ସାମ୍ନାକୁ ଆସିଲା ମୋଦିଙ୍କ ଏହି ଭାଇରାଲ ଫଟୋର କାହାଣୀ ! ଯାହାକୁ ଆପଣ କେବେ କଳ୍ପନା ବି କରି ପାରିବେନି

64

ଏହି ମହିଳା ଜଣଙ୍କ ସାମ୍ନାରେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ହାତ ଯୋଡି ନତମସ୍ତକ ଭାବେ ପ୍ରଣିପାତ କରୁଥିବା ଫଟୋଟି ବାସ୍ତବରେ ୨୦୧୪ର । ତେବେ ଏହାକୁ ନେଇ ଏକ ମିଛ ଖବର ପ୍ରଚାର କରାଯାଇ କୁହାଯାଇଛି କି, ଏହି ଫଟୋରେ ମୋଦି ଯେଉଁ ମହିଳାଙ୍କୁ ହାତ ଯୋଡି ନମସ୍କାର କରୁଛନ୍ତି ସେ ଅନ୍ୟ କେହି ନୁହେଁ ସେ ହେଲେ ମିସ୍ ଆଦାନୀ ଅର୍ଥାତ୍ ଶିଳ୍ପପତୀ ଗୌତମ ଆଦାନୀଙ୍କ ପତ୍ନୀ । ଯିଏ କି ମୋଦିଙ୍କର ଘନିଷ୍ଠ ସହଯୋଗୀ । ଏଥିସହ ତାଙ୍କ ନାଁ କଳାଧନ କାରବାରରେ ସଶ୍ଳିଷ୍ଟ ରହିଥିବା ନେଇ ଶୁଣିବାକୁ ମିଳିଛି ।

ତେବେ ଫଟୋଟିରେ ଲେଖାଯାଇଛି କି, ଦେଖନ୍ତୁ ଦେଶର ପ୍ରଧାନମନ୍ତ୍ରୀଙ୍କ ଅବସ୍ଥା, କେଉଁ ଦୟାର ବଦଲା ସୁଝାଉଛନ୍ତି ମୋଦି । ଯାହାକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି । ଅନେକ ଲୋକ ଏହାକୁ ସତ ମାନି ସେୟାର ତ କରି ଦେଇଥିଲେ ମାତ୍ର ଏହା ପଛର ବାସ୍ତବତା ସଂପର୍କରେ ଏବେ ବି ଅଜ୍ଞାତ ଅଛନ୍ତି । କାରଣ ଏହାର ବାସ୍ତବତା କିଛି ଅଲଗା ଅଟେ । ତେବେ ଆସନ୍ତୁ ଜାଣିବା ଏହି ଭାଇରାଲ ଫଟୋ ପଛର ରହସ୍ୟ ସଂପର୍କରେ ।

ଯେଉଁ ମହିଳା ଜଣଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହାତ ଯୋଡି ନମସ୍କାର କରୁଛନ୍ତି ତାଙ୍କର ଆଦାନୀଙ୍କ ସହିତ କୌଣସି ସଂପର୍କ ନାହିଁ । ବରଂ ଏହି ମହିଳା ଜଣଙ୍କ ହେଉଛନ୍ତି କର୍ଣ୍ଣାଟକର ତୁମକୁର ନାମକ ସହରର ତଥା ତୁମକୁରର ପୂର୍ବତନ ମେୟର ଗୀତା ରୂଦ୍ରେସ । ସେପ୍ଟେମ୍ବର ୨୦୧୪ରେ ଏକ ଫୁଡପାର୍କର ଉଦଘାଟନୀ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ମୋଦି ତୁମକୁର ଯାଇଥିଲେ । ଏବଂ ଗୀତା ମୋଦିଙ୍କୁ ସେଠାରେ ଭବ୍ୟ ସ୍ୱାଗତ କରିଥିଲେ । ଯାହାର ଫଟୋ ଏବେ ହୋଇଛି ଭାଇରାଲ ।

ତେବେ ଏହା ହେଉଛି ଆମ ଦେଶର ରାଜନୀତିର ବିଡମ୍ବନା । ଆପଣ ମୋଦିଙ୍କୁ ସମର୍ଥନ କରିପାରିବେ କିମ୍ବା ବିରୋଧ ବି କରିପାରିବେ ଏହା ଆପଣଙ୍କ ଇଚ୍ଛା ଉପରେ ନିର୍ଭର କରିଥାଏ । ମାତ୍ର ଆପଣ କୌଣସି ବି ଦଳର ସମର୍ଥକ ହୋଇଥାନ୍ତୁ ନା କାହିଁକି ଏଭଳି ଘୃର୍ଣ୍ଣ୍ୟ ତଥା ଲଜ୍ଜାଜନକ କାଣ୍ଡକୁ ପ୍ରସୟ ନଦେବା ତଥା ବିରୋଧ କରିବା ଉଚିତ୍ । କାରଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମସ୍ତ ନାରୀ ତଥା ମହିଳାଙ୍କୁ ଦେବୀ ବୋଲି ମାନନ୍ତି ଏବଂ ତାଙ୍କୁ ନଇଁ ପଡି ନମସ୍କାର କରିବାକୁ ମଧ୍ୟ ଟିକେ ବି କୁଣ୍ଠାବୋଧ କରନ୍ତି ନାହିଁ ।