ଜୀବିତ ଝିଅକୁ ଧରି ପ୍ରତିଦିନ ଗାତରେ ଶୁଅନ୍ତି ଜଣେ ବାପା ! କାରଣ ଜାଣିଲେ ଆପଣ ବି ହୋଇଯିବେ ଚକିତ

119

ସୋସିଆଲ ମିଡିଆରେ କିଛି ଦିନ ହେଲା ଭାଇରାଲ ହେବାରେ ଲାଗିଛି ଏକ ଫଟୋ । ଯେଉଁଥିରେ ଜଣେ ବ୍ୟକ୍ତି ଏକ ଛୋଟିଆ ଝିଅକୁ ଧରି ଏକ ଗାତ ମଧ୍ୟରେ ଶୋଇଥିବାର ଚିତ୍ର । ମାତ୍ର ଆଶ୍ଚର୍ଯ୍ୟର କଥା ହେଲାକି ଯେଉଁ ବ୍ୟକ୍ତି ଜଣକ ଏହି କୁନି ଝିଅକୁ ଧରି ଗାତ ଭିତରେ ଶୋଇଛନ୍ତି ସେ ଅନ୍ୟ କେହି ନୁହେଁ ବରଂ ସେହି କୁନି ଝିଅର ବାପା । ଆଜ୍ଞା ହଁ । ଆପଣଙ୍କୁ ଏକଥା ମିଛ ଲାଗୁଥିଲେ ବି ଏହା ପ୍ରକୃତରେ ବାସ୍ତବ ଅଟେ । ତେବେ ଏହି ଘଟଣାଟି ହେଉଛି ଚୀନର । ଯେଉଁଠାରେ ଜଣେ ବ୍ୟକ୍ତି ନିଜ ଝିଅ ସହିତ ଏକ ଗାତ ଭିତରେ ଶୋଇ ରହିଛନ୍ତି । ଯାହାର ଫଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ ହେବାରେ ଲାଗିଛି ।

ସୂଚନା ମୁତାବକ, ଏହି ଫଟୋରେ ନଜର ଆସୁଥିବା ବ୍ୟକ୍ତି ଜଣକଙ୍କ ନାଁ ହେଲା ‘ଝାଙ୍ଗ ଲି ୟଙ୍ଗ’ । ଯିଏକି ପେଶାରେ ଜଣେ କୃଷକ ଏବଂ ବହୁତ ଗରିବ ବୋଲି ମିଳିଥିବା ସୂଚନାରୁ ଯାହା ଜଣାପଡିଛି । ଲି’ଙ୍କ ଏକ ଝିଅ ରହିଛି । ଯାହାର ବୟସ ମାତ୍ର ୨ ବର୍ଷ ଆଉ ଲି ତାଙ୍କ ଝିଅକୁ ବହୁତ ଭଲ ପାଆନ୍ତି । ଲି’ ତାଙ୍କ ଝିଅକୁ ଏତେମାତ୍ରାରେ ଭଲ ପାଆନ୍ତି କି ସେ ତାଙ୍କ ଝିଅକୁ କେବେ ନିଜ ଆଖି ସାମ୍ନାରୁ ଅଲଗା କରିପାରନ୍ତିନାହିଁ । ଆଉ ଏହା ହିଁ ହେଉଛି ଏହି ସଂପର୍କର ସବୁଠାରୁ ବଡ ସୌନ୍ଦର୍ଯ୍ୟତା ।

ହେଲେ ଲି’ଙ୍କ ଭାଗ୍ୟରେ କିନ୍ତୁ କିଛି ଅଲଗା ଲେଖାଯାଇଛି । କାରଣ, ଲି’ଙ୍କ ଏହି କୁନି ଝିଅ ଏକ ବଡ ରୋଗର ଶିକାର, ଯାହାର ନାଁ ଥେଲେସିମିୟା । ଡାକ୍ତରଙ୍କ କହିବା ଅନୁସାରେ, ଏହି ରୋଗରେ ଆକ୍ରାନ୍ତ ହେବା କାରଣରୁ କୌଣସି ବି ମୁହୂର୍ତ୍ତରେ ଏହି କୁନି ଝିଅଟିର ମୃତ୍ୟୁ ଘଟିପାରେ । ଯେଉଁ କାରଣରୁ ଲି ପ୍ରତିଦିନ ନିଜର କୁନି ଝିଅ ପାଇଁ ଗାତ ଖୋଳନ୍ତି ଏବଂ ଏଥିରେ ସେ ନିଜ ଝିଅକୁ ନେଇ ଯାଆନ୍ତି ଏବଂ ନିଜେ ମଧ୍ୟ ଝିଅ ସହିତ ସେହି ଗାତରେ ଶୋଇଯାଆନ୍ତି । ଏଠାରେ ଆମେ କହି ରଖୁଛୁ କି, ଏହି ଘଟଣାଟି ହେଉଛି ଗତ ବର୍ଷର । ଯାହାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।