ଏଣିକି ସବୁ କର୍ମଚାରୀଙ୍କୁ ମିଳିବ ପିଏଫ୍ ! ଯଦି ଆପଣଙ୍କର ଟଙ୍କା ଜମା ନକରେ କଂପାନୀ ତେବେ ତୁରନ୍ତ ଯିବ ନୋଟିସ୍ ଆଉ ବନ୍ଦ ହେବ ସଂସ୍ଥା

88

ଆପଣମାନଙ୍କ ମଧ୍ୟରେ କେହି ନା କେହି କେଉଁଠି ନା କେଉଁଠି ଚାକିରି କରୁଥିବେ ନିଶ୍ଚୟ । ଆଉ ଆପଣଙ୍କ ମାସିକ ଦରମାରୁ କିଛି ଟଙ୍କା ଇପିଏଫ ବାବଦକୁ କଂପାନୀ କାଟି ରଖିଥାଏ । ଯାହାକି କି ଆପଣଙ୍କ ଭବିଷ୍ୟତ ପାଇଁ କାମରେ ଆସିଥାଏ । ହେଲେ ଯଦି କୌଣସି କଂପାନୀ ଏହି ଟଙ୍କା ଜମା ରଖିବାରେ ବିଳମ୍ବ କରନ୍ତି ତେବେ ତୁରନ୍ତ ଉକ୍ତ କଂପାନୀ ନିକଟକୁ ଏକ ନୋଟିସ୍ ପଠାଇବେ ସରକାର ।

ସୂଚନା ମୁତାବକ, ଯଦି କୌଣସି କଂପାନୀ ଏହି ଟଙ୍କା ଜମା ରଖିବାରେ ବିଳମ୍ବ କରନ୍ତି ତେବେ ତୁରନ୍ତ ଉକ୍ତ କଂପାନୀ ନିକଟକୁ ଏକ ନୋଟିସ୍ ପଠାଇବା ଇଏଫଓ । ଏଥିସହିତ କଂପାନୀର ‘ଲଗଇନ’ରେ ବି ତୁରନ୍ତ ମେସେଜ ପଠାଯିବାର ବ୍ୟବସ୍ଥା କରାଯାଇଛି । ଖିଲାପକାରୀ ହେବା କାରଣରୁ ବି ପ୍ରତିଦିନ ଜରିମାନା ବାବଦକୁ ମଧ୍ୟ ‘ମେଲ’ ଜରିଆରେ ପଠାଯିବ । ଇପିଏଫ ଦାବି କରିଛି କି, ନୂଆ ବ୍ୟବସ୍ଥା ଲାଗୁ ହେବା ପରେ କର୍ମଚାରୀଙ୍କ ପିଏଫ ଆକାଉଂଟ ମାମଲାରେ ଖିଲାପକାରୀଙ୍କ ସଂଖ୍ୟାରେ ହ୍ରାସତା ଆସିପାରେ ।

କର୍ମଚାରୀଙ୍କ ଅଂଶଦାନ ତଥା ଅର୍ଥ ଦାନ ଜମା କରିବାରେ ଯେଉଁ ସଂସ୍ଥା ବିଳମ୍ବ କରୁଥିବେ, ସେହି ସଂସ୍ଥାର ଅଫିସଆଲ ୱେବସାଇଟକୁ ମେଲ ଜରିଆରେ କର୍ମୀଚାରୀଙ୍କ ଅଂଶଦାନ ବା ଅର୍ଥଦାନ ଏବଂ ତା ଉପରେ ପ୍ରତିଦିନର ଜରିମାନାର ହିସାବ ଯୋଡାଯାଇ ପୂରା ରାଶି ମଧ୍ୟ ଡିସପ୍ଲେସ କରାଯିବ । ତେବେ ଭବିଷ୍ୟ ନିଧି ପାଣ୍ଠିର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ମୁତାବକ, ଏଯାବତ୍ ପାଖାପାଖି ସାଢେ ଛଅ ଶହ ନିଯୁକ୍ତି ସଂସ୍ଥାକୁ ଏନେଇ ନୋଟିସ୍ ପଠାଯାଇସାରିଛି । ଏହାଛଡା ଏବେ ଅନଲାଇନ ଜରିଆରେ ବି ଏଭଳି ସୂଚନା ମଧ୍ୟ ପଠାଯିବାର ବ୍ୟବସ୍ଥା କରାଯାଇଛି ।

ସେ ଆହୁରୀ ମଧ୍ୟ କହିଛନ୍ତି କି, ତିନି ମାସରୁ ଅଧିକ ଏବଂ ବର୍ଷକ ମଧ୍ୟରେ ଆସିଥିବା ଏଭଳି ମାମଲାରେ ଇପିଏଫଓ ତରଫରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇସାରିଛି ଏବଂ ଏହି ପ୍ରକରଣରେ ୧୨ ପ୍ରତିଶତ ସୁଧ ଏବଂ ୨୫ ପ୍ରତିଶତ ଜରିମାନା ଏପ୍ରକାରର ଅଂଶଦାନ ତଥା ଅର୍ଥଦାନ ଉପରେ ମୋଟ୍ ୩୭ ପ୍ରତିଶତ ଅତିରିକ୍ତ ରାଶି କଂପାନୀକୁ ଦେବାକୁ ପଡିବ । ଏଥିସିହିତ ଖିଲାପକାରୀଙ୍କ ଉପରେ କୋର୍ଟରେ ମାମଲା ଦାଖଲ କରାଯିବ ବୋଲି କଡା ଚେତାବନୀ ମଧ୍ୟ ଦିଆଯାଇଛି ।