ବିଜ୍ଞାନ ଯୁଗରେ ଆଧ୍ୟାତ୍ମିକ ଚେତନା ! ଢେଙ୍କାନାଳରେ ଥିବା ଏକ ମନ୍ଦିରରେ ଗରୁଡ ପକ୍ଷୀ ଦେଖା ଯିବାପରେ ଶ୍ରଦ୍ଧାଳୁଙ୍କ ଭିଡ

201

କନକ ବ୍ୟୁରୋ: ଆଜିର ବୈଜ୍ଞାନିକ ଯୁଗରେ ବି ସତ୍ତା ହରାଇନି ଆଧ୍ୟାତ୍ମିକ ଚେତନା । ଢେଙ୍କାନାଳ ଜିଲ୍ଲା ଓସ୍ତପାଳ ଗାଁରେ ଭଗବାନ ବିଷ୍ଣୁଙ୍କ ବାହନ ଗରୁଡ ପକ୍ଷୀ ଦେଖା ଦେବା ନେଇ ଚାଲିଛି ଚର୍ଚ୍ଚା । ଗାଁର ମଦନମୋହନ ମନ୍ଦିରରେ ଆଶ୍ରୟ ନେଇଛି ବିଲୁପ୍ତପ୍ରାୟ ଗରୁଡ ପକ୍ଷୀ । ଆଉ ବିଷ୍ଣୁଙ୍କ ମନ୍ଦିରରେ ତାଙ୍କ ବାହନ ଗରୁଡ ପକ୍ଷୀ ପହଂଚିଥିବା ମନେ କରି ଭକ୍ତିର ସହ ପୂଜାର୍ଚ୍ଚନା କରୁଛନ୍ତି ଗ୍ରାମବାସୀ ।

ମାଘ ସପ୍ତମୀ ତିଥିରେ ନୂତନ ବିଗ୍ରହ ସ୍ଥାପନ ହେବା ପରଦିନ ସକାଳୁ ହିଁ ପକ୍ଷୀଟି ମନ୍ଦିର ପ୍ରାଙ୍ଗଣରେ ପହଂଚିଥିଲା । ଠାକୁରଙ୍କ ସମୁଖରେ ଥିବା ଗରୁଡ ବିଗ୍ରହ ନିକଟରେ ଏହି ପକ୍ଷୀଟି ମଦନମୋହନଙ୍କୁ ଦର୍ଶନ କରୁଥିବା କହିଛନ୍ତି ଗାଁ ଲୋକେ । ମନ୍ଦିର ପୂଜକ ଓ ଗାଁ ଲୋକେ ହରିବୋଲ-ହୁଳହୁଳି ଦେଇ ଗରୁଡ ପକ୍ଷୀକୁ ଆଳତୀ କରିବା ସହ ଭୋଗ ମଧ୍ୟ ଲଗାଉଛନ୍ତି । ଆଉ ଏପରି ଘଟଣା ଦେଖିବାକୁ ପ୍ରତିଦିନ ଶହ ଶହ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ଭିଡ ଜମିବା ସହ ସ୍ଥାନୀୟ ଅଂଚଳରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି ।

ଏହା ସହ ଦେଖନ୍ତୁ ଏହି ଭିଡିଓ-