆଗରେ ହାର ମାନିଛି ସୀମାର ଅଙ୍କୁଶ

61

ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମୋଦିଙ୍କ ହାତରେ ରାକ୍ଷୀ ବାନ୍ଧିବେ ପାକିସ୍ତାନୀ ଭଉଣୀ କମର ମୋହସିନ୍ ଶେଖ୍ । ମୋଦି ଯେତେବେଳେ ଆରଏସଏସର କାର୍ଯ୍ୟକର୍ତା ଥିଲେ ସେହି ସମୟରୁ ହିଁ କମରଙ୍କ ଠାରୁ ରାକ୍ଷୀ ବନ୍ଧାଇ ତାଙ୍କୁ ଭଉଣୀ ବୋଲି ସ୍ୱୀକାର କରିଥିବା କହିଛନ୍ତି ସେ । ବିବାହ ପରେ ପାକିସ୍ତାନରୁ ଭାରତ ଆସି ସ୍ଥାୟୀ ବାସିନ୍ଦା ଭାବେ ରହୁଥିବା କମର ସେବେଠାରୁ ପ୍ରତି ରକ୍ଷାବନ୍ଧନରେ ମୋଦିଙ୍କୁ ରାକ୍ଷୀ ବାନ୍ଧୁଛନ୍ତି । ଦୀର୍ଘ ୩୬ ବର୍ଷରୁ ସେ ମୋଦିଙ୍କୁ ରାକ୍ଷୀ ବାନ୍ଧି ଆସୁଥିବା ଜଣାପଡ଼ିଛି ।

କମର ରହନ୍ତି ଅହମ୍ମଦାବାଦରେ । ତେଣୁ ଗଚ୍ଛବର୍ଷ ରାକ୍ଷୀକୁ ମଧ୍ୟ ମୋଦିଙ୍କ ହାତରେ ରାକ୍ଷୀ ବାନ୍ଧିଥିଲେ । କମର କହିଛନ୍ତି କି, ଗତ ବର୍ଷ ରାକ୍ଷୀକୁ ସେ ଆଶା କରିନଥିଲେ ତାଙ୍କୁ ରାକ୍ଷୀ ବାନ୍ଧିବାର ସୁଯୋଗ ମିଳିବ ବୋଲି । ହେଲେ ପ୍ରତିବର୍ଶ ଭଳି ମଧ୍ୟ ଗତବର୍ଷ ନିର୍ଦ୍ଧାରିତ ସମୟରେ ମୋଦିଙ୍କ ନିକଟରୁ ତାଙ୍କ ପାଖକୁ ଫୋନ୍ ଆସିଥିଲା । କଲ୍ ଆସିବା ପରେ ତାଙ୍କ ଖୁସି ଦ୍ୱିଗୁଣିତ ହୋଇ ଯାଇଥିଲା । କମର ଗତବର୍ଷ ମଧ୍ୟ ମୋଦିଙ୍କ ହାତରେ ରାକ୍ଷୀ ବାନ୍ଧିଥିଲେ । ତେବେ ପାକିସ୍ତାନରେ ବି ମୋଦିଙ୍କୁ ଭଲ ପାଉଥିବା ଅନେକ ଲୋକ ଅଛନ୍ତି ଓ ଯଦି ସେଠାରେ ମୋଦି ନିର୍ବାଚନ ଲଢିବେ ନିଶ୍ଚୟ ଜିତିବେ ବୋଲି ଭାବ ବିହ୍ୱଳ ହୋଇ କହିଛନ୍ତି କମର ମୋହସିନ୍ ।

କେବଳ କମର ମୋହସିନ ନୁହନ୍ତି ଅନେକ ସ୍କୁଲ ଛାତ୍ରୀ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ରାକ୍ଷୀ ବାନ୍ଧିବାକୁ ଆସନ୍ତି । ସେହିପରି ବୃନ୍ଦାବନ ବିଧବା ଆଶ୍ରମରୁ ମଧ୍ୟ ମହିଳା ମାନେ ଆସି ମୋଦିଙ୍କ ହାତରେ ରାକ୍ଷୀ ବାନ୍ଧନ୍ତି। ଏହା ବ୍ୟତୀତ ବ୍ରହ୍ମକୁମାରୀ ବିଶ୍ୱବିଦ୍ୟାଳୟ ପରି ଅନେକ ସଂଗଠନର କାର୍ଯ୍ୟକର୍ତା ଆସି ପ୍ରଧାନମନ୍ତ୍ରୀଙ୍କ ହାତରେ ରାକ୍ଷୀ ବାନ୍ଧନ୍ତି ।