ବାବାଙ୍କ ମାୟାରେ ନେତା ବାୟା ! ଦୁଷ୍କର୍ମ ମାମଲାରେ ଫଶିଥିବା ଫଳାହାରୀ ବାବାଙ୍କର ରହିଛି ଭିଆଇପି କନେକ୍ସନ, ବାବାଙ୍କ ସାଥିରେ ମୋଦି ଓ ରାଜନାଥଙ୍କ ଫଟୋ ହେଲା ଭାଇରାଲ

85

ଆତ୍ମ ଘୋଷିତ ଧର୍ମଗୁରୁ ତଥା ବାବାଙ୍କ ପାଇଁ ଅଶୁଭ ପାଲଟିଛି ୨୦୧୭ । ସେଥିପାଇଁ ତ ଜଣକ ପରେ ଜଣେ ବାବାଙ୍କର ଖୋଲିବାରେ ଲାଗିଛି ପାପର ସାମ୍ରାଜ୍ୟ । ନିକଟରେ ଦୁଇ ସ୍ୱାଧୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇ ଡେରା ସୌଦା ସଚ୍ଚାର ମୁଖ୍ୟ ଗୁରୁମିତ ରାମ ରହିମ ସିଂହ ତଥା ବାବା ରାମ ରହିମ ଏବେ ଭୋଗୁଛନ୍ତି ଜେଲଦଣ୍ଡ । ଆଉ ରାମ ରହିମ ଜେଲ ଯିବା ପରେ ଖୋଲିଥିଲା ତାଙ୍କର ପାପାର ଇତିହାସ । ପୁଲିସ ତଦନ୍ତ ପରେ ରାମରହିମଙ୍କର ଖୋଲିଥିଲା ସାଘାଂତିକ ତଥ୍ୟ । ଏବେବି ରାମ ରହିମଙ୍କର ଅନେକ ରହସ୍ୟ ରହସ୍ୟ ହୋଇ ରହିଛି । ତେବେ ବଳତ୍କାରୀ ବାବା ରାମ ରହିମଙ୍କର ଭୟ ଲୋକଙ୍କ ମନରୁ ନଲିଭୁଣୁ ଏବେ ପୁଣି ଜଣେ ବାବାଙ୍କର କଳାକାରନାମା ସାମ୍ନାକୁ ଆସିଛି । ଯାହାଙ୍କର ଆଶୀର୍ବାଦ ରହିଛି ବହୁ ବଡ ବଡ ନେତାଙ୍କ ଉପରେ ।

ସୂଚନା ମୁତାବକ, ରାଜସ୍ଥାନର ଅଲଓ୍ଵରର ୭୦ ବର୍ଷିୟ ଆତ୍ମଘୋଷିତ ଧର୍ମଗୁରୁ ଫଳାହାରୀ ମହାରାଜା ଜଣେ ୨୧ବର୍ଷିୟା ଆଇନ ବିଦ୍ୟାର୍ଥୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ଖବର ସାମ୍ନାକୁ ଆସିଛି । ଉକ୍ତ ମହିଳା ଜଣକ ଫଳାହାରୀ ମହାରାଜଙ୍କ ଭକ୍ତ ଥିଲେ ଏବଂ ତାଙ୍କ ପରିବାର ସଦସ୍ୟ ମଧ୍ୟ ଗତ ଦୁଇ ଦଶନ୍ଧୀ ଧରି ବାବାଙ୍କ ଭକ୍ତ ଥିଲେ । ତେବେ ନିକଟରେ ମହିଳା ଜଣକ ବାବାଙ୍କ ସୁପାରିଶ କ୍ରମେ ଏକ କମ୍ପାନୀରେ ଇଣ୍ଟର୍ଣ୍ଣସିପ୍ କରୁଥିଲେ ଏବଂ ଷ୍ଟାଇପେଣ୍ଡ୍ ବାବଦରେ ସେ ଯେଉଁ ଟଙ୍କା ପାଇଥିଲେ ସେଥିରୁ ୩,୦୦୦ ଟଙ୍କା ସେ ବାବାଙ୍କୁ ଦେବାଲାଗି ଅଗଷ୍ଟ ୭ ତାରିଖରେ ଯାଇଥିଲେ କିନ୍ତୁ ବାବା ସେହି ସମୟରେ ତାଙ୍କ ସହ ଦୁଷ୍କର୍ମ କରିଥିବା ମହିଳା ଜଣକ ଅଭିଯୋଗ ଆଣିଥିଲେ ।

