ବିନା ବିଜୁଳିରେ ଚାଲିବ କୁଲର, ଦାମ୍ ମାତ୍ର ୭ ହଜାର । ଜାଣନ୍ତୁ ଏହାର ଅନ୍ୟାନ୍ୟ ବୈଶିଷ୍ଟ୍ୟ

56

ଅହସ୍ୟ ଗରମରୁ ଟିକିଏ ଆଶ୍ୱସ୍ତି ପାଇବା ପାଇଁ ସାଧାରଣତଃ ଅଧିକାଂଶ ଲୋକେ କୁଲର ଏବଂ ଏୟାର କଣ୍ଡିସନର ବ୍ୟବହାର କରିଥାନ୍ତି । ତେବେ ଏସିରେ ବିଲ୍ ଅଧିକ ଆସିଥାଏ, ସେହିପରି କୁଲରେ ପାଣି ମଧ୍ୟ ଅଧିକ ଖର୍ଚ୍ଚ ହୋଇଥାଏ । ଏଭଳି ପରିସ୍ଥିତରେ ଯେଉଁ ସବୁ ଘରମାନଙ୍କରେ ପାଣିର ଘୋର ଅଭାବ ରହିଛି, ସେମାନେ କୁଲର ବ୍ୟବହାର କରିପାରିବେ । ଏଭଳି ଲୋକଙ୍କ ପାଇଁ ପିଜନ କଂପାନୀ ଏକ ଏଭଳି କୁଲର ଡିଜାଇନ କରିଛି, ଯାହାକି ଉଭୟ ବିଦ୍ୟୁତ୍ ଏବଂ ପାଣିର ସଂଚୟ କରିପାରିବ । ତେବେ ଏହି କୁଲର ନାଁ ରଖାଯାଇଛି Pigeon Ubercool  । ଏହାର ଅନଲାଇନ ପ୍ରାଇସ ରହିଛି ମାତ୍ର ୭ ହଜାର ଟଙ୍କା ।

ବୈଶିଷ୍ଟ୍ୟ

• ଏହି କୁଲରର ପୂରା ସାଇଜ୍ ଏକ ଟେବୁଲ ଫ୍ୟାନ ଭଳି, ଯେଉଁଥିରେ ସାଢେ ୨ ଲିଟରର ୱାଟର ଟ୍ୟାଙ୍କ ମଧ୍ୟ ଦିଆଯାଇଛି ।

• ଏଥିରେ ଇନ-ବିଲ୍ଡ ରିଚାର୍ଜବୁଲ ବ୍ୟାଟେରୀ ଦିଆଯାଇଛି, ଯାହାକି ୫ ଘଂଟାରେ ଫୁଲ ଚାର୍ଜ ହୋଇ ୯ ଘଂଟା କାଳ ବ୍ୟାକଅପ ଦେଇଥାଏ ।

• ଅର୍ଥାତ୍ ବିନା ବିଜୁଳିରେ ବି ଆପଣ ଏହାକୁ ସାରା ରାତି ବ୍ୟବହାର କରିପାରିବେ । ଏହାକୁ କନଟ୍ରୋଲ୍ କରିବା ପାଇଁ ରିମୋଟ ମଧ୍ୟ ଦିଆଯାଇଛି ।

• ଏଥିରେ ରେଢିଏଂଟ ଏଲଇଡି ମଧ୍ୟ ଦିଆଯାଇଛି । ଯାହାକି ନାଇଟ୍ ଲ୍ୟାମ୍ପ ଭଳି କାମ କରିଥାଏ । କଂପାନୀ ଏହି କୁଲର ଉପରେ ବର୍ଷକ ପାଇଁ ଗ୍ୟାରେଂଟି ମଧ୍ୟ ଦେଉଛି ।

• ଏହି ୩ ସ୍ପିଡ ମୋଡ ସହିତ ଆସିଥାଏ ଏବଂ ୨୦୦ ସ୍କୋୟାର ଫିଟ୍ ଏରିଆ ବିଶିଷ୍ଟ କୋଠରୀକୁ ଥଣ୍ଡା କରିଦେଇଥାଏ ।