ଭାରତରେ ୭୦ ହେଲେ ପାକିସ୍ତାନ ୪୨ ! ଜାଣନ୍ତୁ କେଉଁ ଦେଶରେ କେତେ ରହିଛି ପେଟ୍ରୋଲ ଦର

30

ଗତ କିଛି ଦିନ ହେଲା ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟର ଅହେତୁକ ଅଭିବୃଦ୍ଧିକୁ ନେଇ ସାରା ଦେଶରେ ଜନ ଅସନ୍ତୋଷ ଦେଖାଦେଇଛି । ପରିସ୍ଥିତି ଏଭଳି ରହିଛି କି, ୨ ଜୁଲାଇରୁ ଆରମ୍ଭ କରି ୧୪ ସେପ୍ଟେମ୍ବର ମଧ୍ୟରେ ଦିଲ୍ଲୀରେ ପ୍ରତି ଲିଟର ପିଛା ପେଟ୍ରୋଲ ଦର ୬୩ ଟଙ୍କା ୯ ପଇସାରୁ ବୃଦ୍ଧି ପାଇ ୭୦ ଟଙ୍କା ୩୯ ପଇସାରେ ପହଂଚିଛି । ଅର୍ଥାତ୍ ୭ଦିଲ୍ଲୀରେ ପେଟ୍ରୋଲ ଦର ପୂର୍ବପେକ୍ଷା ଅଧିକ ୭ଟଙ୍କା ୩୯ ପଇସା ବୃଦ୍ଧି ପାଇଛି ।

ସେହିପରି ମୁମ୍ବାଇରେ ମଧ୍ୟ ଲିଟର ପିଛା ପେଟ୍ରୋଲ ଦର ରହିଛି ୭୯ ଟଙ୍କା ୫୦ ପଇସା । ପୂର୍ବରୁ ଏହା ୭୪ ଟଙ୍କା ୩୦ ପଇସା ରହିଥିଲା । ଯାହାକୁ ନେଇ ଏବେ ଜନତାଙ୍କ ଆକ୍ରୋଶର ଶିକାର ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପେଟ୍ରୋଲ ଦରରେ ଅସାମାନ୍ୟ ଅଭିବୃଦ୍ଧି କାରଣରୁ ଚାରି ଆଡେ ବର୍ତ୍ତମାନ ଦେଖାଦେଇଛି ତୀବ୍ର ଅସନ୍ତୋଷ । ତେବେ ଆସନ୍ତୁ ନଜର ପକାଇବା ଭାରତ ଭଳି କଣ ଅନ୍ୟ ଦେଶମାନଙ୍କରେ ତଥା ପଡୋଶୀ ଦେଶମାନଙ୍କରେ ପେଟ୍ରୋଲର ମୂଲ୍ୟ ସମାନ ରହିଛି ନା ଅଲଗା ।

• ଭାରତ ଭଳି ପାକିସ୍ତାନରେ କିନ୍ତୁ ଏଭଳି ସମସ୍ୟା ଦେଖିବାକୁ ମିଳିନାହିଁ । କାରଣ ପାକିସ୍ତାନରେ ତେଲ ସଂରକ୍ଷଣର ଅବସ୍ଥା ଗୁରୁତର ଥିବାସତ୍ୱେ ବି ପେଟ୍ରୋଲ ମିଳୁଛି ମାତ୍ର ୪୨ଟଙ୍କାରେ ।

• ଭାରତର ପଡୋଶୀ ଦେଶ ଆଫଗାନୀସ୍ତାନରେ ମଧ୍ୟ ପଟ୍ରୋଲର ଦାମ ରହିଛି ମାତ୍ର ୪୧.୧୫ ଟଙ୍କା ।

• ଭାରତର ଅନ୍ୟ ଏକ ପଡୋଶୀ ଦେଶ ଶ୍ରୀଲଙ୍କାରେ ବି ଏହାର ମୂଲ୍ୟ ମାତ୍ର ୫୩ଟଙ୍କା ୭୨ ପଇସା ରହିଛି ।

• ନେପାଳରେ ପେଟ୍ରୋଲର ମୂଲ୍ୟ ରହିଛି ୬୧ଟଙ୍କା ୩୫ ପଇସା ।

• ଭୂଟାନରେ ବି ଏହାର ମୂଲ୍ୟ ୬୨ଟଙ୍କା ୨୦ ପଇସା ରହିଛି ।

• ପଡୋଶୀ ଦେଶ ଚୀନରେ ପେଟ୍ରୋଲର ଦାମ ରହିଛି ୬୪ ଟଙ୍କା ୪୨ ପଇସା ।

• ତେବେ ଏହି ସୂଚନାରୁ ଯାହା ଅନୁମାନ କରାଯାଉଛି ଦରଦାମ କ୍ଷେତ୍ରରେ ଭାରତକୁ ଟକ୍କର ଦେଉଛି ପଡୋଶୀ ଦେଶ ବାଙ୍ଗଲାଦେଶ ।

ସୌଜନ୍ୟ- ଏବିପି ନ୍ୟୁଜ୍