ବିଳାଶପୁରର ଏହି ମହିଳା ଜଣଙ୍କ ବାବା ତାଙ୍କ ସହ ଦୁଷ୍କର୍ମ କରିଥିବା ନେଇ ସେପ୍ଟେମ୍ବର ୧୧ ତାରିଖରେ ପୁଲିସରେ ଏଫଆଇର ଦାଏର କରିଥିଲେ । ୧୫ ବର୍ଷ ପୂର୍ବେ ୨ ସାଧ୍ୱୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ବାବା ରାମ ରହିମ ଦୋଷୀସାବ୍ୟସ୍ତ ହେବାର ମାସକ ପରେ ମହିଳା ଜଣକ ଏହି ଅଭିଯୋଗ କରିଥିଲେ । ପୁଲିସ ସୂଚନା ମୁତାବକ, ରାମ ରହିମଙ୍କୁ ଦଣ୍ଡ ମିଳିବାପରେ ମହିଳାଜଣକ ନିଜ ଉପରେ ହୋଇଥିବା ଅନ୍ୟାୟ ବିରୋଧରେ ପାଟି ଖୋଲିଥିଲେ । ବାବା ତାଙ୍କୁ ବିଚାରପତି କରିଦେବେ ବୋଲି କହି ତାଙ୍କ ସହ ଛଳନା କରିବାସହ ତାଙ୍କ ସହ ଦୁଷ୍କର୍ମ କରିଥିଲେ ବୋଲି ମହିଳା ଜଣକ ଅଭିଯୋଗ କରିଥିଲେ ।

ତେବେ ଖବରଟି ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ହିଁ ବଳତ୍କାରୀ ବାବା ଫଳହାରୀଙ୍କର ସେହି ସମସ୍ତ ଫଟୋ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ କି ଦେଶର ପ୍ରଧାନମନ୍ତ୍ରୀଙ୍କଠାରୁ ଆରମ୍ଭ କରି ବିଭିନ୍ନ ସଂଗଠନର ମୁଖ୍ୟ ଏବଂ ଗୃହମନ୍ତ୍ରୀ ରାଜନାଥ ସିଂହ ନଜର ଆସିଛନ୍ତି । ଯାହାକୁ ନେଇ ଜନତାଙ୍କ ମଧ୍ୟରେ ଦେଖାଦେଇଛି ତୀବ୍ର ଅସନ୍ତୋଷ । ବାବା ଫଳହାରୀଙ୍କ ସହିତ କିଛି ଫଟୋକୁ ଲୋକେ ସେୟାର କରିବା ସହିତ ଲେଖିଛନ୍ତି ଯେ, ‘ରାମ ରହିମ ହୁଅନ୍ତୁ କିମ୍ବା ଆଶାରାମ ବାପୁ କିମ୍ବା ସେ ଫଳହାରୀ ବାବା ହୁଅନ୍ତୁ, ଏହି ସମସ୍ତ ବାବାଙ୍କ କୃପା ବିଜେପି ଉପରେ କିଛି ଖାସ୍ ରହିଛି । ତେବେ ଏଭଳି କାହିଁ କି ହୁଏ କି ଦୁଷ୍କର୍ମ କିମ୍ବା ଅନ୍ୟ କୌଣସି ଅପରାଧିକ ବାବାମାନଙ୍କର ସଂପର୍କ ବିଜେପି ସହିତ କାହିଁକି ରହିଛି’ ।

ଏଠାରେ ଆମେ କହି ରଖୁଛୁ କି, ଆରଏସଏସର ନିକଟବର୍ତ୍ତୀ ବୋଲି ହେଉଛନ୍ତି ବାବା ଫଳାହାରୀ । ବିଳାସପୁର ନିକଟସ୍ଥ ପେଣ୍ଡ୍ରାରେ ରହିଛି ଫଳହାରୀ ବାବାଙ୍କର ଏକ ମସ୍ତବଡ ଆଶ୍ରମ । ଯଦିଓ ଏହି ଆଶ୍ରମର ଚତୁଃପାଶ୍ୱରେ ଆଦିବାସୀ ବସ୍ତି ରହିଛି ହେଲେ ବାବାଙ୍କର ଭକ୍ତମାନେ ହେଉଛନ୍ତି ହାଇ ପ୍ରୋଫାଇଲର । ତେବେ କେବଳ କୌଣସି ବିଶେଷ ଅବସରରେ ହିଁ ଆଶ୍ରମରେ ଅବସ୍ଥାପିତ ଦେବୀ ଦୂର୍ଗା ମନ୍ଦିରରେ ଆଦିବାସୀଙ୍କୁ ଦର୍ଶନ କରିବାର ସୁଯୋଗ ମିଳିଥାଏ । ବାକି ଅନ୍ୟ ସମୟରେ ବାବାଙ୍କ ଆଶ୍ରମରେ କେବଳ ଧନୀମାନଙ୍କର ହିଁ ଭିଡ ଜମିଥାଏ ।

ସୌଜନ୍ୟ: ଜନସତ୍ତା