ପ୍ଲାଷ୍ଟିକ୍ ବୋତଲରୁ ତିଆରି କରନ୍ତୁ କ୍ୟାମେରା ଲେନ୍ସ । ଜାଣନ୍ତୁ ପୂରା ପ୍ରକ୍ରିୟା

47

ଘରେ ବ୍ୟବହାର କରାଯାଉଥିବା ଏଭଳି ଅନେକ ପ୍ରଡକ୍ଟ ରହିଛି, ଯାହାର ସହାୟତାରେ ସ୍ମାର୍ଟଫୋନ ସଂପର୍କିତ ଉପକରଣ ତିଆରି କରାଯାଇପାରିବ । କୋଲଡ୍ରିକ୍ସ କିମ୍ବା ପାଣି ବୋତଲରୁ ଆପଣ ପାୱାରଫୁଲ କ୍ୟାମେରା ଲେନ୍ସ ପ୍ରସ୍ତୁତ କରିପାରିବେ । ତେବେ ଏହି ଲେନ୍ସର ବିଶେଷ ଆକର୍ଷଣ ହେଉଛି, ଏହାର ଜୁମ୍ ବହୁତ ଭଲ ରହିବ । ଅର୍ଥାତ୍ ଦୂରରେ ଥିବା ଜିନିଷ ବା ବସ୍ତୁ ସ୍ପଷ୍ଟ ଭାବରେ ନଜର ଆସିବ । ଏଥିସହିତ, କୌଣସି କ୍ଲୋଜଅପ ଅବଜେକ୍ଟକୁ ବି ଭଲ ଢଙ୍ଗରେ କ୍ୟାପଚର କରିପାରିବ । ସେହିପରି ଏହି ଲେନ୍ସକୁ ତିଆରି କରିବାର ପ୍ରକ୍ରିୟା ମଧ୍ୟ ବହୁତ ସରଜ । ଯାହା ସଂପର୍କରେ ଆମେ ନିମ୍ନରେ ଆଲୋଚନା କରିଛୁ ।

ଆବଶ୍ୟକୀୟ ସାମଗ୍ରୀ

• ଲେନ୍ସ ତିଆରି କରିବା ପାଇଁ ଏକ ସଫା ପ୍ଲାଷ୍ଟିକ୍ ବୋଲତ

• ବୋଲତ କଟିଂ ପାଇଁ ଛୁରୀ

• ଝଂଜିବା ପାଇଁ ଫେବିକୁଇକ୍ କିମ୍ବା ଯେକୌଣସି ଅଠା

• ଗୋଟିଏ ଇନଜେକସ (ଛୁଂଚି ସହିତ)

କିପରି କରିବେ ପ୍ରସ୍ତୁତ

• ସର୍ବପ୍ରଥମେ ଏହି ସଫା ପ୍ଲାଷ୍ଟିକ୍ ବୋତଲରୁ ଆପଣଙ୍କୁ ଦୁଇଟି ସର୍କଲ ତଥା ଗୋଲାକାର ବା ବୃତ୍ତାକାର ଖଣ୍ଡ ବାହାର କରନ୍ତୁ ।

• ଏହି ସର୍କଲ ବୋତଲର କ୍ୟାପ ତଥା ଠିପିଠାରୁ ବଡ ହୋଇଥିବା ଦରକାର ।

• ଧ୍ୟାନ ରଖିବେ କି ବୋତଲର ଯେଉଁ ଅଂଶରୁ ଆପଣଙ୍କୁ ଏହି ସର୍କଲ ବାହାର କରିବାର ଅଛି, ସେଠାରେ କୌଣସି ପ୍ରକରାର ସ୍କାର୍ଚ ନହୋଇଥିବା ଆବଶ୍ୟକ ।

• ଏହାପରେ ଦୁଇଟି ଯାକ ଭାଗର କର୍ଣ୍ଣରକୁ ଫେବିକୁଇକ ସହାୟତାରେ ଲଗାଇ ଦିଅନ୍ତୁ । ଯେଉଁଥିରେ କେବଳ ଇଂଜେସନ ଛୁଂଚି ପ୍ରବେଶ କରୁଥିବା ଭଳି ସ୍ପେସ ରଖନ୍ତୁ ।

• ଏହାପରେ ଇନଜେକସନରେ ସଫା ପାଇଁ ଭର୍ତ୍ତି କରି ଛୁଂଚିକୁ ସର୍କଲରେ ପୁରାଇ ପାଣି ଭର୍ତ୍ତି କରିଦିଅନ୍ତୁ । ଏହାପରେ ଏହି ସ୍ପେସକୁ ବି ଅଠା ଦେଇ ଲଗାଇ ଦିଅନ୍ତୁ ।

• ଏହାପରେ ବୋତଲର କ୍ୟାପ ତଥା ଠିପିର ଉପରି ଭାଗକୁ ଛୁରୀରେ କାଟି ଦିଅନ୍ତୁ । ଧ୍ୟାନ ରଖିବେ କି ଠିପିର ଉପରି ଭାଗ ଅଂଶ ଯେପରି ନକଟେ ।

• ପ୍ରସ୍ତୁତ ହୋଇଥିବା ଏହି ସର୍କଲକୁ କଟା ଯାଇଥିବା ସର୍କଲର ଉପର ଆଡକୁ ଅଠା ସାହାର୍ଯ୍ୟ ଲଗାଇ ଦିଅନ୍ତୁ । ଦେଖିବେ କି ଏହି ସର୍କଲ ଯେପରି ଠିପିର ବାହାର ପଟକୁ ବାହାରି ଥିବା ଦରକାର ।

• ଏହାପରେ ପ୍ରସ୍ତୁତ ହୋଇଥିବା ଏହି ଲେନ୍ସକୁ ସ୍ମାର୍ଟଫୋନର କ୍ୟାମେରା ଉପରି ଟ୍ୟାପରେ ଫିକ୍ସ କରିଦିଅନ୍ତୁ ଏବଂ ଫିକ୍ସ କରିବା ପାଇଁ ଅଠା ବ୍ୟବହାର କରନ୍ତୁ ।

ଏବେ ଦେଖିବେ ସ୍ମାର୍ଟଫୋନ କ୍ୟାମେରାର ଜୁମ୍ ପୂର୍ବ ଅପେକ୍ଷା ଅଧିକ ଇଫେକ୍ଟିଭ ନଜର ଆସିବ ଏବଂ ଦୂରରୁ ହିଁ କୌଣସି ବି ବସ୍ତୁ ବା ଜିନିଷ ବହୁତ ନିକଟତର ନଜର ଆସିବ ।