ମୋବାଇଲରେ ଭୁଲରେ ବି ଅନ୍ କରନ୍ତୁନି ଗୋଟିଏ ସେଟିଂ । ଖାଇଯିବ ପୂରା ଡାଟା ଏବଂ ସାରିଦେବ ସବୁ ବ୍ୟାଟେରୀ 

59

ମୋବାଇଲର ବ୍ୟବହାର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ଏବଂ ଲୋକଙ୍କ ମୋବାଇଲ ପ୍ରତି ବଢୁଥିବା ଚାହିଦାକୁ ଦୃଷ୍ଟିରେ ରଖି ଅନେକ କଂପାନୀ ବିଭିନ୍ନ ପ୍ରକାରର ସ୍ମାର୍ଟଫୋନ ଏବେ ଲଂଚ କରିବାରେ ଲାଗିପଡିଛନ୍ତି । ତେବେ ଏସବୁ ମଧ୍ୟରେ ସବୁଠାରୁ ଗୋଟିଏ ସମସ୍ୟା ରହିଛି ବ୍ୟାଟେରୀ ଶୀଘ୍ର ଶେଷ ହୋଇଯିବା । ଅର୍ଥାତ୍ ସବୁବେଳେ ଫୋନ ବ୍ୟବହାର କରିବାଦ୍ୱାରା ମୋବାଇଲର ବ୍ୟାଟେରୀ ତ ଶୀଘ୍ର ଶେଷ ହୋଇଯାଇଥାଏ, ଏଥିସହିତ ଏହାଦ୍ୱାରା ମୋବାଇଲର ଡାଟା ମଧ୍ୟ ଧିରେ ଧିରେ ଡାଉନ ହୋଇଯାଇଥାଏ ।  ଏପରିକି ଫୋନରେ ଇଂଟରନେଟ୍ ସେବା ବି କିଛି ସମୟ ପାଇଁ ବନ୍ଦ ହୋଇଯାଇଥାଏ ।

 

 

ଏଭଳି ପରିସ୍ଥିତିରେ ଫୋନର ବ୍ୟବହାରକୁ ଆପଣ ବନ୍ଦ କରିପାରିବେ ନାହିଁ ମାତ୍ର ଗୋଟିଏ କାମ ନିଶ୍ଚୟ କରିପାରିବେ । ଯାହାଦ୍ୱାରା ଆପଣ ଆପଣଙ୍କର ଫୋନକୁ ଉଭୟ ଡାଟା ଏବଂ ବ୍ୟାଟେରୀ ଅଧିକ ଖର୍ଚ୍ଚରୁ ରୋକିପାରିବେ । ତେବେ ଆପ ସହ ଜଡିତ ଏହି ଆପଗୁଡିକୁ ଯଦି ଆପଣ ଅଫ ନକରନ୍ତି ତେବେ ଆପଣ ଏହାକୁ ଫୋନରୁ ଅନଇନଷ୍ଟଲ କରିବା ପରେ ମଧ୍ୟ ଏହି ଆପ ଫୋନ ସହିତ କନେକ୍ଟ ରହିଥାଏ । ଯାଦ୍ୱାରା ଆପଣ ଫୋନକୁ ଅନ କରିବା ମାତ୍ରକେ ଆପଣଙ୍କ ମୋବାଇଲରେ ଥିବା ଏହି ସେଟିଂ ଉଭୟ ବ୍ୟାଟେରୀ ଏବଂ ଡାଟା ତ ଶୀଘ୍ର ସରାଇଥାଏ । ଏଥିସହିତ ଫୋନର ସିକ୍ୟୁରିଟି ପାଇଁ ମଧ୍ୟ ବିପଦ ସୃଷ୍ଟି କରିଥାଏ ।

 

 

ଖାଲି ଏତିକି ନୁହେଁ, ଏହାଦ୍ୱାରା ଆପଣଙ୍କର ମେଲ ଏବଂ ପ୍ରୋଫାଇଲ ଇନର୍ଫମେସନ ଆପଣା ଛାଏଁ ଆକସେସ ହୋଇଥାଏ, ଯାହାଦ୍ୱାରା ହ୍ୟାକର୍ସଙ୍କ ଶିକାର ମଧ୍ୟ ହୋଇପାରେ । ତେଣୁ ଏସବୁ ସମସ୍ୟାରୁ ବର୍ତ୍ତିବା ପାଇଁ ସର୍ବ ପ୍ରଥମେ ସ୍ମାର୍ଟଫୋନର ସେଟିଂ ଅପସନକୁ ଯାଇ ସେଠାରେ ନଜର ଆସୁଥିବା ଗୁଗଲ ଉପରେ କ୍ଲିକ୍ କରନ୍ତୁ । ଏହାପରେ ପୁଣି ତାକୁ କନେକ୍ଟେଡ ଆପ୍ସ ଅପସନ ଉପରେ କ୍ଲିକ୍ କରନ୍ତୁ । ଏଠାରେ ଆପଣଙ୍କୁ ସେ ସମସ୍ତ ଆପଗୁଡିକ ନଜର ଆସିବ ଯାହାକୁ ଆପଣ ଡିଲିଟ୍ କରିବା ପରେ ବି ଆପଣଙ୍କୁ ଜିମେଲ ଆକାଉଂଟ ସହିତ କନେକ୍ଟ ରହିଛି । ତେଣୁ ବର୍ତ୍ତମାନ ଆପଣ ଯେଉଁ ସବୁ ଆପକୁ ଡିଲିଟ କରିବାକୁ ଚାହୁଁଥିବେ ସେଗୁଡିକ ଉପରେ କ୍ଲିକ୍ କରି ହଟାଇ ପାରିବେ । ଏଥିରେ ଡିସକନେକ୍ଟର ଅପସନ ମଧ୍ୟ ନଜର ଆସିବ, ଯାହା ଉପରେ ଆପଣ କ୍ଲିକ୍ କରି ଆପଣ ଚାହୁଁଥିବା ଆପଗୁଡିକୁ ଡିସକନେକ୍ଟ କରିପାରିବେ ।