ଚର୍ଚ୍ଚାରେ ବୁଲେଟ୍ ବାବା ମନ୍ଦିର ! ଯେଉଁଠି ଶ୍ରଦ୍ଧାଳୁ ଅର୍ପଣ କରନ୍ତି ମଦ ଭୋଗ

30

ଆପଣ ଦୈନିକ ଜୀବନରେ ଅନେକ ଅଜବ ଅଜବ ଖବର ସବୁ ଶୁଣିଥିବେ । ହେଲେ ଏମିତି ଏକ ଖବର ଏବେ ଚର୍ଚ୍ଚାରେ । ରାଜସ୍ଥାନରେ ଏକ ଛୋଟ ଗାଁରେ ଦେଖିବାକୁ ମିଳିଛି ଏକ ମଠ ବା ମନ୍ଦିର ଯାହା ବୁଲେଟ୍ ବାବା ନାଁରେ ଚର୍ଚ୍ଚିତ । ଖାଲି ସେତିକି ନୁହେଁ ଏହି ବାବାଙ୍କ ନିକଟରେ ପୁଣି ଭୋଗ ସ୍ୱରୂପ ଅର୍ପଣ କରାଯାଏ ମଦ । କଥାଟା ହୁଏତ ଆପଣଙ୍କୁ ମିଛ ଲାଗିପାରେ ମାତ୍ର ଏହା ବାସ୍ତବରେ ଏକ ସତ୍ୟ ଘଟଣା ।

ରାଜସ୍ଥାନର ପାଲି-ଯୋଧପୁର ଅଂଚଳରେ ରହିଛି ଏହି ମନ୍ଦିର । ଯେଉଁଥିରେ କୌଣସି ଦେବାଦେବିଙ୍କୁ ପୂଜା କରାଯାଉ ନାହିଁ ବରଂ ଏକ ବୁଲେଟ୍ ଗାଡିକୁ ରଖି ପୂଜା କରାଯାଉଛି । ପ୍ରତିଦିନ ଏହି ମନ୍ଦିରରେ ହଜାର ହଜାର ସଂଖ୍ୟକ ଶ୍ରଦ୍ଧାଳୁଙ୍କ ଭିଡ ଲାଗିବା ସହ ସୁରକ୍ଷିତ ଯାତ୍ରାପାଇଁ ପ୍ରାର୍ଥନା କରାଯାଏ । ଖାଲି ସେତିକି ନୁହେଁ ଏହି ୩୫୦-ସିସି ରୟାଲ ଇନଫିଲ୍ଡ ବାଇକର ମନ୍ଦିରରେ ଶ୍ରଦ୍ଧାଳୁମାନେ ଭୋଗ ସ୍ୱରୂପ ମଦ ଅର୍ପଣ କରିଥାନ୍ତି  ।

ପ୍ରକୃତ କାହାଣୀଟି ହେଲା, ଏହି ମନ୍ଦିରର ସ୍ଥାପନା ୧୯୯୧ରେ କରାଯାଇଛି । ଓମ୍ ସିଂହ ରାଠୋର ନାମକ ଜଣେ ଯୁବକର ଏହି ବୁଲେଟ୍ ଗାଡି ଚଲାଇବା ସମୟରେ ଦୁର୍ଘଟଣାରେ ମୃତ୍ୟୁ ଘଟିଥିଲା । ଆଉ ଏହି ସମୟରେ ସେ ପ୍ରଚୁର ପରିମାଣରେ ମଦ୍ୟପାନ କରିଥିଲେ । କୁହାଯାଏ, ପୋଲିସ ଦୁର୍ଘଟଣାଗ୍ରସ୍ତ ବୁଲେଟକୁ ଜବତ କରି ଥାନାରେ ରଖିଥିଲା କିନ୍ତୁ ସେଠାରୁ ସେହି ଗାଡିଟି ଗାଏବ ହୋଇଯାଇଥିଲା ମାତ୍ର ଏହା ମିଳିଥିଲା ସେହି ଦୁର୍ଘଟଣାସ୍ଥଳରୁ ।

ପୋଲିସ ଗାଡିଟିକୁ ନେଇ ଏକ କଢିଦ୍ୱାରା ଭଲଭାବରେ ବାନ୍ଧି ରଖିଥିଲା । ମାତ୍ର ପୋଲିସର ସବୁ ପରିଶ୍ରମ ବୃଥାରେ ଯାଉଥିଲା କାରଣ ତାହା ବାରମ୍ବାର ଗାଏବ ହୋଇ ଯିବା ସହ ଦୁର୍ଘଟଣାସ୍ଥଳରେ ଦେଖିବାକୁ ମିଳୁଥିଲା । ଏପରି ଅନେକ ଦିନଧରି ଲାଗିରହିବାପରେ ପୋଲିସ ବାଇକଟିକୁ ମନ୍ଦିରର ପ୍ରତିମାଭଳି ସ୍ଥାପନା କରିଦେଇଥିଲେ । ସେହିଦିନଠୁ ଓମଙ୍କୁ ବୁଲେଟ୍ ବାବା ନାଁରେ ଲୋକ ମାନିବାକୁ ଲାଗିଲେ ।