ପ୍ରେରଣା ସାଜିଲେ ଆଇଏଏସର ବରିଷ୍ଠ ଅଧିକାରୀ ! ‘ମନ କି ବାତ୍’ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ କଲେ ବିପୁଳ ପ୍ରଶଂସା

30

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ମନ କି ବାତ୍’ କାର୍ଯ୍ୟକ୍ରମରେ ଟ୍ରବିନ ପିଟ୍ ଟୟଲେଟ ସଂପର୍କରେ ଆଲୋଚନା କରିବା ଦ୍ୱାରା ସୋସିଆଲ ମିଡିଆରେ ଜଣେ ବ୍ୟକ୍ତିଙ୍କ ଫଟୋ ଭାଇରାଲ ହୋଇଛି । ଯେଉଁଥିରେ ଉକ୍ତ ବ୍ୟକ୍ତି ଜଣଙ୍କ ହାତରେ ଫାଉଡା ଧରି ଟୟଲେଟ ଟାଙ୍କି ସଫା କରୁଥିବାର ଚିତ୍ର ଦେଖିବାକୁ ମିଳିଛି । ତେବେ ଏହି ବ୍ୟକ୍ତି ଜଣେ ସାଧାରଣ ଲୋକ ନୁହେଁ ସେ ଜଣେ ବରିଷ୍ଠ ଆଇଏଏସ ଅଧିକାରୀ ଆଉ ତାଙ୍କ ନାଁ ପରମେଶ୍ୱରମ୍ ଅୟେର ।

ସୂଚନା ଅନୁସାରେ, ସ୍ୱଚ୍ଚତା ମନ୍ତ୍ରାଳୟର ସଚିବ ପରମେଶ୍ୱରମ ଅୟେର ତେଲଙ୍ଗାନାର ବାରଙ୍ଗଲ ଜିଲ୍ଲା ସ୍ଥିତ ଗଙ୍ଗାଦେବିପଲ୍ଲୀ ନାମକ ଗାଁରେ ଟୟଲେଟ ଟାଙ୍କି ସଫାକରିଥିଲେ ଯାହାର କିଛି ଫଟୋ ସେ ନିଜ ଟୁଇଟର ଆକାଉଂଟରେ ସେୟାର କରିଛନ୍ତି । ଆଉ କହିଛନ୍ତି , ‘ଟୟଲେଟ ଟାଙ୍କି ସଫା କରିବା ସଂପୂର୍ଣ୍ଣ ଭାବରେ ସୁରକ୍ଷିତ ଓ ସ୍ୱଚ୍ଚ କାମ ଅଟେ ।’ ତେବେ ଏହି ଫଟୋ ମାଧ୍ୟମରେ ସେ ଜଣାଇବାକୁ ଚେଷ୍ଟା କରିଛନ୍ତି କି ଶୌଚାଳୟ ସଫା କରିବାକୁ ସଙ୍କୋଚ କରିବା ଉଚିତ ନୁହେଁ ।

ତେବେ ‘ମନ କି ବାତ୍’ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦି ତାଙ୍କୁ ଉଚ୍ଚ ପ୍ରସଂଶା କରିଥିଲେ । ସୂଚନା ମୁତାବକ, ୧୭-୧୮ ଫେବୃୟାରୀ କୁ ହାଇଦ୍ରାବାଦରେ ଟୟଲେଟ ଟାଙ୍କି ସଫା କରାଯିବାକୁ ନେଇ ଏକ ମକ ଡ୍ରିଲର ଆୟୋଜନ କରାଯାଇଥିଲା ଯେଉଁଥିରେ ପାଖାପାଖି ଛ’ଟି ଘରର ଟୟଲେଟ ଟାଙ୍କି ଖାଲି କରାଯାଇ ତାକୁ ସଫା କରାଯାଇଥିଲା । ଆଉ ଏଥିପାଇଁ ଲୋକମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଅଧିକାରୀମାନେ ନିଜେ ହାତରେ ଫାଇଡା ଧରି ଟୟଲେଟ ଟାଙ୍କି ସଫା କରି ତାକୁ ପୁଣି ବ୍ୟବହାରକ୍ଷମ କରିବାକୁ ସଚେତନତାର ବାର୍ତ୍ତା ଦେଇଥିଲେ । ତେବେ ସବୁଠାରୁ ବଡ କଥା ହେଲା ପରମେଶ୍ୱରମଙ୍କ ଏଭଳି ପ୍ରୟାସକୁ ‘ମନ କି ବାତ୍’ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପରମେଶ୍ୱରମଙ୍କୁ ବହୁତ ପ୍ରଶଂସା କରିଛିନ୍ତି ।